Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ତଦନ୍ତ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୧୦ଟି ବଡ଼ କାରଣ କହିଲେ ମୁମ୍ବାଇ ପୋଲିସ୍ କମିଶନର

3/08/2020 at 7:20 PM

ମୁମ୍ବାଇ ୩/୮: ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ପ୍ରେସ୍ କନଫରେନ୍ସ କରିଥିଲେ। ଏହି ସମୟରେ ସେ ପୂରା ମାମଲାର ଯାଞ୍ଚ,ଏବେ ସୁଦ୍ଧା ରୁଜୁ କରାଯାଇଥିବା ବୟାନ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ପୋଲିସ୍ କମିଶନରଙ୍କ କହିବା ଅନୁସାରେ,ସୁଶାନ୍ତ ସିଂହ ରାଜପୁତ ନିଜ ପୂର୍ବତନ ମ୍ୟାନେଜର ଦିଶାଙ୍କ ଆତ୍ମହତ୍ୟାରେ ତାଙ୍କ ନାଁ ଦୋହରାଯିବା ଯୋଗୁଁ ଚିନ୍ତାରେ ଥିଲେ। ଏହା ସହିତ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କ ମଧ୍ୟ ଠିକ୍ ଚାଲୁନଥିଲା। ସୋମବାର ପ୍ରେସ୍ କନଫରେନ୍ସରେ ମୁମ୍ବାଇ ପୋଲିସ୍ କମିଶନର କହିଥିବା ବଡ଼ କଥା ବିଷୟରେ ଜାଣିବା

୧. ଜୁନ୍ ୧୪ତାରିଖରେ ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ପାଖାପାଖି ୨ଘଣ୍ଟା ଯାଏଁ ନିଜ ନାଁ ଏବଂ ନିଜ ବିଷୟରେ ଗୁଗଲରେ ସର୍ଚ୍ଚ କରିଥିଲେ। ଏହା ବ୍ୟତୀତ ସେ ବାଇପୋଲାର,ବିନା ଯନ୍ତ୍ରଣାରେ ମୃତ୍ୟୁ ଭଳି କଥା ସର୍ଚ୍ଚ କରିଥିଲେ।

୨. ରିୟା ଚକ୍ରବର୍ତ୍ତୀଙ୍କ ବୟାନ୍ ୨ଥର ରୁଜୁ କରାଯାଇଥିଲା। ଯେଉଁଥିରେ ସାମନାକୁ ଆସିଥିଲା ଯେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ରିୟା ନିଜ ବୟାନରେ ସୁଶାନ୍ତଙ୍କୁ ଭେଟିବା ବିଷୟରେ କହିଥିଲେ,ସେ କେଉଁଭଳି ବ୍ୟକ୍ତି ଥିଲେ ତାହା ମଧ୍ୟ କହିଥିଲେ। ରିୟା ,ସୁଶାନ୍ତଙ୍କ ୟୁରୋପ ଟୁର ବିଷୟରେ ମଧ୍ୟ ପଚରାଯାଇଥିଲା। ରିୟା ଏବଂ ସୁଶାନ୍ତଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ନଥିଲା।

୩. ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘର ଜୁନ୍ ୮ତାରିଖରେ ଛାଡ଼ି ଦେଇଥିଲେ। କାରଣ ସେ ମଧ୍ୟ ଡିପ୍ରେସନରେ ଥିଲେ। ଏହା ପରେ ସୁଶାନ୍ତଙ୍କ ଭଉଣୀ ଆସି ଜୁନ୍ ୧୩ରେ ଚାଲି ଯାଇଥିଲେ କାରଣ ତାଙ୍କ ଝିଅଙ୍କ ପରୀକ୍ଷା ଥିଲା।

୪. ସୁଶାନ୍ତଙ୍କ ଡାଏରୀରେ ଅନେକ କଥା ଜାଣିବାକୁ ମିଳିଛି,ଯେଉଁଥିରେ ସେ ନିଜ ଖର୍ଚ୍ଚ ରଖୁଥିଲେ,୨୦୧୯-ଜାନୁୟାରୀରୁ ୨୦୨୦ ଜୁନ୍ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟର ଯାଞ୍ଚ କରାଯାଇଥିଲା ଯେଉଁଥିରେ ପାଖାପାଖି ୧୪କୋଟି ଟଙ୍କା ଥିଲା।

୫. ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ପୁଣି ଥରେ ବୟାନ ରୁଜୁ କରିବାକୁ ଡକାଯାଇଥିଲା,କିନ୍ତୁ ସେ ବୟାନ ଦେବା ଅବସ୍ଥାରେ ନଥିଲେ। କିନ୍ତୁ ପରିବାର ଲୋକେ କାହା ବିରୋଧରେ କୌଣସି ସନ୍ଦେହ ପ୍ରକଟ କରିନଥିଲେ। ପରିବାର ଲୋକେ ନିଜ ବୟାନ୍ ରେକର୍ଡ଼ କରିଥିଲେ ଏବଂ ସାଇନ୍ ମଧ୍ୟ କରିଥିଲେ।

୬. ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ନାଁ ଯୋଡ଼ା ଯାଇଥିଲା,ଯେଉଁଥିପାଇଁ ସେ ଖୁବ୍ ରାଗି ଯାଇଥିଲେ। ଏବିଷୟରେ ସେ ନିଜ ଓକିଲଙ୍କୁ ମ୍ୟାସେଜ ମଧ୍ୟ କରିଥିଲେ।

୭.ଫ୍ଲାଟ୍ ସିଲ୍ ହେବା ସହ ଫରେନସିକ ଟିମର ଯାଞ୍ଚ ଜାରି ରହିଛି। ଏବେ ସୁଦ୍ଧା ୫୦ରୁ ଅଧିକ ଲୋକଙ୍କ ବୟାନ ରୁଜୁ କରାଯାଇଛି।

୮. ମ୍ୟାନେଜର ଦିଶା ଯେତେବେଳେ ସୁଇସାଇଡ କରିଥିଲେ ତାଙ୍କ ଘରେ ୪-୫ଜଣ ଲୋକ ଥିଲେ,ଦିଶାଙ୍କର ଦୁଇଟି ବଡ଼ ଡିଲ୍ ରଦ୍ଦ ହୋଇଯାଇଥିବାରୁ ସେ ଚିନ୍ତିତ ଥିଲେ।

୯. ଏହି ପୂରା ମାମଲା ମୁମ୍ବାଇ ପୋଲିସ୍ ଅନ୍ତର୍ଗତ ଆସୁଛି। ଏପରି କ୍ଷେତ୍ରରେ ବିହାର ପୋଲିସକୁ ଯାଞ୍ଚର ଅଧିକାର ନାହିଁ। ସେମାନେ ଏବିଷୟରେ ଆଇନଗତ ରାୟ ନେଉଛନ୍ତି।

୧୦. କମିଶନରଙ୍କ ମୁତାବକ ସେମାନଙ୍କ ବରିଷ୍ଠ ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି। ଏବେ ସୁଦ୍ଧା କାହାକୁ କ୍ଲିନଚିଟ୍ ଦିଆଯାଇନାହିଁ।

   Related Posts