Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ବିକିଦେଲେ ୨୨ ଲକ୍ଷର SUV କାର୍: ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍ ସିଲିଣ୍ଡର୍

22/04/2021 at 5:19 PM

ନୂଆଦିଲ୍ଲୀ ୨୨/୦୪ : ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ପବନ ବେଗରେ ବଢ଼ିବାରେ ଲାଗିଛି। ଫଳରେ ହସ୍ପିଟାଲରେ ରୋଗୀଙ୍କୁ ନା ବେଡ଼ ମିଳୁଛି ନା ଅକ୍ସିଜେନ। ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏମିତି ସମୟରେ ମୁମ୍ବାଇର ମାଗଣା ଅକ୍ସିଜେନ ସପ୍ଲାଏ (free oxygen supply) ଯୋଜନା ଅନେକ ଲୋକଙ୍କ ଜୀବନ ବଦଳାଇ ଦେଇଛି। ମୁମ୍ବାଇ ଯୁବକ ଶାହନବାଜ ଶେଖ୍ ଅକ୍ସିଜେନ ସପ୍ଲାଏ ଯୋଜନା ଆରମ୍ଭ କରିବାକୁ ଗତ ବର୍ଷ ନିଜ ଏସୟୁଭି କାର ବିକ୍ରି କରିଦେଇଥିଲେ। ଆଜି ବି ସେ କରୋନା ପୀଡିତଙ୍କ ଜୀବନ ବଞ୍ଚାଉଛନ୍ତି।

ଶାହନବାଜ ନିଜର ଏକତା ଓ ସମ୍ମାନ ଫାଉଣ୍ଡେସନ (Unity & Dignity Foundation) ସହ ମଲାଡ଼ରେ ମାଲବଣିର ସଂକୀର୍ଣ୍ଣ ଗଳିରେ ଅସହାୟଙ୍କ ନାୟକ ସାଜିଛନ୍ତି | ଶୋଷିଲା ମିଡ଼ିଆରେ ମଧ୍ୟ ତାଙ୍କର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରାଯାଉଛି। ଗତ ବର୍ଷ ସେ ନିଜର ଫୋର୍ଡ଼ ଇଂଡିଭର ବିକ୍ରି କରି ସେହି ଟଙ୍କାରେ ଅସହାୟ ଓ ଆବଶ୍ୟକୀୟ ଲୋକଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବା ପରେ ଲୋକଙ୍କ ନଜରକୁ ଆସିଥିଲେ।

ମୁମ୍ବାଇରେ କୋଭିଡ ସ୍ଥିତି ସମ୍ପର୍କରେ ସେ କହିଛନ୍ତି, ଗତ ବର୍ଷ ଯେତେବେଳେ ସେ ଏହି କାମ ଆରମ୍ଭ କରିଥିଲେ ସେତେବେଳେ ସେ ଲୋକଙ୍କୁ ୫ ହଜାରରୁ ୬ ହଜାର ଅକ୍ସିଜେନ ସିଲିଣ୍ଡର ଯୋଗାଇଥିଲେ। ଚଳିତ ବର୍ଷ ସହରରେ ଅକ୍ସିଜେନ ଅଭାବ ରହିଛି। ଆଗରୁ ଅକ୍ସିଜେନ ସିଲିଣ୍ଡର ପାଇଁ ତାଙ୍କ ପାଖକୁ ୫୦ କଲ ଆସୁଥିଲା। କିନ୍ତୁ ଏବେ ୫୦୦ ରୁ ୬୦୦ କଲ ଆସୁଛି।

ସେ କହିଛନ୍ତି, ଗତ ବର୍ଷ ତାଙ୍କ ସାଙ୍ଗର ଜଣେ ସମ୍ପର୍କୀୟ ଭାଇଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ସେ ମାଗଣାରେ ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ ଯୋଗାଇବା ଯୋଜନା ଆରମ୍ଭ କରିଥିଲେ। ସେ ଯେତେବେଳେ ଜାଣିବାକୁ ପାଇଲେ ସଠିକ ସମୟରେ ଅକ୍ସିଜେନ ଓ ଔଷଧ ଦେଇ କୋଭିଡ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ସେତେବେଳେ ସେ ଔଷଧ ଓ ଅକ୍ସିଜେନ ସିଲିଣ୍ଡର କିଣିବାକୁ ନିଜ ଏସୟୁଭି କାର ବିକ୍ରି କରିଦେଇଥିଲେ। ସେ କହିଛନ୍ତି, ଟଙ୍କା ଅଭାବରୁ ସେ ଏହି କାମ ଠିକ ଭାବେ କରିପାରୁନଥିଲେ। ସେତେବେଳେ ସେ ଭାବିଲେ ଗାଡି ତ ପୁଣି କିଂଇହେବ। କିନ୍ତୁ ଏବେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ ସେ ନିଜର ଏସୟୁଭି ଓ ଅନ୍ୟ କିଛି ସାମଗ୍ରୀ ବିକ୍ରି କରି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଟଙ୍କା ଯୋଗାଡ କଲେ।

ଶାହନବାଜଙ୍କ ଏହି ବଦାନ୍ୟତା ଯୋଗୁଁ ସୋସିଆଲ ମିଡ଼ିଆରେ ତାଙ୍କୁ ଲୋକେ ଖୁବ ପ୍ରଶଂସା ଓ ସମ୍ମାନ କରନ୍ତି। ଆଇଏଏସ ଅବନିଶ ଶରଣ ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି ‘ହ୍ୟୁଜ୍ ରେସପେକ୍ଟ’

   Related Posts