Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଡିକକ୍‌ଙ୍କ ଅର୍ଦ୍ଧଶତକ ପରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ୧୭୭ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

18/10/2020 at 9:24 PM

ଦୁବାଇ ୧୮।୧୦: ଓପନର ଡିକକ୍‌ଙ୍କ ଅର୍ଦ୍ଧଶତକକୁ ପାଥେୟ କରି ଆଇପିଏଲର ୩୬ତମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ସାମ୍ନାରେ ୧୭୭ ରନର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ରଖିଛି। କ୍ଵିଣ୍ଟନ ଡିକକ୍‌ଙ୍କ ୫୩ ରନ ସହିତ କିରଣ ପୋଲାର୍ଡଙ୍କ ଦ୍ରୁତ ୩୪ ଏବଂ କୃଣାଲ ପାଣ୍ଡ୍ୟାଙ୍କ ୩୪ ରନ ଜରିଆରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିଛି। ପ୍ଲେଅଫ ଦୌଡରେ ରହିବାକୁ ହେଲେ ପଞ୍ଜାବକୁ ସବୁ ମ୍ୟାଚ୍‌ ଜିତିବା ଜରୁରୀ। ଏହି ମ୍ୟାଚ୍‌ ଜିତିଲେ ମୁମ୍ବାଇ ଅଙ୍କ ତାଲିକାର ଶୀର୍ଷରେ ପହଞ୍ଚିବ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୨୩ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମାଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ରୋହିତ ୯ ରନରେ ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାର ୧ ରନ ପରେ ଚମତ୍କାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ୩୮ ରନ ସ୍କୋରରେ ଇଶାନ କିଷନ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୭ ରନ କରି ଅର୍ଶଦୀପଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

୩୮ ରନରେ ୩ ଓ୍ଵିକେଟ୍ ହରାଇବା ପରେ କ୍ଵିଣ୍ଟନ ଡିକକ୍‌ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ ସମ୍ଭାଳିଥିଲେ। ସେ କୃଣାଲ ପାଣ୍ଡ୍ୟାଙ୍କ ସହିତ ଚତୁର୍ଥ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍ଥିତି ସୁଧାରିଥିଲେ। ୯୬ ରନ ସ୍କୋରରେ କୃଣାଲ ପାଣ୍ଡ୍ୟା ୩୦ ବଲରୁ ୪ ଚୌକା ଓ ୧ ଛକା ସହ ୩୪ ରନ କରି ବିଦାୟ ନେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠି ନଥିଲେ। ସେ ୮ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। ଅନ୍ୟପଟେ କ୍ଵିଣ୍ଟନ ଡିକକ୍‌ ପୁଣି ଥରେ ଦମଦାର ବ୍ୟାଟିଂ କରି ଆଇପିଏଲରେ ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲରୁ ୩ ଚୌକା ଓ ୩ ଛକା ସହ ୫୩ ରନ କରି ବିଦାୟ ନେଇଥିଲେ।

୧୧୯ରେ ୬ ଓ୍ଵିକେଟ୍ ହରାଇବା ପରେ ମୁମ୍ବାଇ ସଙ୍କଟରେ ପଡି ଯାଇଥିଲା। ଲାଗୁଥିଲା ସ୍କୋର ୧୫୦ ଭିତରେ ରହିବ। କିନ୍ତୁ ଶେଷ ଆଡକୁ କିରଣ ପୋଲାର୍ଡ ଓ ନାଥନ କୁଲଟର ନାଇଲ୍ କ୍ରିଜକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଏମିତି ଧୂଆଁଧାର ବ୍ୟାଟିଂ କଲେ ଯେ ମୁମ୍ବାଇ ଶେଷ ୨୧ ବଲରୁ ୫୭ ରନ କରିଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିଛି। କିରଣ ପୋଲାର୍ଡ ମାତ୍ର ୧୨ ବଲରୁ ୧ ଚୌକା ଓ ୪ ଛକା ସହ ୩୪ ରନ ଏବଂ ନାଥନ କୁଲଟର ନାଇଲ ୧୨ ବଲରୁ ୪ ଚୌକା ସହ ୨୪ ରନ କରି ଅପରାଜିତ ଥିଲେ। ଦୁଇ ବ୍ୟାଟସମାନ ସପ୍ତମ ଓ୍ଵିକେଟ୍‌ରେ ୫୭ ରନ ଯୋଡିଥିଲେ।

କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ଅର୍ଶଦୀପ ସିଂହ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କ୍ରିସ ଜୋର୍ଡାନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts