Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଭି ମୁମ୍ବାଇ ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ : କୋଲ୍ଡ ଷ୍ଟୋରେଜରେ ନିଆଁଲାଗି ୫ଜଣଙ୍କ ମୃତ୍ୟୁ, ୮ ଗୁରୁତର

3/09/2019 at 10:21 AM

ମୁମ୍ବାଇ ୩/୯: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନର ନବୀ ମୁମ୍ବାଇ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଭୀଷଣ ନିଆଁ ଯୋଗୁ ୫ ମୃତ, ୮ରୁ ଅଧିକ ଗୁରୁତର । ଏବେବି କମ୍ପାନୀ ଭିତରେ ଅନେକ ଲୋକ ଫଶିଥିବା ଆଶଙ୍କା କରାଯାଉଛି । ଆଜି ସକାଳେ ନବୀ ମୁମ୍ବାଇର ଉରଣ ଠାରେ ଥିବା ଓଏନଜିସିର ଗ୍ୟାସ ପ୍ଲାଣ୍ଟରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ପ୍ଲାଣ୍ଟଠାରୁ ୨କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରି ଦେଇଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ସକାଳ ୭ଟାରେ ପ୍ଲାଣ୍ଟର କୋଲ୍ଡ ଷ୍ଟୋରେଜରେ ନିଆଁ ଲାଗିଛି । ପ୍ଲାଣ୍ଟରୁ ନିଆଁର ବଡ ବଡ ଶିଖା ଉଠୁଛି । ଚାରିଆଡ ପ୍ରବଳ ଧୂଆଁରେ ଭର୍ତ୍ତି ହୋଇ ଯାଇଛି । ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ପ୍ଲାଣ୍ଟରୁ ମୁମ୍ବାଇକୁ ଗ୍ୟାସ ଯୋଗାଣ କରାଯାଇଥାଏ । ଏଠାରୁ ବିଦେଶକୁ ମଧ୍ୟ ଗ୍ୟାସ ଯୋଗାଣ କରାଯାଇଥାଏ । ନିଆଁ ଯୋଗୁ ଏହି ପ୍ଲାଣ୍ଟରେ ଅଏଲ ପ୍ରୋସେସିଂ ଉପରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି ।

ଏବେ ପ୍ଲାଣ୍ଟରେ ଗ୍ୟାସ ପ୍ରୋସେସିଂ ରୋକି ଦିଆଯାଇଛି । ଏହାସହ ଗ୍ୟାସକୁ ହଜିରା ପ୍ଲାଣ୍ଟକୁ ଡାଏଭର୍ଟ କରିଦିଆଯାଇଛି । ସ୍ଥିତି ଉପରେ ନଜର ରଖାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ଲାଣ୍ଟରୁ ଗ୍ୟାସ ସରିବା ପରେ ହିଁ ନିଆଁ ଉପରେ ନିୟନ୍ତ୍ରଣ ସମ୍ଭବ ହେବ ।

   Related Posts