Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମୁମ୍ବାଇ ମଡ଼େଲ ମାନସୀ ଦିକ୍ଷୀତଙ୍କ ହତ୍ୟା ଘଟଣାର ଖୁଲାସା, କାହିଁକି ମାରିଲା ୧୯ ବର୍ଷ ବୟସ୍କ ଫଟୋଗ୍ରାଫର..ଆସନ୍ତୁ ଜାଣିବା

26/01/2019 at 5:01 PM

ମୁମ୍ବାଇ ୨୬/୧- ବହୁଚର୍ଚ୍ଚିତ ମୁମ୍ବାଇ ମଡ଼େଲ ମାନସୀ ଦିକ୍ଷୀତ ହତ୍ୟା ଘଟଣାର ହୋଇଛି ମହାଖୁଲାସା । ୧୯ ବର୍ଷ ବୟସ୍କ ଫଟୋଗ୍ରାଫର ମୁଜ୍ଜାମିଲ ସୟଦ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି ।ଏହି ହତ୍ୟାକାଣ୍ଡ ପଛରେ କଣ ଥିଲା କାହାଣୀ ଆସନ୍ତୁ ଜାଣିବା ।

ମାନସୀ ସୋସିଆଲ ମିଡ଼ିଆରେ  ସବୁବେଳେ ଆକ୍ଟିଭ ରହୁଥିଲେ । ସେ ନିଜର ପୋଷ୍ଟକରିଥିବା ଫଟୋରେ ନିଜର ଜଣେ ଘନିଷ୍ଠ ବନ୍ଧୁଥିବା କଥା ମଧ୍ୟ ଲେଖିଛନ୍ତି । ଏପରିକି ସେମାନେ ଦୁବାଇ ଯିବାବେଳର ଫଟୋ ମଧ୍ୟ ପୋଷ୍ଟ କରିଥିବାର ଦେଖାଯାଇଥିଲା । ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ଦୁବାଇ ଯାଇଥିବା ଫଟୋ ସବୁରୁ ଜଣାପଡ଼ୁଥିଲା ସେ ବହୁତ ଖୁସିଥିବା କଥା । ମୁମ୍ବାଇ ପୋଲିସ ମାନସୀର ସୋସିଆଲ ମିଡ଼ିଆ ଦେଖିବା ପରେ କିଛି କଥା ପ୍ରତି ଅନ୍ଦାଜ ଲଗାଇ ହତ୍ୟା ପଛର ନାୟକକୁ ଧରିବାର ସଫଳ ହୋଇଥିଲା । ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଫଟୋରେ ସେ ତାର ପୁରୁଷ ବନ୍ଧୁକୁ ନେଇ ସନ୍ତୁଷ୍ଟ ଥିବା ବେଳେ କିଏ କାହିଁକି ଏହି ମର୍ଡ଼ର କଲା ବୋଲି ପୋଲିସ ସନ୍ଦେହ କରିଥିଲା । ଏବଂ ଶେଷରେ ବଙ୍ଗୁର ପୋଲିସ ମୁଜ୍ଜାମିଲ ସୟଦ ନାମକ ୧୯ ବର୍ଷ ବୟସ୍କ ଫଟୋଗ୍ରାଫରକୁ ସନ୍ଦେହରେ ଥାନାକୁ ଆଣି ପଚାରଉଚରା କରିବା ପରେ ସବୁ ସତ ଘଟଣା ଜଣାପଡ଼ିଥିଲା ।

ଏହି ହତ୍ୟାପଛରେ କଣ ଥିଲା ପୁରା କାହାଣୀ ଆସନ୍ତୁ ଜାଣିବା ।

ମାନସୀ ମୁମ୍ବାଇ ଆସିବା ପରେ ସୟଦ ସହ ହୋଇଥିଲା ପରିଚୟ । ସୟଦ ଜଣେ ଫଟୋଗ୍ରାଫର ଥିଲା । ମଡ଼େଲ ଦୁନିଆରେ ପାଦ ଥାପିଥିବା ମାନସୀର ଫଟୋ ଉଠାଇବା ଥିଲା ବଡ଼ ସଉକ । ଏହି ମୌକାରେ ମାନସୀକୁ ଫଟୋ ଉଠାଇବାକୁ ଡ଼ାକି ବିଭିନ୍ନ ଜାଗାକୁ ବୁଲିବାକୁ ଯାଇଥିଲା ସୟଦ ।

