ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ଭାଇକୁ ଉଠାଇନେଲା ମୁମ୍ୱାଇ ଏନ୍‌ସିବି, ଚରସ୍‌ ଚାଲାଣ ମାମଲାରେ ଥିଲା ସଂପୃକ୍ତି

Published By : Prameya-News7 Bureau | June 23, 2021 IST

ମୁମ୍ୱାଇ, ୨୩/୦୬: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ଭାଇ ଇକ୍‌ବାଲ୍‌ କାସକରକୁ ମୁମ୍ୱାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍‌ସିବି ବୁଧବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ପ୍ରଡକ୍ସନ ୱାରେଣ୍ଟକୁ ନେଇ ଇକ୍‌ବାଲ୍‌ କାସକରକୁ ଏନ୍‌ସିବି କଷ୍ଟୋଡିରେ ନେଇଛି । କିଛି ଦିନ ତଳେ ଏନ୍‌ସିବି ଚରସ୍‌ ଚାଲାଣ କରୁଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ।  ସେମାନଙ୍କ ଠାରୁ ପାଖାପାଖି ୨୫ କିଲୋଗ୍ରାମ ଚରସ୍‌ ଜବତ କରିଥିଲା ପୋଲିସ୍‌ । ସୋମାନେ କାଶ୍ମୀରରୁ ବାଇକ୍‌ ଯୋଗେ ମୁମ୍ୱାଇକୁ ଏହି ଚରସ୍‌ ନେଉଥିବା ଜଣାପଡ଼ିଥିଲା ।

ଏହି ମାମଲାର ଯାଞ୍ଚ ସମୟରେ ଏନ୍‌ସିବିକୁ ଅଣ୍ଡରୱାର୍ଲ୍ଡ ଲିଙ୍କ୍‌ ମିଳିଛି । ଏହି କାରଣରୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ଭାଇ ଇକ୍‌ବାଲ୍‌ କାସକରକୁ କଷ୍ଟୋଡିରେ ନିଆଯାଇଛି । କିଛି ସମୟ ମଧ୍ୟରେ ଇକ୍‌ବାଲ୍‌କୁ ଏନ୍‌ସିବି ଅଫିସ୍‌ରେ ହାଜର କରାଯିବ । ମାମଲା ଯାଞ୍ଚ ସମୟରେ ଟେରର ଫଣ୍ଡିଂ ଏବଂ ଡ୍ରଗ୍ସ ଚାଲଣକୁ ନେଇ ଅଣ୍ଡରୱାର୍ଲ୍ଡ କନେକ୍ସନ ଥିବା ସୁରାଗ ପାଇଥିଲା ଏନ୍‌ସିବି ।

ଏହାକୁ ଆଧାର କରି ମୁମ୍ୱାଇର ବିଭିନ୍ନ ସ୍ଥାନରେ ଏନ୍‌ସିବି ଛାପା ମାରିଥିଲା । ଧରାପଡ଼ିଥିବା ଅପରାଧୀଙ୍କୁ ପୁଛ୍‌ତାଛ୍‌ କରିବା ସମୟରେ ସେମାନେ ଇକ୍‌ବାଲ୍‌ର ନାମ କହିଥିଲେ । ଯାହାକୁ ନେଇ ଠାଣେ ପୋଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.