ବୁମରାହଙ୍କ ଘାତକ ବୋଲିଂରେ ଦିଲ୍ଲୀ ଘାଇଲା, ପ୍ରଥମ କ୍ୱାଲିଫାୟରରେ DCକୁ ୫୭ ରନରେ ମାତ୍ ଦେଲା ମୁମ୍ବାଇ, ଫାଇନାଲରେ କଲା ପ୍ରବେଶ

Published By : Prameya-News7 Bureau | November 05, 2020 IST

ଦୁବାଇ, ୦୫।୧୧:  ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ପ୍ରଥମ ପ୍ଲେ-ଅଫରେ ୫୭ ରନରେ ବିଜୟ ଲାଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୨୦୧ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୪୩ ରନରେ ଅଟକି ଯାଇଥିଲା । ଆଜିର ବିଜୟ ପରେ ମୁମ୍ବାଇ ଫାଇନାଲରେ ପ୍ରବେଶ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରଥମ ଓଭରରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ହେଲେ ଦ୍ଵିତୀୟ ଓଭରରେ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ  ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୨ ରନ ଯୋଡିଥିଲେ। ୭୮ ରନ ସ୍କୋରରେ ଡିକକ୍‌ ୨୫ ବଲରୁ ୫ ଚୌକା ଓ ୧ ଛକା ସହ ୪୦ ରନ କରିଥିଲେ।

{"id":356864,"sizeSlug":"large"}

ଏହା ପରେ ମୁମ୍ବାଇକୁ ଲାଗ ଲାଗ ଦୁଇଟି ଝଟକା ଲାଗିଥିଲା। ସୂର୍ଯ୍ୟକୁମାର ଯାଦବ ଠିକ୍ ସମୟରେ ଆଉଟ୍  ହେବା ମୁମ୍ବାଇକୁ ତୃତୀୟ ଝଟକା ଦେଇଥିଲା। ଏହା ପୂର୍ବରୁ ଯାଦବ ୩୮ ବଲରୁ ୬ ଚୌକା ଓ ୨ ଛକା ସହ ଆଇପିଏଲରେ ଦଶମ ଅର୍ଦ୍ଧଶତକ ହାସଲ କରିଥିଲେ। କିରଣ ପୋଲାର୍ଡ ଖାତା ନଖୋଲି ଅଶ୍ଵିନଙ୍କ ବଲରେ ପାଭିଲିୟନ ଫେରିଥିଲେ। ଏହା ପରେ ଇଶାନ କିଷନ ଓ କୃଣାଲ ପାଣ୍ଡ୍ୟା ଦଳର ସ୍କୋରକୁ ୧୪୦ ରନରେ ପହଞ୍ଚାଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍‌ରେ ୩୯ ରନ ଯୋଡିଥିଲେ। କୃଣାଲ ୧୩ ରନ କରି ବିଦାୟ ନେଇଥିଲେ।

ଶେଷ ଆଡକୁ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଇଶାନ କିଷନ ଦମଦାର ବ୍ୟାଟିଂ କରି ଆଇପିଏଲରେ ସପ୍ତମ ଅର୍ଦ୍ଧଶତକ ହାସଲ କରିଥିଲେ।  ଉଭୟ ବ୍ୟାଟସମ୍ୟାନ ୨୩ ବଲରୁ ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୬୦ ରନ ପୂରଣ କରିଥିଲେ। ଇଶାନ ୩୦ ବଲରୁ ୪ ଚୌକା ୩ ଛକା ସହ ୫୫ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪ ବଲରୁ  ୫ ଛକା ସହ ୩୭ ରନ କରି ଅପରାଜିତ ଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଛି। ଶେଷ ୩ ଓଭରରେ ମୁମ୍ବାଇ ୫୫ ରନ କରିବାରୁ ଦଳ ୨୦୦ ରନ କରି ପାରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ରବିଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ସଫଳତା ପାଇଥିଲେ। ଅନରିଚ ନୋର୍ତ୍ତଜେ ଓ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୨୦୧ ରନର ପିଛା କରୁଥିବା ଦିଲ୍ଲୀ କିଛି ରନ୍ କରି ନଥିବା ବେଳେ ୩ଟି ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଲଗାତର ଭାବେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ମାର୍କସ ଷ୍ଟୋଇନ୍ସଙ୍କ ବ୍ୟତୀତ ଆଉ କେହି ମୁମ୍ବାଇ ବୋଲରଙ୍କ ସାମ୍ନା କରିପାରି ନଥିଲେ । ସେ ୬୫ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ସର ପଟେଲ ରନ୍ ୪୨ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ୱିକେଟ୍ ବିନିମୟରେ ୧୪୩ରନରେ ଅଟକି ଯାଇଥିଲା ।

ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମରାହ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ  ୨ ଓ କୃଣାଲ ପାଣ୍ଡ୍ୟା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.