ସୟଦ ସହ ମାନସୀର କୌଣସି ପ୍ରେମ ସଂବନ୍ଧ ନ ଥିଲା । ମାନସୀ ସୟଦ ସହ ଜଣେ ଭଲ ବନ୍ଧୁ ହିସାବରେ ମିଶୁଥିଲା । କିନ୍ତୁ ସୟଦର ଲକ୍ଷ୍ୟଥିଲା ଅଲଗା । ସେ ମାନସୀକୁ ପ୍ରେମ କରିବାକୁ ଚାହୁଁଥିଲେ ବି ମାନସୀ ସେମିତି କିଛି ସୁଯୋଗ ଦେଇ ନଥିଲା । ଘଟଣା ଦିନ ମାନସୀକୁ ଶାରୀରିକ ସଂପର୍କ ରଖିବାକୁ କହିଥିଲା ସୟଦ । କିନ୍ତୁ ମାନସୀ ସୟଦ କଥାରେ ରାଜି ହୋଇ ନଥିଲା ।

ଶାରୀରିକ ସଂପର୍କ ରଖିବାକୁ ମାନସୀ ରାଜି ନ ହେବା ପରେ ମାନସୀର ଓଢ଼ଣୀରେ ବେକକୁ ଚାପି ଅଚେତ କରିଥିଲା । ତା ପରେ ସୟଦ ମାନସୀ ସହ ଦୁଷ୍କର୍ମ କରିଥିଲା । ମାନସୀକୁ ଦୁଷ୍କର୍ମ ପରେ ଆଉଥରେ ତା ଗଳାଚିପି ହତ୍ୟା କରିଥିଲା । ହତ୍ୟା କରିବା ପରେ ଟ୍ରଲି ବ୍ୟାଗରେ ପୂରାଇ ରଖିଥିଲା । ସୟଦ  ଏୟାରପୋର୍ଟ ଯାଏ ଗୋଟିଏ କ୍ୟାବ ବୁକ କରିଥିଲା । ଏହି କ୍ୟାବରେ ମାନସୀର ଶବକୁ ନେଇ ଯିବା ରାସ୍ତାରେ ମଲାଡ଼ ପାଖରେ ଗାଡ଼ି ରଖିବାକୁ କ୍ୟାବ ଡ଼୍ରାଇଭରକୁ କହିଥିଲା । ଡ଼୍ରାଇଭର ଗାଡ଼ି ରଖିବା ପରେ ସେହି ଟ୍ରଲି ବ୍ୟାଗକୁ ଫୋପାଡ଼ି ଦେଇ ଚାଲିଆସିଥିଲା । କିନ୍ତୁ କ୍ୟାବ ଡ଼୍ରାଇଭରକୁ ସନ୍ଦେହ ହେବାରୁ ସେ ପୋଲିସକୁ ଫୋନ କରି  ଏବାବଦରେ କହିଥିଲା । ପୋଲିସ କ୍ୟାବ ଡ଼୍ରାଇଭର ଠାରୁ ସୟଦର ନମ୍ବର ଆଣି ଫୋନ କରିଥିଲେ ମଧ୍ୟ ଚାଲାକି ଦେଖାଇ ଖସିଯାଉଥିଲା । ପୋଲିସ ମଡ଼େଲ ମାନସୀ ହତ୍ୟାକାଣ୍ଡ ପଛରେ ସଂପୃକ୍ତ ଥିବା ବ୍ୟକ୍ତିକୁ ଖୋଜୁଥିବା ବେଳେ ସୟଦ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା । ଶେଷରେ ପୋଲିସ ମୋବାଇଲ ଟ୍ରାକକରି ସୟଦକୁ ଧରିବାର ସକ୍ଷମ ହୋଇଥିଲା ।

ମାନସୀଥିଲା ରାଜସ୍ଥାନର ଝିଅ । ମାନସୀଙ୍କ ବାପା କୋଟା ରେଳବିଭାଗର କର୍ମଚାରୀ ଥିଲେ । ବାପାଙ୍କ ମୃତ୍ୟୁପରେ ମାନସୀଙ୍କ ବଡ଼ ଭଉଣୀ ସେହି ଚାକିରି ପାଇଥିଲେ । ସେଥିପାଇଁ ମାନସୀ କୋଟା ରେଳବିଭାଗ କଲୋନୀରେ ରହୁଥିଲେ । ହତ୍ୟାର ମାତ୍ର ୬/୭ ମାସ ପୂର୍ବରୁ ମୁମ୍ବାଇ ଆସିଥିଲେ । ସେ କିଛି  ସିରିଏଲ ଓ ବିଜ୍ଞାପନ ପାଇଁ ମଧ୍ୟ କାମରିଥିଲେ । ମଡ଼େଲିଂରେ କ୍ୟାରିୟର  କରିବା ପାଇଁ ମୁମ୍ବାଇ ଆସିଥିଲେ ବୋଲି ଜଣାପଡ଼ିଛି ।

   Related Posts