IPL 2020: ଡିକକ୍‌ଙ୍କ ଅର୍ଦ୍ଧଶତକ, ସନରାଇଜର୍ସ ହାଇଦ୍ରାବାଦକୁ ୨୦୯ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | October 04, 2020 IST

ସାରଜା ୦୪।୧୦: ସାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୧୭ତମ ମ୍ୟାଚ୍‌ରେ ଡିକକ୍‌ଙ୍କ ଅର୍ଦ୍ଧଶତକ ପରେ ତଳ ଅର୍ଡର ବ୍ୟାଟସମ୍ୟାନଙ୍କ ଦ୍ରୁତ ବ୍ୟାଟିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଛି। ଡିକକ୍‌ଙ୍କ ୬୭,  ଇଶାନ କିଶନ ୩୧ ରନ  ଜରିଆରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୮ ରନ କରିଛି। କିରଣ ପୋଲାର୍ଡ ଅପରାଜିତ ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନର ଉପଯୋଗୀ ବ୍ୟାଟିଂ କରିଥିଲେ। ମୁମ୍ବାଇ ଶେଷ ୬ ଓଭରରୁ ୭୪ ରନ ସଂଗ୍ରହ କରିଛି। ସନରାଇଜର୍ସ ପକ୍ଷରୁ ସନ୍ଦୀପ ଶର୍ମା ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ଓଭରରେ  ଜୋରଦାର  ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା(୬) ସନ୍ଦୀପ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ଏହା ପରେ ଓପନର ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୨ ରନ  ଯୋଡିଥିଲ। ହେଲେ ପାଓ୍ଵାରପ୍ଲେର ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ। ସେ ୧୮ ବଲରୁ ୬ ଚୌକା ଜରିଆରେ ଦ୍ରୁତ ୨୭ ରନ କରିଥିଲେ।

ଏହା ପରେ ଡିକକ୍‌ ଓ ଇଶାନ କିଶନ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ଡିକକ୍‌ ୩୨ ବଲରୁ ଆଇପିଏଲରେ ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ମୁମ୍ବାଇ ୧୧.୩ ଓଭରରେ ୧୦୦ ରନ ପୂରଣ କରିଥିଲା। ଡିକକ୍‌ ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୩୯ ବଲରୁ ୪ ଚୌକା ଓ ୪ ଛକା ଜରିଆରେ ୬୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲା। ସେ ଇଶାନ କିଶନଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡି ଦଳର ସ୍କୋରକୁ ୧୨୬ରେ ପହଞ୍ଚାଇଥିଲେ।

wp:html /wp:html

ଏହା ପରେ ଶେଷ ଆଡକୁ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋର ୨୦୦ରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ (୨ ଚୌକା ଓ ୨ ଛକା) ୨୮ ରନ କରି ପାଭିଲିୟନ ଫେରିଥିଲେ। ପୋଲାର୍ଡ ୧୪ ବଲରୁ ୩ ଚୌକା ୩ ଛକା ସହାୟତାରେ ୩୦ ରନ ଏବଂ କୃଣାଲ ପାଣ୍ଡ୍ୟା ୪ ବଲରୁ ବିସ୍ଫୋରକ ୨୦ ରନ କରିବାରୁ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୮ ରନ କରିଛି। ଶେଷ ୬ ଓଭରରୁ ମୁମ୍ଵାଇ ୭୪ ରନ କରିଛି।

ସନରାଇଜର୍ସ ତରଫରୁ ସଫଳ ବୋଲର ଭାବେ ସନ୍ଦୀପ ଶର୍ମା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ରସିଦ ଖାନ ୧ ଓ ସିଦ୍ଧାର୍ଥ କୌଲ ୨  ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.