Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ମୁମ୍ବାଇରେ କରୋନା ମାମଲା ବୃଦ୍ଧି ପାଇବା ନେଇ ଲୋକାଲ ଟ୍ରେନ ଦାୟୀ କି ? ବିଏମସି ଡାଟା କରୁଛି ଇସାରା

24/02/2021 at 3:30 PM

ମୁମ୍ବାଇ ୨୪/୦୨ : ମହାରାଷ୍ଟ୍ରରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକ ବଡ କାରଣ ମୁମ୍ବାଇ ଲୋକାଲ ଟ୍ରେନ ବୋଲି କୁହାଯାଉଛି। ରେଳ ସେବା ସହ ଜଡିତ ଅଧିକାରୀ କହିଛନ୍ତି ଯେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯାଉଛି। ବିଏମସି ଡାଟା ମଧ୍ୟ ବୃଦ୍ଧି ପାଉଥିବା କରୋନା ମାମଲାର କାରଣ ଲୋକାଲ ଟ୍ରେନ ସେବା ବୋଲି ଦର୍ଶାଉଛି। ସରକାର ତାକୁ ନେଇ କିଛି ନିର୍ଦ୍ଦେଶ ଜାରି କରିନାହାନ୍ତି।

ନଗର ଆୟୁକ୍ତ ଇକବଲ ସିଂହ କହିଛନ୍ତି ଯେ ଲୋକାଲ ଟ୍ରେନ ସେବା ଆରମ୍ଭ ହେବାପରେ ଲୋକଙ୍କ ଗତିବିଧି ବୃଦ୍ଧି ପାଇଥିଲା। ମୁମ୍ବାଇରେ ଲୋକାଲ ଟ୍ରେନରେ ୫୦ ଲକ୍ଷ ଲୋକ ପ୍ରତିଦିନ ଯିବା ଆସିବା କରନ୍ତି। ଲୋକାଲ ଟ୍ରେନ ଗତ ମାର୍ଚ୍ଚରୁ ଜାନୁଆରୀ ଯାଏଁ ବନ୍ଦ ଥିଲା। ଫେବୃଆରୀ ୧ରୁ ଲୋକାଲ ଟ୍ରେନ ସେବା ଆରମ୍ଭ ହୋଇଛି। ଏହା ଜାଣିବାକୁ ୩ ସପ୍ତାହ ସମୟ ଲାଗିବ ଯେ ଟ୍ରେନ ଯୋଗୁଁ କରୋନା ମାମଲା ବଢିଛି ନା ନାହିଁ ବୋଲି ସେ କହିଛନ୍ତି।

ପଶ୍ଚିମ ରେଲୱେ ସିପିଆରଓ ସୁମିତ ଠାକୁର କହିଛନ୍ତି ଯେ, ଲଗାତାର ଟ୍ରେନ ସାନିଟାଈଜ କରାଯାଉଛି। ଏଥିପାଇଁ ଏକ ଟିମ ଗଠନ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ୩୦୦ରୁ ଅଧିକ ବୁକିଂ କାଉଣ୍ଟର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ଆଦେଶ ପାଳନ କରାଯାଉଛି। ବିଏମସି ଡାଟା ଅନୁସାରେ, ଫେବୃଆରୀ ୧ ତାରିଖ ସୁଦ୍ଧା ସଂକ୍ରାମିତଙ୍କ ସଂଖ୍ୟା ୪୦୦ ଥିଲା ଯାହା ଫେବୃଆରୀ ପ୍ରଥମ ସପ୍ତାହରେ ୫୦୦ ପାର କରିଥିଲା।

କୋଭିଡ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସ୍ଥିତି ନିୟନ୍ତ୍ରଣ ନ ହେଲେ ଆଗାମୀ ୮ ଦିନ ମଧ୍ୟରେ କୌଣସି ବଡ ପଦକ୍ଷେପ ନେଇପାରନ୍ତି।

   Related Posts