Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଆଇପିଏଲ-୨୦୨୧କୁ ଲାଗିପାରେ କରୋନା ଗ୍ରହଣ, ମୁମ୍ବାଇ ଇଣ୍ଡିଆନ୍ସରୁ ମିଳିଲେ କରୋନା ଆକ୍ରାନ୍ତ, କିରଣ ମୋରେଙ୍କ ରିପୋର୍ଟ ପଜିଟିଭ୍‌

6/04/2021 at 5:59 PM

ମୁମ୍ବାଇ ୬/୪:  ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ଏହାର ପ୍ରଭାବ ଆଇପିଏଲ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆାନ୍ସ ଉପରେ ପଡ଼ିଛି। ଏମଆଇର ପ୍ରତିଭା ସନ୍ଧାନ ଟିମ୍‌ର ଅଧିକାରୀ କିରଣ ମୋରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ୫୮ ବର୍ଷୀୟ ମୋରେ  ୫ ଥର ଆଇପିଏଲ୍‌ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆାନ୍ସର ଓ୍ବିକେଟକିପିଂ ପରାମର୍ଶଦାତା ମଧ୍ୟ ଅଛନ୍ତି।

ମୋରେଙ୍କ କରୋନା ଲକ୍ଷଣ ପ୍ରକାଶ ପାଇନଥିବା ବେଳେ ସେ ପୃଥକବାସରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ମେଡିକାଲ୍‌ ଟିମ ମୋରେଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ମୋରେଙ୍କ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପଡ୍ଡିକଲ୍‌ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ହୋମ ଆଇସୋଲେସନ୍‌ରେ ରହିଛନ୍ତି। ସେହିଭଳି ପଡ୍ଡିକଲଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଏବଂ ବର୍ବ ପ୍ରଥମେ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ ସୁସ୍ଥ ହୋଇ ଟିମ୍‌ ସହ ଟ୍ରେନିଂ ମଧ୍ୟ ଆରମ୍ଭ କରିଛନ୍ତି।

କରୋନାର ଦ୍ବିତୀୟ ଲହରରେ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯାହାକି ଖେଳ ଜଗତ ପାଇଁ ଚିନ୍ତା ବଢ଼ାଇଛି। ମଙ୍ଗଳବାର ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ର ୩ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ମିଳିଛି। କିଛି ଦିନ ପୂର୍ବରୁ ଷ୍ଟାଡିୟମର ୧୦ ଅନ୍ୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେପଟେ ଆଇପିଏଲ୍‌ -୨୦୨୧ ଏପ୍ରିଲ୍‌ ୯ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ  ମ୍ୟାଚ୍‌ରେ ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆାନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲା ଦେଖିବାକୁ ମିଳିବ।

ଏହା ପର ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ରାତି ୭.୩୦ରେ ହେବାକୁ ଅଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍‌ ସାମ୍ନା ସାମ୍ନି ହେବେ। ଆଇପିଏଲ୍‌  ଟୁର୍ଣ୍ଣାମେଣ୍ଟର ୧୦ଟି ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି।

   Related Posts