Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନା ଖାଇବା ନା ପିଇବା, ପିପିଇ ପରିଧାନ କରି ୬ରୁ ୮ ଘଣ୍ଟା ଲଗାତାର କାମ କରୁଛନ୍ତି ଡାକ୍ତର

19/04/2020 at 11:13 AM

ମୁମ୍ବାଇ, ୧୯|୦୪:  କରୋନା ଭାଇରସ ସାରା ଦେଶକୁ କବଳିତ କରି ରଖିଛି । ଏବେସୁଦ୍ଧା ଏହି ଭାଇରସ ୫୦୦ରୁ ଅଧିକ ଜୀବନ ନେଇଥିବା ବେଳେ ୧୫ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ଦେଶକୁ ଲକଡାଉନ ମଧ୍ୟ କରିଛନ୍ତି । କିନ୍ତୁ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରମାନେ ଦିନରାତି ନିଜ ଜୀବନକୁ ବିପଦରେ ପକାଇ କରୋନା ମୁକାବିଲା କରୁଛନ୍ତି । ଏପରିକି ଅନେକ ସ୍ୱାସ୍ଥ୍ୟକର୍ମୀ ନଖାଇ ନପିଇ ହସ୍ପିଟାଲରେ ଘଣ୍ଟାଘଣ୍ଟା ଧରି କାମ କରୁଛନ୍ତି । ପିପିଇ ପରିଧାନ କାମ କରିବା ସହଜ କଥା ନୁହେଁ । ଅନେକ ପ୍ରକାର ଅସୁବିଧାର ସେମାନଙ୍କୁ ସାମ୍ନା କରିବାକୁ ପଡିଥାଏ ।

‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ର ଖବର ଅନୁସାରେ, କିଛି ଡାକ୍ତର ଓ ନର୍ସ ସେମାନଙ୍କୁ ଅସୁବିଧା ପ୍ରକାଶ କରିଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଥରଟିଏ ପିପିଇ ପରିଧାନ କରିବା ପରେ କିଛି କରିହେବ ନାହିଁ । ଏଥିରେ ଅନେକ ଲେୟାର୍ସ ରହିଛି । ଏହାକୁ ପିନ୍ଧି କରୋନା ଓ୍ୱାର୍ଡକୁ ଯିବାକୁ ପଡିଥାଏ । ଏଠାରେ ଏସି ମଧ୍ୟ ଲାଗିନଥାଏ । ମୁମ୍ବାଇରେ ଖରାଦିନେ ଅଧିକ ଗରମରେ କାମ କରିବାକୁ ପଡେ । ପିପିଇ ପାଇଁ ଝାଳ ମଧ୍ୟ ପୋଛି ହୁଏନାହିଁ ।

ସରକାରୀ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ପିପିଇ ପିନ୍ଧିବା ଓ ଖୋଲିବା ସମୟରେ ନିଜ ନିଜ ଚେହେରାକୁ ସ୍ପର୍ଶ କରିହୁଏ ନାହିଁ । କାରଣ ସଂକ୍ରମଣର ଭୟ ରହିଥାଏ । ଏହା ଅଧିକ ମୂଲ୍ୟବାନ । ଏହାକୁ ବାରମ୍ବାର ପରିବର୍ତ୍ତନ କରିହୁଏ ନାହିଁ । ତେଣୁ ୬-୮ ଘଣ୍ଟା ଯାଏଁ ଖାଦ୍ୟ ଗ୍ରହଣ କରିହୁଏ ନାହିଁ । ଅନେକ ବଡ ହସ୍ପିଟାଲରେ ଚେଞ୍ଜିଂ ରୁମ୍ ନଥାଏ । ଏହା ସହ ଓ୍ୱାର୍ଡ ବୟଙ୍କୁ ପିପିଇ ଦିଆଯାଏ ନାହିଁ ।

ଆଉ ଜଣେ ଡାକ୍ତର କହିଛନ୍ତି, ସେମାନେ ମଧ୍ୟ ମଣିଷ । ସେମାନଙ୍କୁ ମଧ୍ୟ ଡର ଲାଗିଥାଏ । ଡାକ୍ତରଙ୍କୁ ନିଜ କାମ ନିଜେ ହିଁ କରିବାକୁ ପଡିଥାଏ । ସେମାନଙ୍କୁ ଅନ୍ୟ ରୁମରେ ରହିବା ପାଇଁ ବ୍ୟବସ୍ଥା ନାହିଁ । ତେବେ ସିଫ୍ଟ ଶେଷ ହେବା ପରେ ତୁରନ୍ତ ଗାଧୋଇବା ସହ ପୋଷାକ ପରିବର୍ତ୍ତନ କରିଥାନ୍ତି ବୋଲି ସେ କହିଛନ୍ତି ।

   Related Posts