Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଖୋଲିବ କି ଆତ୍ମହତ୍ୟା ଗୁମର ? ପୋଲିସ ହାତରେ ସୁଶାନ୍ତ ସିଂହ ରାଜପୁତଙ୍କ ୫ଟି ଡାଏରୀ

18/06/2020 at 12:07 PM

ମୁମ୍ବାଇ ୧୮/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି | ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟା ପଛରେ କାରଣ କଣ ତାକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ ଆରମ୍ଭ ହୋଇଛି | କିଏ ନେପିଟିଜିମକୁ ଏହାର କାରଣ ଦର୍ଶାଉଛି ତ ପୁଣି କିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନାନା ସନ୍ଦେହ କରୁଛି | ଇତି ମଧ୍ୟରେ ମୁମ୍ବାଇ ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି | ପୋଲିସ ହାତରେ ସୁଶାନ୍ତ ସିଂହଙ୍କ ଡାଏରୀ ପଡିଛି | 

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ପୋଲିସକୁ କୌଣସି ସୂଇସାଇଡ ନୋଟ ମିଳିନାହିଁ | କିନ୍ତୁ ଖବର ଆସିଛି ଯେ ସୁଶାନ୍ତ ସିଂହଙ୍କ ଘରୁ ପୋଲିସକୁ ଏକ ମହତ୍ଵପୁର୍ଣ ପ୍ରମାଣ ମିଳିଛି | ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ ପୋଲିସକୁ ସୁଶାନ୍ତ ସିଂହଙ୍କ ଘରୁ ୫ଟି ପର୍ଶନାଲ ଡାଏରୀ ମିଳିଛି | ଏହି ଡାଏରୀ ସୁଶାନ୍ତ ଲେଖିଥିବା କଥାଗୁଡିକର ଯାଞ୍ଚ ପରେ ଆତ୍ମହତ୍ୟା ପଚାର କାରଣ ଜାଣିବାକୁ ଚେଷ୍ଟା କରାଯିବ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହ ବହିଗୁଡିକରୁ ପଢିଥିବା ମହତ୍ଵପୁର୍ଣ କୋଟ ସେ ଡାଏରୀରେ ଲେଖୁଥିଲେ | ସୁଶାନ୍ତଙ୍କ ଡାଏରୀ ସମ୍ବନ୍ଧରେ ତାଙ୍କ ନିକଟତର ଲୋକଙ୍କୁ ପଚରାଉଚୁରା କରାଯିବ ବୋଲି ଆଶଙ୍କା କରାଯାଉଛି | 

ସୁଶାନ୍ତ ସିଂହ ମାମଲାରେ ତାଙ୍କ କଥିତ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀକୁ ପୋଲିସ ପଚରାଉଚୁରା କରିଛି | ଆଗକୁ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ ଡକାଯିବ | ଏହି ମାମଲାରେ ସୁଶାନ୍ତଙ୍କ କାଷ୍ଟିଙ୍ଗ ନିର୍ଦେଶକ ମୁକେଶ ଛାଵଡା ମଧ୍ୟ ପୋଲିସକୁ ସାହାଯ୍ୟ କରୁଛନ୍ତି | ତେବେ ସୁଶାନ୍ତ ସିଂହ ନିଜ କାମ ଟେନସନରେ ଏହିଭଳି ପଦକ୍ଷେପ ଉଠାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | 

ସୁଶାନ୍ତ ସିଂହଙ୍କ ନିଧନ ପରେ ଇଣ୍ଡଷ୍ଟ୍ରିରେ ଏବେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି | ଅନେକ ବଡ ବଡ ସେଲିବ୍ରିଟି ସୁଶାନ୍ତଙ୍କୁ ଫିଲ୍ମରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖ ଟ୍ୱିଟର ଜରିଆରେ ଲୋକଙ୍କୁ କହିଛନ୍ତି ଯେ ବଲିଉଡରେ ସୁଶାନ୍ତଙ୍କ ଶତ୍ରୁତା ଏଙ୍ଗଲରୁ ମଧ୍ୟ ପୋଲିସ ଯାଞ୍ଚ କରିବ |

   Related Posts