Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରେ ପ୍ରାଣ ହରାଇଲେ ମୁମ୍ବାଇ ମେୟରଙ୍କ ଭାଇ

1/08/2020 at 10:04 PM

ମୁମ୍ବାଇ ୧।୮:  ମୁମ୍ବାଇ ମେୟର କିଶୋରୀ ପେଦନେକରଙ୍କ ଭାଇ ସୁନୀଲ କଦମଙ୍କର ଶନିବାର ପରଲୋକ ହୋଇଛି।  ସୁନୀଲ କରୋନା ସଂକ୍ରମିତ ହୋଇଥିବା ବେଳେ ସେ ଗତ ୭ ଦିନ ହେଲା ବିଏମସି ନାୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଛିକିତିସିତ ହେଉଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନା ଲାଗି ମୁମ୍ବାଇ ଏବେ ମଧ୍ୟ ହଟସ୍ପଟ ହୋଇ ରହିଛି। ଏଣୁ ଲୋକେ ଆତଙ୍କିତ ଅବସ୍ଥାରେ ଦିନକାଟିବାକୁ ବାଧ୍ୟ ହେଉଛନ୍ତି।

କେବଳ ମୁମ୍ବାଇ ନୁହେଁ ସମଗ୍ର ମହାରାଷ୍ଟ୍ର ରାଜ୍ୟରେ କୋଭିଡ-୧୯ ଭୟାନକ ରୂପ ଧାରଣ କରିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା  ୧ଲକ୍ଷ ୫୦ ହଜାର ୯୯୬ ଥିବା ଜଣାପଡିଛି। ଏଥିରୁ କେବଳ ମୁମ୍ବାଇରେ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ୫୬୩ ରହିଛି।  

   Related Posts