ସମୁଦ୍ରରେ ବୁଡିଗଲା ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗା, ଦେବଦୂତ ସାଜିଲେ ଦୁଇ ପୋଲିସ କର୍ମଚାରୀ

Published By : Prameya-News7 Bureau | March 14, 2020 IST

ମୁମ୍ବାଇ ୧୪।୦୩: ମୁମ୍ବାଇରେ ଆଜି ଘଟିଥିବା ବଡ ଧରଣର ନୌକା ଦୁର୍ଘଟଣାରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଡଙ୍ଗା ଓଲଟି ଯିବାରୁ ଅନେକ ପର୍ଯ୍ୟଟକଙ୍କ ଜୀବନ ବିପଦରେ ପଡି ଯାଇଥିଲା। ସୌଭାଗ୍ୟବଶତଃ କାହାରି ପ୍ରାଣହାନୀ ଘଟିନାହିଁ। ନୌକା ଓଲଟିବା ମାତ୍ରେ ଦୁଇ ଜଣ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ସମସ୍ତଙ୍କୁ ବଞ୍ଚାଇଥିଲେ। ଡଙ୍ଗାରେ ୮୮ ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ।

ସୂଚନା ଅନୁଯାୟୀ, ନୌକାରେ ପର୍ଯ୍ୟଟକ ସମୁଦ୍ରରେ ମୁମ୍ବାଇରୁ ଅଲିବାଗ ଆସୁଥିଲେ। ମାତ୍ର ଅଚାନକ ଭାରସାମ୍ୟ ହରାଇ ନୌକାଟି ଓଲଟି ଯାଇଥିଲା। ଏହା ପରେ ନୌକାରେ ବସିଥିବା ପର୍ଯ୍ୟଟକଙ୍କ ଜୀବନ ବିପଦରେ ପଡି ଯାଇଥିଲା। ଶୌଭାଗ୍ୟବଶତଃ ତୁରନ୍ତ ସେଠାକୁ ପୋଲିସ କର୍ମଚାରୀ ପହଞ୍ଚି ଯାଇ ସେମାନଙ୍କର ଜୀବନ ରକ୍ଷା କରିଥିଲେ।

{"id":238355,"width":748,"height":553,"sizeSlug":"large"}

ସମୟ ପୂର୍ବରୁ ଅଲିବାଗର ମାଣ୍ଡଓ୍ଵା ପୋଲିସ କର୍ମଚାରୀ ପ୍ରଶାନ୍ତ ଧରତ ଓ ସଦଗୁରୁ ଉଭୟ ମିଶି ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଉଭୟ କାଳ ବିଳମ୍ବ ନକରି ଦୁର୍ଘଟଣାର ଶିକାର ୮୮ ଜଣ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରିଥିଲେ। ଏହି ଦୁର୍ଘଟଣାକୁ ନେଇ ରାୟଗଢ ଆରକ୍ଷୀ ଅଧିକ୍ଷକ  ଅନିଲ ପରସ୍କର କହିଛନ୍ତି ଯେ, ୮୮ ଯାତ୍ରୀଙ୍କୁ ରକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.