Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମୁମ୍ୱାଇରେ ଆରମ୍ଭ ହେଲାଣି ଅନଲକ୍ ପ୍ରକ୍ରିୟା : ଲୋକାଲ ଟ୍ରେନରେ ମହିଳାଙ୍କୁ ଯାତ୍ରା ମନା

6/06/2021 at 9:43 AM

ମୁମ୍ୱାଇ ୬/୬ : ଦେଶରେ କରୋନା ଦ୍ୱିତୀୟ ଲହର ବର୍ତ୍ତମାନ ଦୁର୍ବଳ ହୋଇଛି । ଫଳରେ ଧୀରେ ଧୀରେ ଅନଲକ୍ ହେଉଛି ଦେଶର ବିଭିନ୍ନ ରାଜ୍ୟ । କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ମଧ୍ୟ ଲୋକଙ୍କୁ କଟକଣା କୋହଳ କରାଯାଉଛି । ମୁମ୍ବାଇରେ ମଧ୍ୟ ଅନଲକର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଅନେକ ପ୍ରକାରର କଟକଣା କୋହଳ କରିବାକୁ ପ୍ରସ୍ତୁତ ହୋଉଛନ୍ତି ସରକାର । କିନ୍ତୁ ବର୍ତ୍ତମାନ ଏହି ଅନଲକ୍ ପ୍ରକ୍ରିୟା ଏକ ବଡ ବିବାଦର ବିଷୟ ପାଲଟିଛି ।

ବିଏମସି ଦ୍ୱାରା ଅନଲକ୍ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହି ନିର୍ଦ୍ଦେଶାବଳୀରେ ମହିଳାମାନଙ୍କ ବିଷୟରେ ମଧ୍ୟ ଏକ ବିବାଦୀୟ ନିଷ୍ପତ୍ତି ନିଆଯାଇଛି । କୁହାଯାଇଛି ଯେ ଅନଲକ୍ ସମୟରେ ମଧ୍ୟ ମହିଳାମାନେ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । କୁହାଯାଉଛି ଯେ ବିଏମସି ଏହି ବିବାଦୀୟ ନିଷ୍ପତ୍ତି ଏବଂ ଏହାର ନିର୍ଦ୍ଦେଶ ନେଇଛି ।

ଗାଇଡଲାଇନ ଅନୁଯାୟୀ ମହିଳାମାନଙ୍କୁ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯିବନି । କିନ୍ତୁ ଏହି ପ୍ରସଙ୍ଗରେ ସମସ୍ତ ଶକ୍ତି ସ୍ଥାନୀୟ ପ୍ରଶାସନକୁ ଦିଆଯାଇଥିବା ହେତୁ ସାଧାରଣ ମହିଳାଙ୍କ ଉପରେ ପ୍ରତିବନ୍ଧକ ଜାରି ରଖିବାକୁ ବିଏମସି ନିଷ୍ପତ୍ତି ନେଇଛି । ଏହି ନୂତନ ଗାଇଡ୍ ଲାଇନ୍ ଜୁନ୍ ୭ରୁ କାର୍ଯ୍ୟକାରୀ ହେବ ।

   Related Posts