ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ରାଇଭେଟ ଗାଡିରେ ଲାଗିପାରିବନି ‘ପୁଲିସ’ ଲେଖା ଷ୍ଟିକର, ଜାଣନ୍ତୁ କଣ ହେବ

Published By : Prameya-News7 Bureau | July 01, 2019 IST

ମୁମ୍ବାଇ:  ଘରୋଇ ଗାଡିରେ ଏଣିକି ପୋଲିସ କର୍ମଚାରୀ ଷ୍ଟିକରରେ ଲେଖି ପାରିବେନି ‘ପୁଲିସ’ ଏପରିକି ପୋଲିସର ମାନ ଚିହ୍ନ ଅଥବା ବିଭାଗୀୟ ରଙ୍ଗ ସଂକେତ କରୁଥିବା ଷ୍ଟିକର ନିଜେ ଚଲାଉଥିବା ବ୍ୟକ୍ତିଗତ ଗାଡିରେ ବ୍ୟବହାର କରିପାରିବେନି । ଏ ନେଇ ମୁମ୍ବାଇ ହାଇକୋର୍ଟ କଡା କଟକଣା ଜାରି କରିଛନ୍ତି। ଏହା ସତ୍ତ୍ୱେ ଯଦି କୌଣସି ପୋଲିସ କର୍ମଚାରୀ ଅଥବା ଅଧିକାରୀ ତାଙ୍କ ବିଭାଗୀୟ ବାହନ ବିନା ନିଜ ବ୍ୟକ୍ତିଗତ ବାହନରେ ଏଭଳି ଷ୍ଟିକରିଂ କରି ଧରାପଡନ୍ତି ତେବେ ମହାରାଷ୍ଟ୍ର ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ପଦବାଚ୍ୟ ହେବ। ବ୍ୟକ୍ତିଗତ ଯାବାହନରେ ଏଭଳି ଷ୍ଟିକରିଂକୁ ଅବୈଧ ଘୋଷଣା କରିଛନ୍ତି ମୁମ୍ବାଇ ହାଇକୋର୍ଟ।

{"id":129540}

ଆଜିକାଲି ଲୋକଙ୍କଠାରେ ପରିଚୟ ସଙ୍କଟ ବା ଆଇଡେଣ୍ଟିଟି କ୍ରାଇସସ୍ ବଢିବଢି ଚାଲିଛି । ନିଜକୁ ବିଜ୍ଞାପିତ କରିବା ଲାଗି ସେମାନେ କିଛି ବି କରିବାକୁ ଏବେ ପ୍ରସ୍ତୁତ। ତେବେ ସେମାନଙ୍କ ଏଭଳି କାଣ୍ଡ କାରଖାନା ଯୋଗୁ ଅନ୍ୟମାନଙ୍କୁ କିଭଳି  ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେମାନେ ସେଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଏପରିକି ନିଜେ ହଇରାଣ ହେଉଥିଲେ ହେଁ ଏହାକୁ ଆଖିବୁଜି ଦେଉଛନ୍ତି। ମହାରାଷ୍ଟ୍ରରେ ପୋଲିସ କର୍ମଚାରୀଙ୍କ ଏଭଳି ନିଶା ଯୋଗୁ ହେଉଥିବା ଅସୁବିଧାକୁ ନେଇ ଠାଣେର ସତ୍ୟଜିତ ଶାହ ନାମକ ଜନୈକ ନାଗରିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଭଳି ଷ୍ଟିକରିଂ ଯୋଗୁ ହେଉଥିବା ଅସୁବିଧା ନେଇ କୋର୍ଟଙ୍କୁ ଜଣାଇବା ପରେ କୋର୍ଟ ମାମଲାରେ କଠୋର ମନଭାବ ପୋଷଣ କରିଛନ୍ତି।

{"id":129541}

ପୋଲିସ କର୍ମଚାରୀ ମଧ୍ୟ ନିଜେ କରୁଥିବା କାମରେ ନିଜେ ଧୋକା ଖାଉଛନ୍ତି। ତାଙ୍କରି ଭଳି ବାହନରେ ପୋଲିସ ଷ୍ଟିକର ଲଗାଇ ଅପରାଧୀ ତାଙ୍କ ଆଖି ସାମ୍ନାରେ ରଫୁ ଚକ୍କର ହେଉଥିବା ବେଳେ ସେମାନେ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହେଉଛନ୍ତି। ଏଣୁ ବିଭାଗୀୟ ବାହନ ବିନା  କୌଣସି ଘରୋଇ ବାହନରେ  ଏଭଳିଷ୍ଟିକରିଂ ନ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମହାରାଷ୍ଟ୍ର ମୋଟର ବାହନ ଅଧିନିୟମ ଧାରା ୧୩୪ରେ  କଡା ପ୍ରାବଧାନ ରହିଛି। ହେଲେ ନିଜେ ଆଇନ ଉଲ୍ଲଂଘନ କରୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଦୀର୍ଘ ବର୍ଷରୁ ଶୁନ ରହିଛି। ଏଣୁ ଏଥିପ୍ରତି ଯତ୍ନବାନ ହେବାକୁ ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶଦେଇଛନ୍ତି।

{"id":129542,"align":"center","width":450,"height":648}

କେବଳ ଡାକ୍ତର ଓ ଅଧିସ୍ୱୀକୃତ ସାମ୍ବାଦିକଙ୍କୁ ଛାଡିଦେଲେ ଗାଡିରେ ଅନ୍ୟ କାହାରିକୁ ଷ୍ଟିକରିଂ କରିବାକୁ ମୋଟର ବାହନ ଆଇନର ଧାରାରେ କଡା କଟକଣା ରହିଛି। ତେବେ ଏବେ ପାଳିକା ମୁଖ୍ୟ ବି ନିଜ ଗାଡିରେ ପାଳିକା ମୁଖ୍ୟ ଲେଖି ବୁଲୁଥିବାର ଲଜ୍ଜାଜନକ ଘଟଣା ଆଖିରେ ପଡିବା କିଛି ନୂଆ କଥା ନୁହେଁ। ତେବେ ବାହନ ଷ୍ଟିକରିଂ ଏକ ଷ୍ଟାଇଲ ହୋଇଯାଇଥିବା ବେଳେ ଏଥିପ୍ରତି ସମ୍ପୃକ୍ତ ବିଭାଗ ଅଥବା ପୋଲିସ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.