Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସନରାଇଜର୍ସ ହାଇଦ୍ରାବାଦର ଆତ୍ମ ସମର୍ପଣ, କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

17/04/2021 at 11:15 PM

ଚେନ୍ନାଇ ୧୭।୦୪: ଜୋନି ବେୟାରଷ୍ଟୋ ଓ ଡେଭିଡ୍ ଓ୍ଵାର୍ଣ୍ଣର ପ୍ରଥମ ଓ୍ଵିକେଟ୍‌ରେ ୬୭ ରନ ଯୋଡିବା ପରେ ଲାଗୁଥିଲା ସନରାଇଜର୍ସ ହାଇଦ୍ରବାଦ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିବ। ହେଲେ ଦଳ ପୁଣି ଥରେ ଗତ ମ୍ୟାଚ୍‌ର ଭୁଲକୁ ଦୋହରାଇ କ୍ରମାଗତ ତୃତୀୟ ପରାଜୟ ଭୋଗିଛି। ହାଇଦ୍ରାବାଦର ମଧ୍ୟକ୍ରମ ମୁମ୍ବାଇ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ୟପଟେ ୧୫୦ ରନ କରି ବିପକ୍ଷ ଦଳକୁ ପୁଣି ଥରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବୋଲରଙ୍କ ଶାଣିତ ବୋଲିଂ ଦମରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରି ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ହାଇଦ୍ରାବାଦର ପରାଜୟଧାରା ଜାରି  ରହିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୦ ରନ କରିଥିଲା। ଦଳ ପକ୍ଷରୁ ଡିକକ୍‌ ସର୍ବାଧିକ ୪୦ ରନ କରିଥିବା ବେଳେ ପୋଲାର୍ଡ ୨୨ ବଲ୍‌ରୁ ଦ୍ରୁତ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ସନରାଇଜର୍ସ   ହାଇଦ୍ରାବାଦ ଓପନରଙ୍କ ୬୭ ରନର ଭାଗିଦାରୀ ସତ୍ତ୍ଵେ ବି ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଶୋଚନୀୟ ବ୍ୟାଟିଂ କାରଣରୁ ୧୯.୪ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି। ମୁମ୍ବାଇ ପକ୍ଷରୁ ରାହୁଲ ଚହର ପୁଣି ଥରେ ଦମଦାର ବୋଲିଂ କରି ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସନ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୭.୨ ଓଭରରେ ୬୭ ରନ ଯୋଡିଥିଲେ। ଜୋନି ବେୟାରଷ୍ଟୋ ୨୨ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ବିସ୍ଫୋରକ ୪୩ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହି ଯୋଡି ଭାଙ୍ଗିବା ପରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ପୁଣି ଥରେ ରାହୁଲ ଚହର ୩ ଓ୍ଵିକେଟ୍ ନେଇ ସନରାଇଜର୍ସ ହାଇଦ୍ରାବାଦର ମଧ୍ୟକ୍ରମର ବିପର୍ଯ୍ୟୟ ଘଟାଇଥିଲେ। ଗୋଟିଏ ପଟେ ଯଶପ୍ରୀତ ବୁମରା ରନ ଗତି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଅନ୍ୟ ବୋଲର ଓ୍ଵିକେଟ୍ ନେଇ ମୁମ୍ବାଇକୁ ହାରୁଥିବା ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୬ ରନ କରିଥିବା ବେଳେ ଶେଷ ଆଡକୁ ବିଜୟ ଶଙ୍କର ୨୮ ରନ କରିଥିଲେ।

   Related Posts