Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି: ନାଗପୁର-ମୁମ୍ବାଇ କରିଡରରେ ନିର୍ମାଣ ହେବ ଅରଟ ଆକୃତିର ପୋଲ

10/10/2020 at 9:11 PM

ମୁମ୍ବାଇ ୧୦/୧୦: ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇବେ ମହାରାଷ୍ଟ୍ର ସରକାର। ଅରଟ ଆକୃତିର ପୋଲ୍‌ ନିର୍ମାଣ କରି ବାପୁଙ୍କୁ ସମ୍ମାନ ଜଣାଇବ ମାୟାନଗରୀ ମୁମ୍ବାଇ। ମୁମ୍ବାଇ-ନାଗପୁର ୭୦୧ କିଲୋମିଟର ଦୀର୍ଘ ସମୃଦ୍ଧି କରିଡର ଉପରେ ଅରଟ ଆକୃତିର ବ୍ରିଜ୍ ନିର୍ମାଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ଉଦ୍ଧବ ସରକାର।

ଅରଟ ମହାତ୍ମା ଗାନ୍ଧୀଙ୍କ ପ୍ରତୀକ ବୋଲି ଜଣାଯାଏ । ଏପରିକି ସ୍ବଦେଶୀ ପ୍ରତୀକ ବି ଅରଟ। ୩୧୫ ମିଟର ଲମ୍ବା ଏହି ବ୍ରିଜ୍‌ ଓ୍ବାର୍ଦ୍ଧା ଜିଲ୍ଲାର ପ୍ରବେଶ ପଥରେ ନିର୍ମାଣ କରାଯିବ। ଯେଉଁ ରାସ୍ତା ସେବାଗ୍ରାମ ଆଶ୍ରମକୁ ଯାଇଛି। ଯେଉଁଠାରୁ ମହାତ୍ମା ଗାନ୍ଧୀ ୧୨ ବର୍ଷ ଧରି ଦେଶର ନେତୃତ୍ବ ନେଇଥିଲେ। ସେଠାରୁ ମହାତ୍ମା ଗାନ୍ଧୀ ଅରଟରେ ସୂତାକାଟି ପୋଷାକ ତିଆରି କରିବା ସହ ବିଦେଶୀ ଦ୍ରବ୍ୟ ବର୍ଜନ ପାଇଁ ଦେଶବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ।

ବ୍ରିଜ୍‌ ଏମିତି ଡିଜାଇନ୍ ହେବ ଯେ, ସେଥିରେ ୩ଟି ବଡ଼ ଚକ ଆକୃତି ହେବ। ଯେଉଁଥିରେ ଦୁଇଟି ଚକ ୪୦ ମିଟର ପରିଧିରେ ହେବାକୁ ଥିବା ବେଳେ ଗୋଟିଏର ପରିଧି ରହିବ ୧୬ ମିଟର। ଓ୍ବାର୍ଦ୍ଧା ନଦୀ ଉପରେ ୬ ଳେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ବ୍ରିଜ୍‌ରେ ଦୁଇଟି ଲେନ୍‌ ରହିବ ବୋଲି ଜଣାପଡ଼ିଛି। ବ୍ରିଜ୍ର ଡିଜାଇନ୍ ଫ୍ୟାକ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା କରାଯାଇଛି। ଏହାର ନିର୍ଦେଶକଙ୍କ ମତରେ ଭାରତ ସୁପରପାଓ୍ବାର ଆଡ଼କୁ ଅଗ୍ରସର ହେଉଥିବା ଲକ୍ଷ୍ୟକୁ ଏହା ମାଧ୍ୟମରେ ପ୍ରତିଫଳିତ କରାଯିବ। ‘ମେକ୍‌ ଇନ୍ ଇଣ୍ଡିଆ’ ଚିନ୍ତାଧାରା ସାଙ୍ଗକୁ ଏହା ଓ୍ବାର୍ଦ୍ଧାର ପରିଚୟ ମଧ୍ୟ ବହନ କରିବ ବୋଲି ସେ କହିଛନ୍ତି।

ପୋଲର ଡିଜାଇନ୍ କାର୍ଯ୍ୟ ସରିଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୭୦୧ କି.ମିର ଏହି କରିଡରର ନିର୍ମାଣ କାର୍ଯ୍ୟ ୧ ମେ ୨୦୨୨ରୁ ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ଏହି ଏକ୍ସପ୍ରେସ୍‌ଓ୍ବେ ମୁମ୍ବାଇ-ପୁନେ ସହ ୧୦ ଜିଲ୍ଳା ଓ ୩୯୨ ଗାଁକୁ ଯୋଡ଼ୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

   Related Posts