ମଡେଲ ମେଘା କାହିଁକି ଓ କେମିତି ଖୋଲିଲେ ଡ୍ରେସ ଦେଖନ୍ତୁ ପୁରା ଭିଡିଓ...

Published By : Prameya-News7 Bureau | October 30, 2018 IST

ବିଡିଓମୁମ୍ବାଇ ୩୦/୧୦ :  ମଡେଲ ମେଘା ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମେଘା ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସର ଏକ ଫ୍ଲାଟରେ ରୁହନ୍ତି | ଗତ ଅକ୍ଟୋବର ୨୫ ତାରିଖ ରାତିରେ ମେଘା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସହିତ ଅଭଦ୍ର ବ୍ୟବହାର କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚିବାପରେ  ପିନ୍ଧିଥିବା ଡ୍ରେସ ଖୋଲି ଗାର୍ଡକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ | ମେଘା ପୋଲିସକୁ କହିଛନ୍ତି ଯେ, ଗାର୍ଡ ତାଙ୍କୁ ଅସଦାଚରଣ କରିଥିଲେ | ବିନା ମହିଳା ପୋଲିସରେ ପୋଲିସ ଷ୍ଟେସନ ଯିବା ପାଇଁ ତାଙ୍କୁ ବାଧ୍ୟ କରିବାରୁ ଅନ୍ୟ ଉପାୟ ନପାଇ ସେ ଡ୍ରେସ ଖୋଲିଦେଇଥିଲେ ବୋଲି କହିଛନ୍ତି । ସେ ଏହି ସିକ୍ୟୁରିଟି ଗାର୍ଡ ବିରୋଧରେ ଏତଲା ଦେବାକୁ ଚାହୁଁଥିଲେ କିନ୍ତୁ ପୋଲିସ ତାଙ୍କ ଏତଲା ଗ୍ରହଣ କରିନଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି | ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୬୦ ଅନୁଯାୟୀ ଜେରା ପାଇଁ କୌଣସି ମହିଳାଙ୍କୁ ଥାନାକୁ ଯିବାଲାଗି ବାଧ୍ୟ କରାଯାଇପାରିବ ନାହିଁ ।  ପୋଲିସ  ମହିଳାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଓ ତାଙ୍କ ଘରେ ଜେରା କରିପାରିବ | କମ୍ପ୍ଲେକ୍ସର ସିକ୍ୟୁରିଟି ଗାର୍ଡଙ୍କୁ ଅଭଦ୍ର ବ୍ୟବହାର ଦେଖେଇଥିବା ଅଭିଯୋଗରେ ତାଙ୍କ ନାଁରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି | ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୫ ତାରିଖ ରାତିରେ ମେଘା ବିଲଡିଂର ସିକ୍ୟୁରିଟି ଗାର୍ଡ ଅରୁଣଙ୍କୁ ସିଗାରେଟ ଆଣିବାକୁ କହିଥିଲେ | କିନ୍ତୁ ଅରୁଣ ସିଗାରେଟ ଆଣିବାକୁ ମନା କରିଦେଇଥିଲେ | ଫଳରେ  ମେଘା ଉତକ୍ଷିପ୍ତ ହୋଇ ଅରୁଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ  । କେବଳ ସେତିକି ନୁହେଁ ସେ ଏହି ସୁରକ୍ଷା କର୍ମୀଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ହେଲେ ଅରୁଣ ପୋଲିସକୁ ଖବର