Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଜଳମଗ୍ନ ମାୟନଗରୀ : ଆହୁରି ୪୮ ଘଣ୍ଟା ଭୀଷଣ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

2/07/2019 at 2:45 PM

ମୁମ୍ବାଇ ୨/୭ : ଲଗାଣ ବର୍ଷାରେ ମାୟା ନଗରୀ ମୁମ୍ବାଇର ହାଲ ବେହାଲ ହୋଇଯାଇଛି । ଗତ ୩ ଦିନ ହେଲା ଲଗାତାର ମୁମ୍ବାଇ ଲଗାତାର ବର୍ଷା ହେଉଛି । ସହରର ଅନେକ ଅଂଚଳ ଜଳମଗ୍ନ ହୋଇଛି । ଅନେକ ଅଂଚଳ ପାଣି ଘେରରେ ରହିଛି । ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ପ୍ରଶାସନ ମଧ୍ୟ ଏହି ସ୍ଥିତିକୁ ନଜରରେ ରଖି ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛନ୍ତି ।

ସୋମବାର ରାତି ୧୦ଟା ରୁ ମଙ୍ଗଳ ସକାଳ ୭ଟା ପର୍ଯ୍ୟନ୍ତ ୫୨ ଟି ବିମାନ ଚଳାଚଳ ରଦ୍ଦ କରିଦିଆଯାଇଛି । ମୁମ୍ବାଇ ଲୋକାଲ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ମହାରାଷ୍ଟ୍ର ସରକାର ସାର୍ବଜନିକ ଅବକାଶ ଘୋଷଣା କରିଛନ୍ତି । ଏପଟେ ପାଣିପାଗ ବିଭାଗ ଆହୁରି ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ ମଲାଡ ସ୍ଥିତ କୁରାର ଅଂଚଳରେ କାନ୍ଥ ପଡି ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୬୦ରୁ ଅଧିକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଂଚି ଆହତଙ୍କୁ ସାକ୍ଷାତ କରିଛନ୍ତି ।

ସନ୍ତାକୃଜ ସ୍ଥିତ ପାଣିପାଗ ବିଭାଗ ସୋମବାର ସକାଳୁ ସାଢେ ୮ଟାରୁ ମଙ୍ଗଳବାର ସକାଳ ସାଢେ ୮ ଯାଏଁ ୩୭୫.୨ ମିଲିମିଟର ବର୍ଷା ରେକର୍ଡ କରିଛନ୍ତି ।

ଭାରତୀୟ ନୌସେନା ବିଏମସିର ଅନୁରୋଧ ପରେ କୁର୍ଲାରେ ବର୍ଷାରେ ପ୍ରଭାବିତ ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଟିମ ନିୟୋଜିତ କରିଛନ୍ତି । ଏନଡିଆରଏଫ, ଦମକଳ ବାହିନୀ, ନୌସେନା ଟିମଙ୍କ ସହ ସ୍ଥାନୀୟ ସ୍ୱୟଂ ସହାୟକଙ୍କ ସାହାଯ୍ୟରେ ପାଖାପାଖି ୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବାଂଚଳ କୁର୍ଲାରେ ଭୀଷଣ ବର୍ଷା ଯୋଗୁଁ କୈଳାସ ପର୍ବତ ସୋସାଇଟିର ଗ୍ରାଉଣ୍ଡ ଫ୍ଲୋର ସମ୍ପୂର୍ଣ ବୁଡି ଯାଇଛି । ବର୍ଷା ଏବେ ମଧ୍ୟ ଲାଗିରହିଛି ।

   Related Posts