Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୨୨ଜଣଙ୍କ ମୃତ୍ୟୁ : ଆହୁରି ୨୪ ଘଣ୍ଟା ବର୍ଷା

2/07/2019 at 5:51 PM

ରଙ୍ଗୀନ ଆଲୋକମାଳା, ନଭଶ୍ଚମ୍ବୀ ଅଟ୍ଟାଳିକା ଭିତରେ ଝଲସୁଥିବା ମୁମ୍ବାଇକୁ ସତେ ଯେମିତି ଶ୍ରୀହୀନ କରିଦେଲାଣି ବର୍ଷା । ସ୍ବପ୍ନର ସହର ପାଣିରେ ଉବୁଟୁବୁ ହେଉଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୨୨ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏପଟେ ଆମ ରାଜ୍ୟରେ ବି ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ପାଣି ପାଣି ମୁମ୍ବାଇ । ଚାରିଆଡ଼େ ତ୍ରାହି ତ୍ରାହି ଚିତ୍କାର । ଲଗାତର ଛାତିଥରା ଦୃଶ୍ୟ ଦେଖି ମୁମ୍ବାଇ ବାସୀ ଭୟଭୀତ । ମୁମ୍ବାଇରେ ମୌସୁମୀ ଆସିବା ମାତ୍ର ୩ ଦିନ ହୋଇଛି । କିନ୍ତୁ ଏହାର କରୁଣ ଦୃଶ୍ୟ ପୂରା ମୁମ୍ବାଇରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ୩ ଟି ସ୍ଥାନରେ କାନ୍ଥ ପଡି ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମାଲାଡ ଇଷ୍ଟରେ ୧୩ , କଲ୍ୟାଣରେ ୩ ଏବଂ ପୁଣେରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।  

ସ୍ଥିତି ଗମ୍ଭୀର ଥିବାରୁ ମୁମ୍ବାଇରେ ସ୍କୁଲ, କଲେଜ, ଅଫିସ ଛୁଟି ଘୋଷଣା କରି ଦିଆଯାଇଛି । ବାହାରକୁ ନଯାଇ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ୯ଟି ଟ୍ରେନ୍ ଯାତାୟତ ରଦ୍ଦ କରି ଦିଆଯାଇଛି। ମୁମ୍ବାଇକୁ ଚଳାଚଳ କରୁଥିବା ୧୦କୁ  ଅଧିକ ଫ୍ଲାଇଟ ଦିଲ୍ଲୀରେ ରଦ୍ଦ କରାଯାଇଛି। ଶହ ଶହ ଲୋକ ଷ୍ଟେସନ ଓ ଏୟାରପୋର୍ଟରେ ଅଟକି ରହିଛନ୍ତି। ବର୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ଆଉ ଏପଟେ ଆମ ରାଜ୍ୟରେ ୨୪ ଘଣ୍ଟା ଯାଏ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ କାଲି ଠାରୁ ବର୍ଷା କମିବା ସହ ୬ ତାରିଖରୁ ପୁଣି ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।

ଏବେ ବି ଆମ ରାଜ୍ୟରେ ଆବଶ୍ୟକତା ଠାରୁ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି କୁହାଯାଇଛି।

   Related Posts