କରୋନାରେ ମୁମ୍ବାଇ ପୋଲିସର ବଡ ନିଷ୍ପତ୍ତି, ୫୫ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ ଦିଆଯିବନି ଡ୍ୟୁଟି

Published By : Prameya-News7 Bureau | April 28, 2020 IST

ମୁମ୍ବାଇ୨୮।୪ : କରୋନା ସଂକ୍ରମଣରେ ମୁମ୍ବାଇ ପୋଲିସ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଥିରେ ୫୫ ବର୍ଷ ବୟସରୁ ଅଧିକ ବୟସ୍କ କର୍ମଚାରୀଙ୍କୁ କୌଣସି ଥାନା ଅଥବା  ଡ୍ୟୁଟିରେ ମୁତୟନ ନ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ଯୋଗୁ ମୁମ୍ବାଇ ପୋଲିସର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ବୟସ୍କ କର୍ମଚାରୀଙ୍କ ଲାଗି ସଂକ୍ରମଣ ଘାତକ ହୋଇପାରେ ଆଶଙ୍କା କରି କମିସନର ସେମାନଙ୍କୁ ନିସର୍ତ୍ତ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":261643,"sizeSlug":"large"}

ଯେଉଁମାନଙ୍କର ରକ୍ତଚାପ, ଡାୟବେଟିଜ୍ ଓ ହୃଦ ଜନିତ ସମସ୍ୟା ଅଛି ସେମାନଙ୍କ ଲାଗି କରୋନା ବିପଦଜନକ ହୋଇପାରେ। ଏଣୁ ବୟସ୍କ କର୍ମଚାରୀଙ୍କୁ ଥାନା, ବନ୍ଦବସ୍ତ ଆଦିରେ ମୁତୟନ ନ କରିବାକୁ କମିସନର କହିଛନ୍ତି। ମୁମ୍ବାଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ ୩ ଜଣ ଓ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ କରୋନା ସଂକ୍ରମିତ ଥିଲେ। ସମସ୍ତଙ୍କ ବୟସ ୫୦ ବର୍ଷରୁ ଅଧିକ । ଏଣୁ ପୋଲିସ ଏପରି ନିଷ୍ପତ୍ତି ନେଇଛି।

{"id":261644,"sizeSlug":"large"}

ଦେଶର ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ। ଏଥିରେ ବୟସ୍କ କର୍ମଚାରୀଙ୍କ ଲାଗି ସତର୍କତା ଅବଲମ୍ବନ କରିବା ଲାଗି କମିସନର ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ପୋଲିସର ଜନୈକ ଅଧିକାରୀଙ୍କ ଅନୁସାରେ କରୋନା ସଂକ୍ରମଣ ଯୋଗୁ ପୋଲିସ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛି। ଏଣୁ ୨୦ ହଜାର କର୍ମଚାରୀଙ୍କୁ ମଲ୍ଟି ଭିଟାମିନ ଓ ପ୍ରୋଟିନ ସପ୍ଲିମେଣ୍ଟ ପ୍ରଦାନ କରାଯାଉଛି। ଏହା ଛଡା ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୨ ହଜାର ପୋଲିସ କର୍ମଚାରୀଙ୍କୁ ହାଇଡ୍ରୋକ୍ସି କ୍ଲୋରକ୍ୱିନ୍ ଉପଚାର କରାଯାଉଛି।

{"id":261647,"width":579,"height":381,"sizeSlug":"large"}

ମୁମ୍ବାଇ ପୋଲିସର ୫୭ ବର୍ଷ ବୟସ୍କ ହେଡ କନଷ୍ଟେବଲ ସୋମବାର କେଇଏମ୍ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ତେବେ ତାଙ୍କୁ କେଇଏମ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ସହରର ଅନ୍ୟ ୩ଟି ହସ୍ପିଟାଲକୁ ନିଆଯାଇଥିଲା। ହେଲେସମ୍ପୃକ୍ତ ହସ୍ପିଟାଲମାନେ ତାଙ୍କର ଚିକିତ୍ସା ଲାଗି ମନା କରିଦେବା ଯୋଗୁ କେଇଏମ ହସ୍ପିଟାଲରେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଏଣୁ ମୁମ୍ବାଇ ପୋଲିସ ଲାଗି ସ୍ୱତନ୍ତ୍ର ହସ୍ପିଟାଲ ସମ୍ପର୍କରେ ଏବେ ବିଚାର କରାଯାଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.