ରିଜର୍ଭେସନ କୋଟାରେ ଆଡ଼ମିସନ୍ ନେଇଥିଲେ ବୋଲି ନିର୍ଯ୍ୟାତନା ଦେଉଥିଲେ ସିନିୟର : ମେଡିକାଲ ଛାତ୍ରୀ କଲେ ଆତ୍ମହତ୍ୟା

Published By : Prameya-News7 Bureau | May 26, 2019 IST

ମୁମ୍ବାଇ ୨୬/୫ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଜଣେ ମିଡ଼ିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଜାତୀୟ ମନ୍ତବ୍ୟ ଏବଂ ସିନିୟରମାନଙ୍କ ଦ୍ୱାରା ମାନସିକ ରୂପେ ପ୍ରତାଡ଼ିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ପୋଲିସ ୩ ଜଣ ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ଏବେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ମୃତ ଛାତ୍ରୀ ମୁମ୍ବାଇ ବିଭିଏଲ ନାୟର ହସ୍ପିଟାଲରେ ଏମଡି ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ମୃତ ଛାତ୍ରୀ ହେଲେ ପାୟଲ ତ଼ଡବୀ ।  

ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା କରିବା ପୂର୍ବ ଦିନ ପାୟଲ  ସର୍ଜରୀ କରିଥିଲେ । ସେତେବେଳେ ପାୟଲ କୌଣସି ପ୍ରକାର ଚିନ୍ତାରେ ଥିବା ଜଣାପଡୁନଥିଲେ । ସେ ଯେତେବେଳେ ହସ୍ପିଟାଲରୁ ନିଜ ରୁମକୁ ଫେରିଥିଲେ, ୩/୪ ଘଣ୍ଟା ପରେ ରୁମରୁ ତାଙ୍କ ମୃତଦେହ ଜବତ ହୋଇଥିଲା । ପାୟଲଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ସିନିୟର ଡାକ୍ତରମାନେ ପାୟଲଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସେ ପଛୁଆ ବର୍ଗର ହୋଇଥିବା ଯୋଗୁଁ ତାଙ୍କୁ ତାଙ୍କ ସିନିୟରମାନେ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଗତ ୨୨ ତାରିଖରେ ପାୟଲ ଆତ୍ମହତ୍ୟା କରିଛନ୍ତି ।

{"id":116150}

ମିଳିଥିବା ସୂଚନା ଅନୁଯାୟୀ, ପାୟଲଙ୍କ ମୃତ୍ୟୁ ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଫେରାର ସମସ୍ତ ଛାତ୍ର ଟୋପିବାଲା ନ୍ୟାସନାଲ ମେଡିକାଲ କଲେଜର ଛାତ୍ର ଥିଲେ । ଏହି କଲେଜ ନାୟର ହସ୍ପିଟାଲ ସହ ସମ୍ବନ୍ଧିତ । ସମସ୍ତ ଛାତ୍ରଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପାୟଲ ୨୦୧୮ ମସିହା ମେ ୧ ତାରିଖରେ ମେଡିକାଲ କଲେଜରେ ଆଡ଼ମିସନ ନେଇଥିଲେ । ଆଡ଼ମିସନ ପରଠାରୁ ତାଙ୍କୁ ତାଙ୍କ ସିନିୟର ଲଗାତାର ରେଗିଙ୍ଗ କରୁଥିଲେ । ପାୟଲଙ୍କୁ ତାଙ୍କ ସିନିୟର ପ୍ରତାଡ଼ିତ କରିଥିବା କଥା ତାଙ୍କ ସ୍ୱାମୀ ଏବଂ ପରିବାର ଲୋକ ମଧ୍ୟ ଜାଣିଥିଲେ ।

{"id":116151}

ପାୟଲଙ୍କ ଆଡ଼ମିସନ ସଂରକ୍ଷଣ କୋଟରେ ହୋଇଥିଲା । ଏହି ପ୍ରସଙ୍ଗରେ ସିନିୟର ସବୁବେଳେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ସେ ହଷ୍ଟେଲ ୱାଡେନଙ୍କୁ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଥିଲେ । ୱାଡେନ ୩ ଜଣ ସିନିୟରଙ୍କୁ ଡାକି ବୁଝାଇଥିଲେ ମଧ୍ୟ ସେମାନେ ସୁଧୁରିନଥିଲେ ।

ସୂଚନାଯୋଗ୍ୟ ଯେ, ପାୟଲଙ୍କ ସାଙ୍ଗମାନେ ସେଦିନ ତାଙ୍କୁ ଖାଇବା ପାଇଁ ଡାକିଯାଇଥିଲେ । ବହୁତ ଥର ଡାକିବା ପରେ ବି କୌଣସି ଜବାବ ଆସିନଥିଲା । ଏହାପରେ ସେମାନେ ଗାର୍ଡଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଗାର୍ଡ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ପାୟଲ ସେତେବେଳେ ପଙ୍ଖାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ତାଙ୍କୁ ସଂଗେ ସାଙ୍ଗ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲାରେ ୩ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ୩ ଡାକ୍ତର ହେଲେ ହେମା ଆହୁଜା, ଭକ୍ତି ମୋହର, ଅଙ୍କିତା ଖଣ୍ଡେଲୱାଲ ।

{"id":116152}

ପୀଡିତାଙ୍କ ପରିବାର ଲୋକ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୬ରେ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ଏସସି ଏସଟି ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.