Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

COVID-19: ମୁମ୍ବାଇରେ ସ୍ୱାସ୍ଥ୍ୟସେବା ସଂକଟାପନ୍ନ, ଦରକାର ଅଧିକ ୪୦୦ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ

7/05/2020 at 1:04 PM

ମୁମ୍ବାଇ: କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଅଦ୍ଭୂତ ପୂର୍ବ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇଛି। ଡାକ୍ତର, ନର୍ସ ଓ ଆବଶ୍ୟକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଯୋଗୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ସାର୍ବଜନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅକ୍ଷମ ହୋଇଛନ୍ତି। ଗୋଟିଏ ପଟେ ହସ୍ପିଟାଲ ମାନଙ୍କରେ କରୋନା ସଂକ୍ରମିତଙ୍କ ଭିଡ ବଢୁଥିବା ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମୁମ୍ବାଇ ସହରକୁ ଏବେ ୪୦୦ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ରହିଛି। 

ସାରା ଦେଶ ଏବେ କରୋନା ଲକଡାଉନ୍‌ରେ ଥିବା ସତ୍ତ୍ୱେ ମୁମ୍ବାଇରେ ସଂକ୍ରମଣ ଥମିବାର ନାଁ ନେଉନି। ଦୈନିକ ଅନୁନ୍ୟ ୪୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିରେ ସହରର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସଂକ୍ରମିତଙ୍କ ଲାଗି ବ୍ୟବସ୍ଥା କରିବା ଅସମ୍ଭବ ହୋଇପଡୁଛି। କେତେକ ସ୍ଥଳରେ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଲୋକଙ୍କୁ  ହସ୍ପିଟାଲ ବାହାରେ ବିଚ୍ ରାସ୍ତାରେ ରାତି କଟାଇବାକୁ ପଡୁଛି।

ପ୍ରାୟ ୨ କୋଟି ଜନ ସଂଖ୍ୟାର ମୁମ୍ବାଇ ସହରରେ କୋଭିଡ-୧୯ ମୁକାବିଲା ଲାଗି ସରକାରୀ ଓ ଘରୋଇ ହସ୍ପିଟାଲର ପ୍ରସ୍ତୁତି ହିଁ ଏପରି ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡିଛି। ବିଏମସି ପରିଚାଳିତ ଆର.ଏନ.କୁପର ହସ୍ପିଟାଲରେ କୋଭିଡ-୧୯ ଆକ୍ରାନ୍ତଙ୍କ ଲାଗି ମାତ୍ର ୧୧ଟି ବେଡ୍‌ର ବ୍ୟବସ୍ଥା ଥିବା ବେଳେ ପାରେଲର କେଇଏମ ହସ୍ପିଟାଲରେ ୬ଟି, କସ୍ତୁରବା ହସ୍ପିଟାଲରେ ୧୨ଟି ବେଡର ବ୍ୟବସ୍ଥା ରହିଛି।

ସେହିପରି ପି.ଡି. ହିନ୍ଦୁଜା ହସ୍ପିଟାଲ କୋଭିଡ ସଂକ୍ରମିତଙ୍କ ଲାଗି ୪୨ଟି ବେଡ୍ ସଂରକ୍ଷିତ କରିଥିବା ବେଳେ ସମସ୍ତ ଶଜ୍ୟାରେ ରୋଗୀ ଆଡମିଟ୍ ଅଛନ୍ତି। ୱକାର୍ଡ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଲାଗି ମାତ୍ର ଗୋଟିଏ ବେଡ ରହିଛି। ବାନ୍ଦ୍ରା ଲିଲାବତୀ ହସ୍ପିଟାଲରେ ମଧ୍ୟ  ଗୋଟିଏ ବେଡ୍ ରହିଛି। କେବଳ ଭିକରୋଲୀରେ ଥିବା ଶୁଶ୍ରୂଷା ହସ୍ପିଟାଲରେ ୭୩ ଓ ସେଭେନ ହିଲ୍ସ ରିଲାଏନ୍ସ ହସ୍ପିଟାଲରେ ୪୨ଟି ବେଡ୍ ରହିଛି। ଏହିପରି ମୁମ୍ବାଇ ସହରରେ କୋଭିଡ-୧୯ ମୁାକିବିଲା ଲାଗି ହସ୍ପିଟାଲ ମାନଙ୍କରେ ୨୦୦ ବେଡ୍ ବି ନଥିବା ବେଳେ ଦୈନିକ ୪୦୦ ରୋଗୀ ଆସିବା ପରିସ୍ଥିତିକୁ ଅସମ୍ଭାଳ କରିଦେଇଛି।

ଗୋଟିଏ ପଟେ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପରିବାର ହସ୍ପିଟାଲରେ ବେଡଟିଏ ଯୋଗାଡ ନିମନ୍ତେ ଲାଗି ପଡିଥିବା ବେଳେ ସମ୍ପୂର୍ଣ୍ଣ ଲକ୍ଷଣ ଥିବା ରୋଗୀଙ୍କୁ  ବେଡ୍ ସୁବିଧା ନଥିବାରୁ ଦିନ ଦିନ ଅପେକ୍ଷା କରି ରହିବାକୁ ପଡୁଛି। ତେବେ ସବୁଠୁ ବଡ ଅସୁବିଧା ହେଉଛି ରୋଗୀ  ସରକାରୀ ହେଉ କି ଘରୋଇ ହସ୍ପିଟାଲରେ ଯେମିତି ସେମିତି ଆଡମିଟ୍ ହେଉଥିଲେ ହେଁ ସେଠାରେ କର୍ମଚାରୀଙ୍କ ଅଭାବ ଯୋଗୁ ଆଇସିୟୁ ସୁବିଧା ପାଇ ପାରୁନାହାନ୍ତି।

ଉପୁଜିଥିବା ପରିସ୍ଥିତିରେ ବିଏମସି ଓ ମହାରାଷ୍ଟ୍ର ସରକାର ସଂକ୍ରମିତଙ୍କ ଲାଗି ହସ୍ପିଟାଲମାନଙ୍କରେ ଅଧିକରୁ ଅଧିକ ବେଡ୍‌ର ବ୍ୟବସ୍ଥା କରିବାରେ ଲାଗିଛନ୍ତି। ହେଲେ ବେଡ୍ ଅଧିକ ବଢେଇ ଦେଲେ କଣ ହେବ ଆବଶ୍ୟକ ସଂଖ୍ୟକ ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ନୂଆ ସଂକଟ ହୋଇ ଉଭା ହୋଇଛି। ନୂଆ ରୋଗୀଙ୍କ ଲାଗି ଡାକ୍ତର ଓ ନର୍ସ ଯୋଗାଇ ଦିଆ ନଗଲେ ଭଙ୍ଗା ହାତରେ ବ୍ୟାଣ୍ଡଏଡ୍ ଲଗାଇବା ଭଳି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି। ବର୍ତ୍ତମାନ କେବଳ ବିଏମସି ୪୦୦ ଡାକ୍ତର ଓ ନର୍ସ ଆବଶ୍ୟକ କରୁଥିବା ବେଳେ ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ତଦୁନୁଯାୟୀ ଆବଶ୍ୟକତା ମଧ୍ୟ ରହିଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ମହାରାଷ୍ଟ୍ର  ଲାଗି ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗାଇଦେବା ଜରୁରି ହୋଇପଡିଛି।

   Related Posts