Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଆଇନ ଛାତ୍ରୀଙ୍କ ସାମ୍ନାରେ ଅଶ୍ଳୀଳ ବ୍ୟବହାର କଳା କ୍ୟାବ ଡ୍ରାଇଭର : ଭିଡିଓ ରେକଡିଂ କରି ଇନ୍ସଟାଗ୍ରାମରେ ସେୟାର କଲେ ଛାତ୍ରୀ, ନିନ୍ଦା କଲେ ବଲିଉଡ ତାରକା

2/07/2019 at 6:50 PM

ମୁମ୍ବାଇ ୨/୭ : ମହିଳା ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇକୁ ଏକ ସୁରକ୍ଷିତ ସହର ଭାବେ ଗଣାଯାଏ । କିନ୍ତୁ ବେଳେବେଳେ ଏମିତି ଏକ ଘଟଣା ଘଟିଥାଏ ଯାହା ପୁରା ସହର ପାଇଁ ଲଜ୍ଜାଜନକ ହୋଇଥାଏ । ଜୁନ ୨୭ ତାରିଖରେ ମୁମ୍ବାଇରେ ସକାଳ ୯ଟା ସମୟରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା । ମୁମ୍ବାଇର ପ୍ରସିଦ୍ଧ ବ୍ଲଗର ତଥା ଆଇନ ଛାତ୍ରୀ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଥିଲେ । କ୍ୟାବ ଡ୍ରାଇଭର ଅଧା ବାଟରେ ଅଶ୍ଳୀଳ ବ୍ୟବହାର କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା ।

ଆଇନ ଛାତ୍ରୀଙ୍କ ଏହି ଭିଡିଓ ସଇସିଆଲ ମିଡ଼ିଆରେ ଭାଇରାଲ ହେବାପରେ ବଲିଉଡର ତମାମ ତାରକା ତାଙ୍କୁ ସପୋର୍ଟ କରିଛନ୍ତି । ଏହି ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶିଳ୍ପ ସେଟ୍ଟୀ, ନେହା ଧୂପିଆ, କାର୍ତ୍ତିକ ଆର୍ଯ୍ୟନଙ୍କ ଭଳି ତାରକା । ଛାତ୍ରୀ ଜଣକ ଇନ୍ସଟାଗ୍ରାମରେ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି । ଆଇନ ଛାତ୍ରୀ ଜଣକ ଇନ୍ସଟାଗ୍ରାମରେ ୩ଟି ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି “ଭିଡିଓ ସେୟାର କରିବା ପୂର୍ବରୁ ସେ ଅନେକ ସମୟ ଧରି ଚିନ୍ତା କରିଥିଲେ ଯେ, ଭିଡିଓ ସେୟାର କରିବେ ନା ନାହିଁ । ଆପଣମାନେ ମତେ ଜଜ କରିବା ପୂର୍ବରୁ ମୁଁ କହିଦେବାକୁ ଚାହେଁ ଯେ, ମୁଁ ସାଧାରଣ ଡ୍ରେସ ପିନ୍ଧିଥିଲି, ଜିନ୍ସ ସହ ଏକ ଟପ”

ସେ ଲେଖିଛନ୍ତି ଯେ, ସେ ସିଦ୍ଧି ବିନାୟକ ମନ୍ଦିର ଯିବା ପାଇଁ ଲୋକାଲ ଟ୍ୟାକ୍ସି ଭଡା କରିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଭୁଲ ପ୍ରମାଣିତ ହୋଇଥିଲା । ମନ୍ଦିର ଯିବା ପୂର୍ବରୁ ତାଙ୍କୁ ନରିମନ ପଏଣ୍ଟରୁ ନିଜ ମା ଏବଂ ଭଉଣୀଙ୍କୁ ପିକ୍ କରିବାର ଥିଲା । କିନ୍ତୁ ସେ ନରିମନ ବାଟରେ କ୍ୟାବ ଡ୍ରାଇଭର ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲା । ଦାଦର ଆଡକୁ ଯିବା ସମୟରେ କ୍ୟାବ ଡ୍ରାଇଭର ଅଶ୍ଳୀଳ ବ୍ୟବହାର କରିବା ଆରମ୍ଭ କରିଥିଲା । ସେ ଯେତେବେଳେ ନିଜ ପ୍ୟାଣ୍ଟର ଚେନ ଖୋଲିଥିଲା ସେତେବେଳେ ସେ ଏହାକୁ ନିଜ ମୋବାଇଲରେ ରେକର୍ଡ କରିବା ଉଚିତ ବୋଲି ଭାବି ଡ୍ରାଇଭରର ସମସ୍ତ ଅଶ୍ଳୀଳ ବ୍ୟବହାର ମୋବାଇଲରେ ରେକର୍ଡ କରିଥିଲେ ।

କ୍ୟାବ ଡ୍ରାଇଭର ରାସ୍ତାରେ ସବୁ ସିଗନାଲରେ ଗାଡି ରଖୁଥିଲା । ଡ୍ରାଇଭରର ଏହିଭଳି ଅଶ୍ଳୀଳ ବ୍ୟବହାର ଦେଖି ଛାତ୍ରୀ ଜଣକ କହିଥିଲେ ଗାଡି ଅଧା ବାଟରେ ରଖିଦେବା ପାଇଁ, ସେ ଓହ୍ଲାଇ ପଡିବେ । କିନ୍ତୁ ସେ ଶୁଣିନଥିଲା । ସେ କହିଥିଲା ଗାଡି ତ ନାରିମନ ଯାଏଁ ଯିବା ପାଇଁ ବୁକ କରାଯାଇଛି ଅଧା ବାଟରେ କଣ ପାଇଁ ଛାଡ଼ିବି । ଏହା ଶୁଣି ଛାତ୍ରୀ ପାଟି କରି କହିଥିଲେ ପୋଲିସକୁ ଡାକିବେ । ପୋଲିସ କଥା ଶୁଣିବା ପରେ ଡ୍ରାଇଭର ତାଙ୍କୁ ଭୁଲ ମାଗିଥିଲେ ।

ଛାତ୍ରୀ ଜଣକ କହିଛନ୍ତି ସେ ଏହିଭଳି ଅନେକ ଘଟଣା ସମ୍ପର୍କରେ ଆଗରୁ ଶୁଣିଛନ୍ତି । କିନ୍ତୁ ପ୍ରଥମଥର ପାଇଁ ନିଜେ ଅନୁଭବ କଲେ ଏତେ କେତେ ଲଜ୍ଜାଜନକ ଏବଂ ଭୟଙ୍କର । ତେବେ ଏହି ପୋଷ୍ଟକୁ ସେୟାର କରି ସେ କହିବାକୁ ଚାହିଁଛନ୍ତି ଯେ ଏହି ଟ୍ୟାକ୍ସିରେ କେହି ମଧ୍ୟ ସୁରକ୍ଷିତ ନୁହନ୍ତି । ସେ ଏହି ଟକ୍ସିର ନମ୍ବର ମଧ୍ୟ ସେୟାର କରିଛନ୍ତି ଏବଂ ଏହି ଟ୍ୟାକ୍ସିରେ କେହି ଯାତ୍ରା ନକରିବା ପାଇଁ କହିଛନ୍ତି ।

ଏହି ପୋଷ୍ଟ ଭାଇରାଲ ହେବାପରେ ବଲିଉଡ ତାରକାମାନେ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଟ୍ୟାକ୍ସି ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ବଲିଉଡ ତାରକା ଏହାକୁ ନିହାତି ଘୃଣ୍ୟ ବୋଲି କହିଛନ୍ତି ।

   Related Posts