Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗତ ୮ଟି ସିଜିନରେ ଓପନିଂ ମ୍ୟାଚ୍ ଜିତି ପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ: ଏଥର ଭାଙ୍ଗିବ କି ରେକର୍ଡ ?

9/04/2021 at 1:25 PM

ନୂଆଦିଲ୍ଲୀ ୦୯/୦୪ : ମୁମ୍ବାଇ ଇଂଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍। ମୁମ୍ବାଇ ଇଂଡିଆନ୍ସ ଏବେ ସୁଦ୍ଧା ୫ଥର ଆଇପିଏଲ୍ ବିଜେତା ହୋଇଛି। ତଥାପି ୨୦୧୩ ରୁ ଟିମ୍ ଓପନିଂ ମ୍ୟାଚ ହାରିବା ସିଲସିଲା ଜାରି ରହିଛି। ମୁମ୍ବାଇ ଇଂଡିଆନ୍ସ ଗତ ୮ଟି ସିଜନରେ ଓପନିଂ ମ୍ୟାଚ ବା ପ୍ରଥମ ମ୍ୟାଚ ହାରିଛି। ଟିମ୍ ୨୦୧୩, ୨୦୧୫, ୨୦୧୭, ୨୦୧୯ ୦ ୨୦୨୦ ରେ ଆଇପିଏଲ ଟ୍ରଫି ହାତେଇଛି। ଗତ ଦୁଇଟି ସିଜନରେ ଟିମ୍ ଲଗାତାର ଟ୍ରଫି ଜିତିଛି। ଏହି ଫ୍ରାଞ୍ଚାଇଜିର ନଜର ହ୍ୟାଟ୍ରିକ କରିବା ଉପରେ ରହିବ।

ଡିଫେଣ୍ଡିଙ୍ଗ୍ ଚମ୍ପିୟାନ ମୁମ୍ବାଇ ଇଂଡିଆନ୍ସ ପ୍ରଥମ ମ୍ୟାଚ ଶୁକ୍ରବାର, ଏପ୍ରିଲ ୯ ତାରିଖ ଦିନ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଖେଳିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଖେଳାଯିବ। ତେବେ ଏଠାରେ ପ୍ରଶ୍ନ ଉଠିଛି ମୁମ୍ବାଇ ଇଂଡିଆନ୍ସ ନିଜର ପୁରୁଣା ରେକର୍ଡ ଜାରି ରଖିବ ନା ଆଜିର ମ୍ୟାଚ ଜିତି ନୂଆ ରେକର୍ଡ ସୃଷ୍ଟି କରିବ ? ଆଜି ମୁମ୍ବାଇ ଇଂଡିଆନ୍ସ ଖରାପ ରେକର୍ଡର ଅନ୍ତ କରିବ କି ? ଏ ସମ୍ପର୍କରେ ସନ୍ଧ୍ୟାରେ ଜଣାପଡିବ।

   Related Posts