Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏନସିବି ରାଡ଼ାରରେ ପ୍ରସିଦ୍ଧ ହସ୍ତୀଙ୍କ ଘରୋଇ ସହାୟକ: ଅନନ୍ୟା କହିବାରୁ ଆର୍ଯ୍ୟନଙ୍କୁ ଡ୍ରଗ୍ସ ଯୋଗାଇଥିବା ସନ୍ଦେହ

23/10/2021 at 4:35 PM

ମୁମ୍ବାଇ ୨୩/୧୦ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଏବଂ ଶୁକ୍ରବାର ଦିନ ପଚରାଉଚରା କରିଛି। ଖବର ମିଳିଛି ଯେ  ଏନସିବି ଜାଣିବାକୁ ପାଇଛି ଯେ ଅନନ୍ୟା ପାଣ୍ଡେ ସେହି ବ୍ୟକ୍ତିକୁ ଜାଣିଛନ୍ତି ଯିଏ ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ଯୋଗାଉଥିଲା। ଏହା ସହିତ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଜଣେ ଜଣାଶୁଣା ହସ୍ତୀଙ୍କର ୨୪ ବର୍ଷୀୟ ଘରୋଇ ସହାୟକ ମଧ୍ୟ ଏନସିବି ରାଡ଼ାରକୁ ଆସିଛି।

ସୂତ୍ର ଅନୁଯାୟୀ, ଏନସିବି ଶୁକ୍ରବାର ଘରୋଇ ସହାୟକଙ୍କୁ ପଚରାଉଚୁରା କରିଛି। କୁହାଯାଉଛି ଯେ ଏହି ବ୍ୟକ୍ତି ଜଣକ ଅନନ୍ୟାଙ୍କ ନିର୍ଦ୍ଦେଶରେ ଆର୍ଯ୍ୟନଙ୍କୁ ଡ୍ରଗ୍ସ ଯୋଗାଇଥିଲେ। ଅଧିକାରୀ ଡ୍ରଗ୍ସ ପେଡଲର ସହାୟକକୁ ମୁମ୍ବାଇର ମାଲାଡ ଅଞ୍ଚଳରୁ ହେପାଜତକୁ ନେଇଛି ଓ ସୋମବାର ଦିନ ପଚରାଉଚୁରା ପାଇଁ ଡାକିଚି। ପଚରାଉଚରା ପରେ ତାର ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଏନସିବି ଦ୍ୱାରା ଜଣାପଡିଛି ଯେ ଅନନ୍ୟା ପାଣ୍ଡେ ଗୁରୁବାର ଓ ଶୁକ୍ରବାର ପଚରାଉଚୁରା ପାଇଁ ବିଳମ୍ବରେ ପହଞ୍ଚିଥିଲେ ଯେଉଁଥିପାଇଁ ଜୋନାଲ ଡ଼ାଇରେକ୍ଟର ସମୀର ୱାନଖେଡେ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ସେ ଅନନ୍ୟାଙ୍କୁ କହିଥିଲେ ଯେ ଏହା ଫିଲ୍ମ ଶୁଟିଂ କିମ୍ବା ପ୍ରଡକ୍ସନ ହାଉସ ନୁହେଁ।

ସୂତ୍ର ଅନୁଯାୟୀ, ଆର୍ଯ୍ୟନ ଖାନଙ୍କ ସହ ଚାଟକୁ ନେଇ ଏନସିବି ଅନନ୍ୟାଙ୍କୁ ପ୍ରଶ୍ନ କରିଥିଲା। ଅନନ୍ୟା କହିଥିଲେ ଯେ ସେ ସିଗାରେଟ ବିଷୟରେ କଥା ହୋଇଥିଲେ। ଅନନ୍ୟା କହିଥିଲେ ଯେ ସେ ସପ୍ଲାୟର ନୁହନ୍ତି। ଏପରିକି ସେ ଏତିକି ବି ଜାଣିନାହାନ୍ତି ଯେ ୱିଡ ଓ ଗଞ୍ଜେଇ ସମାନ ଜିନିଷ। ତାଙ୍କ ସାଙ୍ଗମାନେ ଏହାକୁ ଜଏଣ୍ଟ କୁହନ୍ତି। ସେ ଠାରେ କି ଦୁଇଥର ପଫ ନେଇଥିଲେ।

ଇଣ୍ଡିଆ ଟୁଡ଼େରେ ପ୍ରକାଶିତ ଏକ ରିପୋର୍ଟରେ ଏନସିବି ସୂତ୍ରରୁ କୁହାଯାଇଛି ଯେ ଆର୍ଯ୍ୟନ ଖାନ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟରେ ଆର୍ଯ୍ୟନ ଗଞ୍ଜେଇ ବିଷୟରେ ପଚାରିଥିଲେ। ସେ କେଉଁଠୁ ଗଞ୍ଜେଇ ଯୋଗାଡ଼ ହୋଇପାରିବ କି ବୋଲି ପଚାରିଥିଲେ। ଅନନ୍ୟା ଜବାବ ଦେଇଥିଲେ, ‘ମୁଁ କିଛି ବ୍ୟବସ୍ଥା କରୁଛି’ 

ସୂତ୍ର ଅନୁଯାୟୀ, ଏନସିବି ଡ୍ରଗ୍ସ ମାମଲାରେ ଇନ୍ଟରନ୍ୟାଶନାଲ ହ୍ୟାଣ୍ଡଲର୍ସଙ୍କ ସମ୍ପର୍କରେ ତଥ୍ୟ ଖୋଜୁଛି। ଯାଞ୍ଚ କେବଳ ଡ୍ରଗ୍ସ ମାମଲା ସହ ଜଡିତ ହ୍ୱାଟ୍ସଆପ ଚାଟ ଯାଏଁ ସୀମିତ ନୁହେଁ। ଏନସିବି ଡ୍ରଗ୍ସ ପେଡଲର, ହ୍ୟାଣ୍ଡଲର୍ସ ଓ ଉପଭୋକ୍ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି।

   Related Posts