ଯୁବକଙ୍କୁ ଭିଡିଓ କଲ୍ କରି ହୋଟେଲରେ ଫାଶି ଲଗାଇ ଝୁଲି ପଡ଼ିଲେ ଯୁବତୀ

Published By : Prameya-News7 Bureau | March 26, 2019 IST

ଜୟପୁର ୨୬/୩: ଜାଲୁପୁର ଅଞ୍ଚଳର ସଂସାର ଚନ୍ଦ୍ର ରୋଡ ସ୍ଥିତ ହୋଟେଲ୍ କୁବେର ପ୍ୟାଲେସରେ ଗତ ଚାରି ଦିନ ହେବ ରହୁଥିବା ଯୁବତୀ ଗତକାଲି ଫାଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଯୁବତୀଙ୍କ ନାଁ ମିରାଜ ଖାତୁନ(୨୮)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମିରାଜଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ।

ମିରାଜ ଖାତୁନ ଆତ୍ମହତ୍ୟା କରିବାବେଳେ ବିଦେଶରେ ରହୁଥିବା ଜଣେ ପରିଚିତ ଯୁବକଙ୍କୁ ଭିଡିଓ କଲ୍ କରିଥିଲେ। ସେହି ଯୁବକଙ୍କୁ ଏବେ ଖୋଜା ଚାଲିଛି। ମିରାଜ ଖାତୁନ ଦୁଇ ବର୍ଷ ଯାଏଁ ରଣଧୀର ବିଶ୍ବକର୍ମା ନାମକ ଯୁବକଙ୍କ ସହ ଲିଭ ଇନ୍ ରିଲେସନଶିପରେ ରହୁଥିଲେ। ତାଙ୍କର ୩ବର୍ଷର ପୁଅ ମଧ୍ୟ ଅଛି। ତାଙ୍କ ପୁଅକୁ ସେ ଦିଲ୍ଲୀର ଏକ ହଷ୍ଟେଲରେ ଛାଡ଼ି ଦେଇଛନ୍ତି। କିଛି ମାସ ପୂର୍ବରୁ ରଣଧୀରଙ୍କଠୁ ଅଲଗା ହେବାପରେ ବିଦେଶରେ ରହୁଥିବା ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିଲେ। ସେ ମାର୍ଚ୍ଚ ୨୨ତାରିଖରେ ହୋଟେଲରେ ରହିଥିଲେ। ସୋମବାର ସକାଳେ  ୧ଟା ଯାଏଁ ଗେଟ୍ ଖୋଲି ନଥିବାରୁ ହୋଟେଲକର୍ମୀ ପୋଲିସକୁ ସୂଚନା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.