Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସର ନୋଟିସ୍, ଉପଯୁକ୍ତ ଜବାବ ନମିଳିଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ

13/10/2020 at 9:47 PM

ମୁମ୍ବାଇ ୧୩।୧୦: ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ କୁହାଯାଇଛି ଯେ, ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୧୦୮ ଆଧାରରେ ତାଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ବର୍ଲି  ଡିଭିଜନର ସହାୟକ ପୋଲିସ କମିଶନର ସୁଧୀର ଜାମ୍ବଭଡେକର ନୋଟିସ୍ ଜାରି କରି ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଅକ୍ଟୋବର ୧୬ରେ ତାଙ୍କ ସାମ୍ନାରେ ହାଜର ହେବାକୁ କହିଛନ୍ତି। ଏହି ନୋଟିସ୍‌ ଦୁଇଟି ଘଟଣାରେ ଆପତ୍ତିଜନକ କଭରେଜକୁ ନେଇ ଜାରି କରାଯାଇଛି। ପ୍ରଥମଟି ହେଉଛି ପାଲଘର ସାଧୁ ହତ୍ୟା ମାମଲା ଏବଂ ଦ୍ଵିତୀୟଟି ଲକ୍‌ଡାଉନ୍‌ ସମୟରେ ଘରକୁ  ଯିବା ପାଇଁ ନିୟମର ଉଲ୍ଲଂଘନ କରି ବାନ୍ଦ୍ରାରେ ଭିଡ ଏକତ୍ର ହେବା ମାମଲା। ଅଭିଯୋଗ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଚ୍ୟାନେଲ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବା ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ଉସୁକାଇବା ଉଦ୍ୟମ କରିବାକୁ ଚେଷ୍ଟା କରିଛନ୍ତି।

ଗୋସ୍ଵାମୀଙ୍କ ବିରୋଧରେ ମୁମ୍ବାଇରେ ଦୁଇଟି ଏଫଆଇଆର ରୁଜୁ ହୋଇଛି।  ପ୍ରଥମଟି ଏନଏମ ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ବେଳେ ଦ୍ଵିତୀୟଟି ପିଧୋନୀ ପୋଲିସ ଷ୍ଟେସନରେ ରହିଛି। ଦୁଇ ଧାର୍ମିକ ସଂପ୍ରଦାୟ ମଧ୍ୟରେ ଘୃଣାଭାବ ଏବଂ ସାଂପ୍ରଦାୟିକ ଉତ୍ତେଜନା ଉସୁକାଇବା ଅଭିଯୋଗରେ ଅର୍ଣ୍ଣବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ନୋଟିସ୍‌ରେ କୁହାଯାଇଛି ଯେ, ଗୋସ୍ଵାମୀଙ୍କ ଚ୍ୟାନେଲ ସାଂପ୍ରଦାୟିକ ଉତ୍ତେଜନା ପ୍ରଚାର କରୁଛି ଏବଂ ୟୁଟ୍ୟୁବ୍‌ରେ ଅପଲୋଡ୍‌ ଭିଡିଓରେ ଦର୍ଶକଙ୍କୁ ବହୁତ ଅପମାନଜନକ, ସାଂପ୍ରଦାୟିକ ଓ ଘୃଣିତ ଟିପ୍ପଣୀ ଦେଖିବାକୁ ମିଳୁଛି।

ଗୋସ୍ଵାମୀ ଏସିପିଙ୍କ ସମ୍ମୁଖରେ ହାଜର ହୋଇ ନିଜର ସନ୍ତୋଷଜନକ ଜବାବ ରଖିବେ ଯେ, କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଯଦି ଏସିପିଙ୍କୁ ସନ୍ତୋଷଜନକ ଉତ୍ତର ନମିଳେ ତେବେ ଗୋସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ପୋଲିସ କହିଛି।  ଏମିତି ହେଲେ ଗୋସ୍ଵାମୀଙ୍କୁ ଗୋଟିଏ ବର୍ଷ ପାଇଁ ଭଲ ବ୍ୟବହାର ଆଇନ ସୁରକ୍ଷା ବଣ୍ଡ ପେପରରେ ହସ୍ତାକ୍ଷର କରିବାକୁ ପଡିବ। ଯଦି ସେ  ବଣ୍ଡର ଉଲ୍ଲଂଘନ କରନ୍ତି ତେବେ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ।

   Related Posts