କରିଥିଲେ । ପୋଲିସ ତୁରନ୍ତଦ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସକୁ ଦେଖି ମେଘା ଲିଫ୍ଟରେ ନିଜ ଫ୍ଲାଟକୁ ଚାଲିଯିବାକୁ ବସିଥିଲେ । ଫଳରେ ଅରୁଣ ଲିଫ୍ଟର ସୁଇଟକୁ ଟିପି ଲିଫ୍ଟକୁ ଅଟକାଇଥିଲେ । ମେଘା କିନ୍ତୁ ଲିଫ୍ଟ ଭିତରୁ ପଦାକୁ ବାହାରିନଥିଲେ । ସେ ଯେତେଥର ନିଜ ଫ୍ଲୋରକୁ ଯିବା ପାଇଁ ସୁଇଚ ଟିପୁଥିଲେ ଅରୁଣ ସେତେଥର ସୁଇଚ ଟିପି ଲିଫ୍ଟକୁ ଅଟକାଉଥିଲେ । ପୋଲିସ ଉପସ୍ଥିତିରେ ଏହିଭଳି ଅଭାବନୀୟ ଘଟଣା ଘଟୁଥିବାବେଳେ ଫ୍ଲାଟର ଅନ୍ୟ ଲୋକମାନେ ମଧ୍ୟ ସେଠାରେ ରୁଣ୍ଡ ହେବାରେ ଲାଗିଥିଲେ । ସିକ୍ୟୁରିଟି ଗାର୍ଡ ଅରୁଣ ଓ ପୋଲିସକୁ ମେଘା ଯାହା ତାହା କହିବାରେ ଲାଗିଥିଲେ । ତେବେ ଶେଷରେ ଅତିଷ୍ଟ ହୋଇ ପୋଲିସଠାରୁ ରକ୍ଷାପାଇବା ପାଇଁ ମେଘା ନିଜ ଡ୍ରେସ ମଧ୍ୟ ଖୋଲିଦେଇଥିଲେ । ପୋଲିସ କାହିଁକି ଏଭଳି ଅସଭ୍ୟ ଆଚରଣ କରୁଛନ୍ତି ବୋଲି ମେଘାଙ୍କୁ ପଚାରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ । କେବଳ ଅନ୍ତଃବସ୍ତ୍ର ପରିହିତା ମେଘା ଲିଫ୍ଟ ଭିତରୁ ବାହାରି ସିକ୍ୟୁରିଟି ଗାର୍ଡ ଅରୁଣଙ୍କୁ ଆକ୍ରମଣ କରିଥିଲେ ।  ପୋଲିସ ଉପସ୍ଥିତିରେ ମେଘାଙ୍କ ଏଭଳିକାଣ୍ଡର ଭିଡିଓ ସୁଟିଂ ବି କେହିଜଣେ କରିଥିଲା । କିନ୍ତୁ ପୋଲିସ ଏହାକୁ ଅଟକାଇନଥିଲା । ସେହିଭଳି ଜଣେ ମହିଳାଙ୍କ ସମ୍ପର୍କରେ ତଦନ୍ତ କରିବାକୁ ଯାଇଥିବା ପୋଲିସ ସାଂଗରେ କାହିଁକି ମହିଳା ପୋଲିସ ନେଇନଥିଲା ଏବଂ ସର୍ବୋପରି ଅରୁଣ ବାରମ୍ବାର ଲିଫ୍ଟର ସୁଇଟ ବନ୍ଦ କରୁଥିଲେ ମଧ୍ୟ ପୋଲିସ କାହିଁକି ହସ୍ତକ୍ଷେପ କରିନଥିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଘାଙ୍କର ଏହିଭଳି ୩ଟି ଭିଡିଓ ଭାଇରାଲ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ମେଘା ଅରୁଣଙ୍କ ନାଁରେ ମାମଲା ରୁଜ୍ଜୁ କରିବାକୁ ମନା କରିଦେଇଥିଲେ | ତେବେ ମେଘାଙ୍କ ନାଁରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୨୩, ୫୦୬ ଏବଂ ୫୦୯ରେ ଏକ ମାମଲା ରୁଜ୍ଜୁ ହୋଇଛି ବୋଲି କହିଛନ୍ତି ଡିସିପି ସନ୍ଦୀପ ଭାକରେ | ଏହି ସମସ୍ତ ଘଟଣା ସମ୍ପର୍କରେ ମେଘା ନିଜ ଟ୍ୱିଟରରେ ଟ୍ୱିଟ କରି ସମସ୍ତ ଘଟଣା ବଖାଣିବା ସହ କହିଛନ୍ତି ମୁମ୍ବାଇରେ ମହିଳାମାନେ ସୁରକ୍ଷିତ ନୁହନ୍ତି | https://youtu.be/hLPVhf2YIA0

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.