ସମୀର ୱାଙ୍ଖେଡେଙ୍କ ବିପକ୍ଷରେ ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ, ୪ ଅଧିକାରୀ ନିଯୁକ୍ତ

Published By : Prameya-News7 Bureau | October 28, 2021 IST

ମୁମ୍ୱାଇ ୨୮/୧୦: ମୁମ୍ବାଇ ପୋଲିସ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ତଦନ୍ତ ପାଇଁ ୪ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି । ଅତିରିକ୍ତ ପୋଲିସ ଆୟୁକ୍ତ ଦିଲୀପ ସାୱନ୍ତ ତଦନ୍ତ ଉପରେ ନଜର ରଖିବେ ।

ସମୀର ୱାଙ୍ଖେଡେଙ୍କ ବିରୋଧରେ ପ୍ରଭାକର ସେଲ, ସୁଧା ଦ୍ବିବେଦୀ, କନିଷ୍କ ଜୈନ ଓ ନିତିନ ଦେଶମୁଖ ଲାଞ୍ଚ କାରବାର ନେଇ ଅଭିଯୋଗ ହୋଇଛି । ସଂଯୁକ୍ତ ପୋଲିସ ଆୟୁକ୍ତ ବିଶ୍ବାସ ନାଙ୍ଗରେ ବୁଧବାର ଏସଂପର୍କରେ ଆଦେଶ ଜାରି କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଖବର ସଂସ୍ଥାକୁ କହିଛନ୍ତି ଯେ, ପୋଲିସ ସମୀର ୱାଙ୍ଖେଡେଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ୪ ଆବେଦନକୁ 'କ୍ଲବ' କରିଦେଇଛି ।

୪ ଆବେଦନକୁ ମାତା ରମାବାଇ ଆମ୍ବେଦକର ମାର୍ଗ ଥାନାରେ ଚିହ୍ନିତ କରାଯାଇଛି। ପ୍ରଭାକର ସେଲ, ସୁଧା ଦ୍ବିବେଦୀ, କନିଷ୍କ ଜେନ ଓ ନିତିନ ଦେଶମୁଖ ଦ୍ବାରା ଆଇଆଏସ ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ଭିନ୍ନ ଭିନ୍ନ ଭାବରେ ମାମଲା ରୁଜୁ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.