ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ଆଣିଲେ ସାଙ୍ଘାତିକ ଅଭିଯୋଗ, ‘ପରିବାରକୁ ମାରି ଟାଙ୍ଗି ଦେବୁ, ଜିଅନ୍ତା ଜାଳି ଦେବୁ’

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ ୨୬/୧୦: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ୱାଙ୍ଖଡେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି। କ୍ରାନ୍ତି କହିଛନ୍ତି, "ସମୀର ୱାଙ୍ଖଡେ ଏହି ସବୁ ବିବାଦରୁ ବାହାରକୁ ଆସିଯିବେ କାରଣ ସତ୍ୟର ହିଁ ବିଜୟ ହୋଇଥାଏ। ଯେଉଁ ଅଭିଯୋଗ ହୋଇଛି ତାହା ପ୍ରମାଣିତ ହୋଇପାରିବ ନାହିଁ।

ତାଙ୍କ ପରିବାରକୁ ମିଳିଥିବା ଧମକ ବିଷୟରେ କ୍ରାନ୍ତି କହିଛନ୍ତି, "ଆମକୁ ବହୁତ କଷ୍ଟ ହେଉଛି। ଅନ୍ୟ ରାଜ୍ୟରୁ କେହି ଜଣେ ଆସି ଆମକୁ ଧମକ ଦେଉଛନ୍ତି। ଆମ ରାଜ୍ୟରେ ନିଜକୁ ନିରାପଦ ମନେ କରିବା ଉଚିତ୍। ସମୀର ୱାଙ୍ଖଡେଙ୍କ ବିରୋଧୀ ଲୋକମାନେ ଆମକୁ ବହୁତ କଷ୍ଟ ଦେଉଛନ୍ତି। ଆମକୁ ଫାଶୀ ଦେଇଦେବେ, ଆମକୁ ଜାଳିଦେବେ, ଏପରି ଧମକ ମିଳୁଛି। ଆମ ଜୀବନ ପ୍ରତି ବିପଦ ଅଛି। ମୋର ପିଲାମାନଙ୍କୁ, ମୋ ପରିବାରକୁ ଧମକ ଦିଆଯାଉଛି। ଫେକ୍ ଆକାଉଣ୍ଟରେ ଆମକୁ ଟ୍ରୋଲ କରାଯାଉଛି।"

କ୍ରାନ୍ତିଙ୍କୁ ନବାବ ମଲିକ ଏବଂ ରାଜନୈତିକ ଆକ୍ରମଣ ବିଷୟରେ ପଚରାଯିବାରୁ ସେ କହିଛନ୍ତି, "ଲୋକମାନେ ସମୀର ୱାଙ୍ଖଡେଙ୍କ ବିରୋଧରେ କାମ କରୁଛନ୍ତି। ମୁଁ ଭାବୁଛି ସମୀର ଜୀଙ୍କର କାର୍ଯ୍ୟ କରିବାର ଯେଉଁ ଶୈଳୀ, ତାହାଦ୍ୱାରା ଅନେକ ଅସୁବିଧା ହେଉଛି। ସେମାନେ ଅନୁଭବ କରୁଛନ୍ତି ଯେ ସମୀର ଜୀ କାରଣରୁ, ସେମାନଙ୍କୁ ଅସୁବିଧା ନହେଉ ଏବଂ ସେମାନଙ୍କର କାର୍ଯ୍ୟ ଜାରି ରହୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.