Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏଥର ଆସିବେନି ଲାଲବାଗଚା ରାଜା : ପୂଜା ବଦଳରେ ଶହୀଦ ଯବାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ

1/07/2020 at 12:00 PM

ମୁମ୍ବାଇ ୦୧/୦୭ : କରୋନା ମହାମାରୀର ପର୍ବପର୍ବାଣିକୁ ପ୍ରଭାବିତ କରିଛି | ମହାରାଷ୍ଟ୍ରର ପ୍ରସିଦ୍ଧ ଲାଲବାଗ ଗଣପତି ରାଜା ଏଥର ଉତ୍ସବ ପାଳନ କରିବେ ନାହିଁ | କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲାଲବାଗଚା ଗଣପତି ମଣ୍ଡଳ ବୁଧବାର ଦିନ ଏହିଭଳି ନିଷ୍ପତ୍ତି ନେଇଛନ୍ତି | ଚଳିତବର୍ଷ ଗଣେଶ ଚତୁର୍ଥୀ ଅଗଷ୍ଟ ୨୨ ତାରିଖରେ ଆରମ୍ଭ ହେବ | 

ମଣ୍ଡଳର ଅଧିକାରୀ କହିଛନ୍ତି ଯେ ଗଣପତିଙ୍କ ଲମ୍ବ କମ କରାଯାଇପାରିବ ନାହିଁ | ଯଦି ଛୋଟ ମୂର୍ତ୍ତି ତିଆରି କରାଯାଏ ତାହେଲେ ମଧ୍ୟ ଗଣପତିଙ୍କ ଦର୍ଶନ ପାଇଁ ବହୁ ଲୋକଙ୍କ ଭିଡ ଜମା ହେବ | ସେଥିପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନା ମୂର୍ତ୍ତି ତିଆରି ହେବ ନା ମୂର୍ତ୍ତି ବିସର୍ଜନ ହେବ ବୋଲି ସେ କହିଛନ୍ତି | ଲାଲବାଗଚା ମଣ୍ଡଳ ଚଳିତବର୍ଷ ଗଣପତି ଉତ୍ସବକୁ ଆରୋଗ୍ୟ ଉତ୍ସବ ଭାବେ ପାଳନ କରିବ | ଗଣପତି ଉତ୍ସବ ସମୟରେ ବ୍ଲଡ଼ ଡୋନେସନ କ୍ୟାମ୍ପ ଲଗାଯିବ | ପ୍ଲାଜମା ଥେରାପିକୁ ପ୍ରାଥମିକତା ଦିଆଯିବ | କରୋନାରେ ମୃତ୍ୟୁବରଣ କରିଥିବା ପୋଲିସକର୍ମୀଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ କରାଯିବ |

ଲାଲବାଗଚା ଉତ୍ସବ ମଣ୍ଡଳର ସେକ୍ରେଟାରୀ ସୁଧୀର ସ୍ଲଭି କହିଛନ୍ତି, ଚଳିତବର୍ଷ ଗଣେଶ ଉତ୍ସବ ବଦଳରେ ମଣ୍ଡଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବେ | ଏହାସହ ଏଲଓସି ଓ ଏଲଏସିରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରାଯିବ | ଅଧିକାରୀ କହିଛନ୍ତି ଯେ ଲାଲବାଗଚା ରାଜା ନିଜ ଭକ୍ତଙ୍କୁ ସୁସ୍ଥ ଦେଖିବାକୁ ଚାହୁଁଛନ୍ତି | ସେଥିପାଇଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏଥର ମୂର୍ତ୍ତି ହେବନାହିଁ କି ବିସର୍ଜନ ମଧ୍ୟ ହେବନାହିଁ |

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ମଣ୍ଡଳଙ୍କୁ ଆଦେଶ ଦେଇଥିଲେ ଯେ ଚଳିତବର୍ଷ ଗଣପତି ଉତ୍ସବ ସବୁ ବର୍ଷ ଭଳି ପାଳନ କରାଜୀବନହିଁ | କାରଣ ଉତ୍ସବରେ ବହୁ ସଂଖ୍ୟକ ଲୋକ ଜମା ହୁଅନ୍ତି | ଗଣପତିଙ୍କ ମୂର୍ତ୍ତିର ୪ ଫୁଟ ରଖିବାକୁ ମଧ୍ୟ ସେ ଆଦେଶ ଦେଇଥିଲେ | 

ମୁମ୍ବାଇ ଲାଲବାଗଚା ରାଜା ସବୁଠାରୁ ଅଧିକ ଲୋକପ୍ରିୟ ସାର୍ବଜନିକ ଗଣେଶ ମଣ୍ଡଳ | ଲାଲବାଗଚା ରାଜା ସାର୍ବଜନିକ ଗଣେଶ ଉତ୍ସବର ସ୍ଥାପନା ୧୯୩୪ ମସିହାରେ ହୋଇଥିଲା | ଏହା ମୁମ୍ବାଇ ପରେଲ, ଲାଲବାଗ ଅଞ୍ଚଳରେ ରହିଛି | ଏହି ଗଣେଶ ମଣ୍ଡପ ୧୦ ଦିବସୀୟ ସମାରୋହରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ | ଏହି ପ୍ରସିଦ୍ଧ ଗଣପତିଙ୍କୁ ନବସାଚା ଗଣପତି (ମନୋସ୍କାମନା ପୂର୍ତ୍ତି ଗଣପତି) ମଧ୍ୟ କୁହାଯାଏ | ପ୍ରତିବର୍ଷ ଗଣପତିଙ୍କ ଦର୍ଶନ ପାଇଁ ଏଠାରେ ପାଖାପାଖି ୫ କିମି ଲମ୍ବ ଲାଇନ ଲାଗିଥାଏ | ଉତ୍ସବର ୧୦ ଦିନରେ ଗଣପତି ବିସର୍ଜନ କରାଯାଏ |

   Related Posts