ନିଜର ସବୁଠୁ ଅନୁଭବୀ ଖେଳାଳିଙ୍କୁ ରିଲିଜ୍ କଲା ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ, ଜାଣନ୍ତୁ ରିଟେନ୍ ହୋଇଥିବା ଖେଳାଳି

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ଆଇପିଏଲ ଇତିହାସରେ ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସବୁଠୁ ଅନୁଭବୀ ଖେଳାଳି ଲସିଥ୍ ମାଲିଙ୍ଗାଙ୍କୁ ନିଲାମରେ ଛାଡି ଦେଇଛି। ମାଲିଙ୍ଗା ସହିତ ମୁମ୍ବାଇ ଜେମ୍ସ ପାଟିନସନ, ନାଥନ କୁଲଟର ନାଇଲ ଓ ମିଚେଲ୍ ମ୍ୟାକ୍ଲେଘାନ ସହିତ ୭ ଖେଳାଳିଙ୍କୁ ନିଲାମ ପୂର୍ବରୁ ଦଳରୁ ବାହାର କରିଛି।

ସେହି ପରି ମୁମ୍ବାଇ ନିଜର ୧୮ ଚମ୍ପିଆନ ଖେଳାଳିଙ୍କୁ ରିଟେନ୍ କରିଛି। ଏଥିରେ ୪ ବିଦେଶୀ ଖେଳାଳି ରହିଛନ୍ତି। ମୁମ୍ବାଇ ପାଖରେ ଏବେ ୧୫.୩୫ କୋଟି ଟଙ୍କା ରହିଛି। ନିଲାମରେ ଦଳକୁ ୪ ବିଦେଶୀ ଖେଳାଳି ଆବଶ୍ୟକ। ରୋହିତ ଶର୍ମାଙ୍କ ନେତୃତ୍ଵରେ ମୁମ୍ବାଇ ଚାରି ଥର ଟାଇଟଲ ହାସଲ କରି ସାରିଛି। ତେଣୁ ଟିମ୍ ମ୍ୟାନେଜମେଣ୍ଟ ଦଳରେ ଅଧିକ ପରିବର୍ତ୍ତନ କରିବାକୁ ଉଚିତ୍ ମଣି ନାହାନ୍ତି।

wp:html /wp:html

ରିଟେନ୍ ଖେଳାଳି

ରୋହିତ ଶର୍ମା, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, କ୍ଵିଣ୍ଟନ ଡିକକ୍‌, ଟ୍ରେଣ୍ଟ ବୋଲ୍ଟ, ଇଶାନ କିଷନ, ରାହୁଲ ଚହର, ସୌରଭ ତିଓ୍ଵାରୀ, ଧବଲ କୁଲକର୍ଣ୍ଣୀ, ଆଦିତ୍ୟ ତାରେ, ଜୟନ୍ତ ଯାଦବ, କ୍ରିସ୍ ଲିନ, ଅନୁକୂଳ ରୟ, ଅନମୋଲପ୍ରୀତ ସିଂହ ଓ ମୋହସିନ ଖାନ।

ରିଲିଜ୍ ହୋଇଥିବା ଖେଳାଳି

ଲସିଥ୍ ମାଲିଙ୍ଗା, ନାଥନ କୁଲଟର ନାଇଲ, ମିଚେଲ୍ ମ୍ୟାକ୍ଲେଘନ, ରଦରଫୋର୍ଡ, ଜେମ୍ସ ପାଟିନସନ, ଦିଗବିଜୟ, ପ୍ରିନ୍ସ ବଲବନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.