ପୁଣି lockdown ହୋଇପାରେ ମୁମ୍ବାଇ! ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

Published By : Prameya-News7 Bureau | March 09, 2021 IST

ମୁମ୍ବାଇ ୯।୩: ନୂଆ ସଂକ୍ରମଣ ରୋକିବା ଲାଗି  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଯାହାବି ଆବଶ୍ୟକ ପଦକ୍ଷେପ ନେଇପାରନ୍ତି ବୋଲି ମଙ୍ଗଳବାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ସଂରକ୍ଷକ ମନ୍ତ୍ରୀ ଅସ୍ଲମ ଶେଖ୍ ଆର୍ଥିକ ରାଜଧାନୀରେ ସଂକ୍ରମଣ ମାମଲା ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ବୋଲି କହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଯାହାବି ଆବଶ୍ୟକ ସେଥିଲାଗି ନିଷ୍ପତ୍ତି ନେଇପାରିବେ  ବୋଲି କହିଛନ୍ତି।

{"id":420315,"width":579,"height":381,"sizeSlug":"large","linkDestination":"none"}

ସୋମବାର ମୁମ୍ବାଇରେ ସର୍ବାଧିକ ୧ ହଜାର ନୂଆ ସଂକ୍ରମଣ ରିପୋର୍ଟ ମିଳିଛି। ସ୍ୱାସ୍ଥ୍ୟ ବିଭାଗଙ୍କ ରିପୋର୍ଟ ଅନୁସାରେ ୧୦୦୮ ମାମଲା ସହ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୪ ହଜାର ୫୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଆଉ ୪ ଜଣ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇବା ଯୋଗୁ ମୋଟ ମୃତକଙ୍କ ସଂଖ୍ୟା ୧୧ହଜାର ୫୦୪ରେ ପହଞ୍ଚିଛି।

{"id":420317,"sizeSlug":"large","linkDestination":"none"}

ମୁମ୍ବାଇରେ ସୋମବାର ମୋଟ ୧୭ ହଜାର ୮୪୯ଟି ନମୁନା ଯାଞ୍ଚ ହୋଇଥିଲା। ଏଣୁ ମୋଟ ଯାଞ୍ଚ ସଂଖ୍ୟା ୩୪,୩୪, ୬୧୦ରେ ପହଞ୍ଚିଛି। ତେବେ ମୁମ୍ବାଇ ଲାଗି ଧରାବୀ ଏବେ ଚିନ୍ତାର ବିଷୟ ପାଲଟିଛି। ଏଠାରୁ କେବଳ ସୋମବାର ୧୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ଏଠାରୁ ଏତେ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହେବା ଗତ ଅକ୍ଟୋବର ପରେ ଦ୍ୱିତୀୟ ଘଟଣା। ଫଲରେ ଏହି ସ୍ଲମ କ୍ଲଷ୍ଟରର କେସ୍‌ ଲୋଡ ୪ ହଜାର ୧୬୬ରେ ପହଞ୍ଚିଛି।

{"id":420318,"sizeSlug":"large","linkDestination":"none"}

ତେବେ ମୁମ୍ବାଇରେ କୋଭିଡ ପ୍ରସାର ରୋକିବା ଲାଗି ସହରରେ ଏବେ ଅଧିକରୁ ଅଧିକ ଯାଞ୍ଚ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ଏହା ସତ୍ତ୍ୱେ ପରିସ୍ଥିତି ପୁଣି ଅଣାୟତ୍ତ ହେବାକୁ ଯାଉଛି। ଏଣୁ ଆବଶ୍ୟକ ପଡିଲେ ମୁମ୍ବାଇରେ ପୁଣି ଥରେ କୋଭିଡ ଲକଡାଉନ୍‌ ଲାଗୁ ହୋଇପାରେ ବୋଲି ଏବେ ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.