ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ; ୩ ମୃତ ,୨୪ରୁ ଅଧିକ ଆହତ
14/03/2019 at 8:22 PM

ମୁମ୍ବାଇ ୧୪/୩- ମୁମ୍ବାଇରେ ଫୁଟ୍ ଓଭରବ୍ରିଜ ଭୁଷୁଡ଼ି ୩ଜଣ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆହତ ।
ଶିବାଜି ଛତ୍ରପତି ଟର୍ମିନାଲ ବାହାରେ ଥିବା ଏହି ଓଭରବ୍ରିଜ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଏହା ରେଳବିଭାଗର ଫୁଟଓଭରବ୍ରିଜ ନୁହେଁ ବୋଲି ଜଣାଯାଇଛି। ସର୍ବସାଧାରଣ ବ୍ୟବହାର ନିମନ୍ତେ ରେଳଷ୍ଟେସନ ବାହାରେ ଏହି ଫ୍ଲାଏ ଓଭର ଥିବା ଜଣାଯାଇଛି ।

ଦୁର୍ଭଗ୍ୟବଶତ ଦକ୍ଷିଣ ମୁମ୍ବାଇରେ ଘଟିଥିବା ଏହି ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ମିଳିପାରିଛି । ମୃତକହେଲେ ଅପୂର୍ବପ୍ରଭୁ , ରଂଜନ ତାମ୍ବେ ଓ ଜାହିଦ ଶିରାଜ ଖାନ ।