ମୁମ୍ବାଇ ହାଇକୋର୍ଟଙ୍କ ଐତିହାସିକ ରାୟ, ଦୁଷ୍କର୍ମ ପୀଡିତାଙ୍କ ବୟାନ ସର୍ବଦା ସତ୍ୟ ନୁହେଁ

Published By : Prameya-News7 Bureau | May 16, 2019 IST

ମୁମ୍ବାଇ ୧୬।୫: ଦୁଷ୍କର୍ମ ପୀଡିତାଙ୍କ ବୟାନକୁ ପର୍ଯ୍ୟାପ୍ତ ସାକ୍ଷ ବୋଲି ସ୍ବୀକାର କରାଯାଇପାରିବ ନାହିଁ । ଏହା କହିଛନ୍ତି ମୁମ୍ବାଇ ହାଇକୋର୍ଟ।  ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଜଣେ ୧୯ ବର୍ଷ ବୟସ୍କ ଅଭିଯୁକ୍ତକୁ ହାଇକୋର୍ଟ ନିର୍ଦୋଷରେ ମୁକ୍ତ କରିବା ସହ ଏହି ରାୟ ଦେଇଛନ୍ତି। ଜଷ୍ଟିସ ରେବତୀ ମୋହିତେ ଡରେଙ୍କ ଏକସଦସୀୟ ଖଣ୍ଡ ପୀଠ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଗତ ମାସରେ ରାୟ ସଂରକ୍ଷିତ ରଖିଥିଲେ। ଯାହାକୁ ଏବେ ସାର୍ବଜନିକ କରାଯାଇଥିବା ବେଳେ ପୀଡିତାଙ୍କ ବୟାନ ବିଶ୍ବାସ ଯୋଗ୍ୟ ଓ ମଜଭୁତ ହେବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି । ଏହା ଯଦି ବୟାନ ଭରସା ଯୋଗ୍ୟ ନ ହୁଏ ତେବେ ଅଭିଯୁକ୍ତ ସନ୍ଦେହର ଲାଭ ଉଠାଇବ ବୋଲି  ସ୍ପଷ୍ଟ କରିଦେଇଛନ୍ତି। 

{"id":112674,"width":576,"height":432}

ମହାରାଷ୍ଟ୍ର ଠାଣେ ଜିଲ୍ଲାର ସୁନୀଲ ସେଲକେ ନାମକ ଜନୈକ ଯୁବକ ଏକ ଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତ ଦ୍ବାରା ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ନ୍ୟାୟାଳୟଙ୍କ ରାୟକୁ ସୁନୀଲ ମୁମ୍ବାଇ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ କୋର୍ଟଙ୍କ ରାୟ ସେଲକେଙ୍କ ସପକ୍ଷରେ ଯାଇଛି ।

{"id":112675}


ସେଲକେ କୋର୍ଟରେ କରିଥିବା ଅପିଲ ଅନୁସାରେ ପୀଡିତାଙ୍କ ସହ ତାଙ୍କର ବିବାହ କୌଣସି କାରଣରୁ ହୋଇ ପାରିନଥିଲା। ଏଣୁ ପୀଡିତା ଓ ତାଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ତେବେ ପାଡିତା କୋର୍ଟରେ ଘଟଣା ଦିନର ବିବରଣୀ ଦେଇ ପାରିନଥିଲେ। ସେହିପରି ମେଡିକାଲ ରିପୋର୍ଟରେ ତାଙ୍କ ପ୍ରତି ଅଭିଯୁକ୍ତ କୌଣସି ପ୍ରକାର ଆଘାତ ଦେଇଥିବା ନେଇ ବର୍ଣ୍ଣନା ନାହିଁ। ତେବେ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ କରାଯିବାରେ କୌଣସି ବାଧା ନାହିଁ । ହେଲେ କୋର୍ଟ ଏହା ନିଶ୍ଟିତ କରିବା ଦରକାର ଯେ ପୀଡିତାଙ୍କ ବୟାନ ଭରସା ଯୋଗ୍ୟ କି ନୁହେଁ । ଏଣୁ ଅଭିଯୁକ୍ତ ସେଲକେକୁ କୋର୍ଟ ନିର୍ଦୋଷରେ ଖଲାସ କରି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.