ପ୍ରତିଶୋଧ ଆଗରେ ବନ୍ଧୁତ୍ବ ତୁଚ୍ଛ ! ୫ ବର୍ଷ ତଳର ଘଟଣା ପାଇଁ ବନ୍ଧୁକୁ ବ୍ରିଜ୍‌ରୁ ତଳକୁ ଫିଙ୍ଗି ଦେଲେ ୨ ସାଙ୍ଗ

Published By : Prameya-News7 Bureau | November 06, 2020 IST

ମୁମ୍ବାଇ ୬/୧୧: ବନ୍ଧୁ ସାଜିଲେ ବଇରୀ। ୫ ବର୍ଷ ପୂର୍ବର ଘଟଣାକୁ ନେଇ ନିଜ ସାଙ୍ଗକୁ ବ୍ରିଜ୍‌ରୁ ଠେଲି ହତ୍ୟା କଲେ ଦୁଇ ସାଙ୍ଗ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ବୋରିବଲିରେ।

ମନୀଷ ଓ ତାଙ୍କ ପତ୍ନୀ ସୁଚିତ୍ରା ଗୋରାଇ ଅଞ୍ଚଳରେ ରହୁଥିଲେ। ସୁଚିତ୍ରା ଏକ ଜାତୀୟ ବ୍ୟାଙ୍କରେ ଚାକିରୀ କରନ୍ତି। କିନ୍ତୁ ନଭେମ୍ବର ୩ରେ ସେ ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରେ ଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନିଷ ଘରକୁ ନଫେରିବାରୁ ସୁଚିତ୍ରା ସିକ୍ୟୁରିଟି ଗାର୍ଡଙ୍କୁ ଫୋନ୍‌ କରିଥିଲେ। ସିକ୍ୟୁରିଟି ଗାର୍ଡ କହିଥିଲେ ଯେ ମନୀଷ ଓ ଅନ୍ୟ ୨ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ସେମା​‌ନେ ତାଙ୍କୁ ନେଇଯାଇଥିଲେ। ତେବେ ସୁଚିତ୍ରା ବିଲ୍ଡିଂର ସିସିଟିଭି ଫୁଟେଜ୍‌ ଦେଖିବା ପ​‌ରେ ସିକ୍ୟୁରିଟି ଗାର୍ଡର କଥା ସତ ଲାଗିଲା।

ସୁଚିତ୍ରା ସଂଗେସଂଗେ ଏନେଇ ପୋଲିସକୁ ଖବର ଦେଇଥିଲେ। ବୋରିବଲି ପୋଲିସ ମନିଷଙ୍କ ଫୋନ୍‌ ନମ୍ବର କ୍ରାଇମ୍‌ ବ୍ରାଞ୍ଚକୁ ଦେବା ସହ ତାହାକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ମନିଷଙ୍କ ଫୋନ୍‌ ସ୍ବିଚ୍‌ ଅଫ୍‌ ଥିଲା । ପୋଲିସ ମନିଷଙ୍କ ସହଯୋଗୀ ଓ ବନ୍ଧୁଙ୍କୁ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲା ମନିଷଙ୍କୁ ନାଶିକ୍‌ କିମ୍ବା ପୁନେ ନିଆଯାଇଛି। ତେବେ ପୋଲିସ ଟିମ୍‌ ନାଶିକ୍‌ ଯିବା ପରେ ଜାଣିଥିଲେ ଯେ ଅଭିଯୁକ୍ତ ଅହମଦନଗର ଚାଲିଯାଇଛନ୍ତି। ତେବେ ଶୁକ୍ରବାର ପୋଲିସ ଟିମ୍‌ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା

ସେମାନଙ୍କୁ ପଚରା ଉଚରା ପରେ ଜଣାପଡ଼ିଥିଲା ୫ ବର୍ଷ ତଳର ଏକ ଘଟଣାକୁ ନେଇ ସେମାନେ ମନିଷଙ୍କୁ ଉଠାଇ ନେବା ସହ ମଦ ପିଇବାକୁ ବାଧ୍ୟ କରିଥିଲେ। ପରେ ଥାନେର କାଲଭା ବ୍ରିଜ୍‌ରୁ ମନିଷଙ୍କୁ ଫିଙ୍ଗି ଦେଇଥିଲେ। ସେତେବେଳ ମନିଷ ବଞ୍ଚିଥିଲେ ବୋଲି ଦୁଇ ଅଭିଯୁକ୍ତ କହିଛନ୍ତି। ଅଭିଯୁକ୍ତ ଦ୍ବୟ ଦିନେଶ ମେହେରା ଓ ମହେଶ କୁଟେ ବୋଲି ଜଣାପଡ଼ିଛି। ସେପଟେ ପୋଲିସ ମନିଷଙ୍କୁ ଖୋଜିବାକୁ ଚେଷ୍ଟା କରୁଛି। ମନିଷଙ୍କୁ ଉଦ୍ଧାର କଲେ କିମ୍ବା ନମିଳିଲେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.