ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ସଚିନଙ୍କ ମନ୍ତ୍ର, ଏମିତି କହି ଦେଲେ ଉତ୍ସାହ...

Published By : Prameya-News7 Bureau | November 09, 2020 IST

ଦୁବାଇ, ୦୯୧୧:    ଆଇପିଏଲ ୨୦୨୦ ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାରେ ପହଁଚିଛି । ଚାରି ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ମଙ୍ଗଳବାର ଏହି ମୁକାବିଲା ହେବ । ମୁମ୍ବାଇ ଟୁର୍ଣ୍ଣାମେଣ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଦିଲ୍ଲୀକୁ ଫାଇନାଲରେ ପହଁଚିବାକୁ ଅନେକ ସଙ୍ଘର୍ଷ କରିବାକୁ ପଡିଛି । ଆଇପିଏଲ୨୦୨୦ର ଚାମ୍ପିଅନ କିଏ ହେବ ତାହା ମଙ୍ଗଳବାର ଜଣାପଡିବ ।

ଫାଇନାଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର ଏକ ଖାସ୍ ମେସେଜ ପଠାଇଛନ୍ତି । ଏହା ମୁମ୍ବାଇ ପାଇଁ ଫାଇନାଲରେ ସଞ୍ଜିବନୀ ଭଳି କାମ କରିବ । ପୂର୍ବରୁ ମୁମ୍ବାଇ ପାଇଁ ଖେଳି ସାରିଥିବା ସଚିନ ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି । ଯାହାକୁ ମୁମ୍ବାଇ ନିଜ ଟ୍ୱିଟରରେ ସେୟାର କରିଛି ।

wp:html /wp:html

ସଚିନ ନିଜ ସନ୍ଦେଶରେ କହିଛନ୍ତି ଯେ, ଦଳ ପଛରେ ସପୋର୍ଟିଂ ଷ୍ଟାଫଙ୍କଠୁ ଆରମ୍ଭ କରି ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି । ଯେତେବେଳେ ମୁମ୍ବାଇ ଖେଳିବାକୁ ଯାଏ ତେବେ ଦଳ ଏକାକି ନଥାଏ । ପୁରା ଫୋର୍ସ ସହ ଯାଇଥାଏ । ଫଳରେ ଦଳର ପ୍ରଦର୍ଶନ ଉନ୍ନତ ରହିଥାଏ । ସବୁଠାରୁ ବଡ କଥା ହେଉଛି ସମସ୍ତେ ଗୋଟିଏ ପରିବାର । ଖେଳ ହେଉ କିମ୍ବା ଜୀବନ ସବୁଠି ଭଲ ଖରାପ ରହିଛି । ସମସ୍ତେ ଏକତ୍ର ହୋଇ କାମ କଲେ ସଫଳତା ମିଳିଥାଏ ।

ସୂଚନାଯୋଗ୍ୟ, ମୁମ୍ବାଇ ଏବେସୁଦ୍ଧା ୪ଥର ଆଇପିଏଲ ଚାମ୍ପିଅନ ହୋଇଛି । ପଞ୍ଚମ ଥର ଟ୍ରଫି ଜିତିବାକୁ ହେଲେ ଦଳକୁ ଦିଲ୍ଲୀକୁ ପରାସ୍ତ କରିବାକୁ ପଡିବ । ଲିଗ୍ ମ୍ୟାଚରେ ମୁମ୍ବାଇ ୧୪ରୁ ୯ଟିରେ ବିଜୟ ଲାଭ କରିଛି । ଦଳ ୧୮ ପଏଣ୍ଟ ସହ ତାଲିକାରେ ଆଗରେ ରହିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.