ବିଶ୍ବର ବିଶ୍ବାସ ଜିତିଲା ମୁମ୍ବାଇ, ଦେଲା ସଚ୍ଚୋଟତାର ବଳିଷ୍ଠ ପ୍ରମାଣ: ଅନେଷ୍ଟ ସିଟି ତାଲିକାରେ ନଂ-୨

Published By : Prameya-News7 Bureau | September 16, 2021 IST

ମୁମ୍ବାଇ ୧୬/୦୯: ମାୟାନଗରୀ ମୁମ୍ବାଇରୁ ହୁଏତ କିଏ କେବେ ପ୍ରତାରିତ ହୋଇଥିବ କିନ୍ତୁ ସେଠାକାର ଲୋକେ ସଚ୍ଚୋଟ। ଏକଥା କେହି କହିନାହାନ୍ତି ବରଂ ପରୀକ୍ଷା କରି ଦେଖାଯାଇଛି।  ଦେଶ ବିଦେଶରୁ ହଜାର ହଜାର ସଂଖ୍ୟକ ଲୋକ ଏଠାକୁ ଆସିଥାନ୍ତି। ଅନେକ ମୁମ୍ବାଇରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି। ଦେଶରେ ଅର୍ଥିକ ରାଜଧାନୀ ମୁମ୍ବାଇ ସମସ୍ତଙ୍କୁ ଆକୃଷ୍ଟ କରେ। ସ୍ୱପ୍ନର ସହରକୁ ଏବେ ମିଳିଛି ସବୁଠାରୁ ସଚ୍ଚୋଟ ସହରର ପ୍ରମାଣପତ୍ର । ଏନେଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମହିନ୍ଦ୍ରାର ଏବଂ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଦି ୱାଲେଟ୍ ଏକ୍ସପେରିମେଣ୍ଟର ଏକ ଟ୍ୱିଟ୍‌ ଶେୟାର କରି ମୁମ୍ବାଇର ସଚ୍ଚୋଟତାକୁ ଦର୍ଶାଇଛନ୍ତି।

 ‘ରିଡର୍ସ ଡାଇଜେଷ୍ଟ’ ମାଗାଜିନ୍‌ରେ  ‘The Wallet Experiment’ ନାଁରେ ଗବେଷଣା କରିଛି । ଏଥିରେ ବିଶ୍ବର ଅନେକ ସହରରେ ସଚ୍ଚୋଟତାକୁ ଦେଖାଯାଇଥିଲା।  ଏଥିରେ ମୁମ୍ବାଇକୁ ତାଲିକାରେ ଦ୍ୱିତୀୟ ସ୍ଥାନ ମିଳିଛି । ଏଥିରେ ବିଶ୍ୱର ୧୬ଟି ମୁଖ୍ୟ ସହର ଚୟନ କରାଯାଇଥିଲା। ଏହି ସହରଗୁଡ଼ିକରେ ଲୋକଙ୍କ ସଚ୍ଚୋଟତା ପରଖିବା ପାଇଁ ସର୍ବସାଧାରଣ ସ୍ଥାନରେ ଜାଣିଶୁଣି ୧୯୨ ଟି ପର୍ସ  ଛଡ଼ାଯାଇଥିଲା। ପ୍ରତ୍ୟେକ ସହରରେ ପ୍ରାୟ ୧୨ଟି ପର୍ସ ଛଡ଼ାଯାଇଥିବା ବେଳେ ପର୍ସରେ ୫୦ ଡଲାର ରଖାଯାଇଥିଲା। ତା ସହିତ ପର୍ସରେ ବ୍ୟକ୍ତିଙ୍କର ନାମ ସହିତ ତାଙ୍କର ସମସ୍ତ ଠିକଣା, ପରିବାର ଲୋକଙ୍କ ଫଟୋ, କୁପନ ଓ ବ୍ୟବସାୟ କାର୍ଡ ମଧ୍ୟ ରଖାଯାଇଥିଲା।

ପ୍ରତ୍ୟେକ ଦେଶର ଟଙ୍କା ଅନୁସାରେ ୫୦ ଆମେରୀକୟ ଡଲାରକୁ ହିସାବ କରି ରଖାଯାଇଥିଲା। ସେହି ହିସାବରେ ମୁମ୍ବାଇରେ ଛଡ଼ାଯାଇଥିବା ପର୍ସରେ ୩,୬୦୦ ଟଙ୍କା ଥିଲା । ଏହାପରେ କେଉଁ ସହରରୁ କେତେ ପର୍ସ ଠିକଣା ଅନୁସାରେ ଫେରି ଆସିଲା ତାର ହିସାବ କରାଯାଇଥିଲା। ଏହି ଗବେଷଣାରେ ମୁମ୍ବାଇରେ ଛଡ଼ାଯାଇଥିବା ୧୨ଟି ପର୍ସ ମଧ୍ୟରୁ ୯ଟି ପର୍ସ ଦିଆଯାଇଥିବା ଠିକଣାରେ ଫେରି ଆସିଥିଲା। ଅନ୍ୟପଟେ ଫିନଲ୍ୟାଣ୍ଡର ହେଲିଂସ୍କି ସହରରେ ପଡ଼ିଥିବା ୧୨ ପର୍ସରୁ ୧୧ଟି ପର୍ସ ଠିକଣାରେ ଫେରିଆସିଥିଲା ।ତା ପଛକୁ ନ୍ୟୁୟୋର୍କ, ଓ ବୁଡାପେଷ୍ଟ ସହରର ୧୨ ପର୍ସରୁ ମାତ୍ର ୮ ଟି ଫେରିପାରିଥିଲା।

ଋଷିଆ ରାଜଧାନୀ ମସ୍କୋ ଓ ନେଦରଲ୍ୟାଣ୍ଡ ରାଜଧାନୀ ଆମଷ୍ଟରଡାମରୁ ୭ ପର୍ସ, ବର୍ଲିନ୍ ଓ ଲ୍ୟୁବଲିୟାନାରୁ ୬, ଲଣ୍ଡନ ଓ ବର୍ସାୟରୁ ମାତ୍ର ୫ ଟି ପର୍ସ ଠିକଣାରେ ଫେରିଆସିଥିଲା।  କେବଳ ମୁମ୍ବାଇ କାହିଁକି ଭାରତୀୟ ସଂସ୍କୃତିରେ ଚୋରି ଏକ ଧ୍ରତବ୍ୟ ଅପରାଧ ବୋଲି ବିଚାର କରାଯାଏ। ଆଇନ୍‌ କାନୁନକୁ ବାଦ ଦେଲେ ବି ଭାରତୀୟ ନିଜ ପରିବାରରୁ ଏହି ସଂସ୍କାର ଶିଖିଛନ୍ତି। ଯାହାର ପରିଣାମ ଆଜି ପୁଣି ଥରେ ବିଶ୍ବ ଦେଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.