ସୁପ୍ରିମକୋର୍ଟଙ୍କ ବଡ ନିର୍ଦେଶ ! ଏହି ସବୁ ସର୍ତ୍ତ ସହ ଖୋଲିପାରିବ ଡ୍ୟାନ୍ସ ବାର

Published By : Prameya-News7 Bureau | January 17, 2019 IST

ଦିଲ୍ଲୀ ୧୭/୧ : ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ମାୟାନଗରୀ ତଥା ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପୁଣି ଖୋଲିବ ଡାନ୍ସ ବାର୍ । ଡାନ୍ସ ବାର୍ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆଜି ମୁମ୍ବାଇରେ ନୂଆ ସୁରକ୍ଷା ନିୟମ ସହ ଡାନ୍ସ ବାର ଆଉ ଥରେ ଖୋଲିପାରିବେ ବୋଲି ଅନମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ହେଲେ ଡାନ୍ସ ବାରରେ ପୂର୍ବପରି କେହି ଟଙ୍କା ଉଡ଼େଇପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି ।  

{"id":74954,"width":583,"height":437}

ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସ ୩୦ତାରିଖ ରେ ସମସ୍ତ ପକ୍ଷରୁ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ମାମଲାର ଶୁଣାଣି ସମୟରେ ମହାରାଷ୍ଟ୍ର ସରକାର କହିଥିଲେ, ନୂଆ ନିୟମ ସାମ୍ବିଧାନ ଆଧାରରେ ହୋଇଛି । ଡାନ୍ସବାର ଯୋଗୁଁ ବେଆଇନ ଗତିବିଧି ବଢ଼ିବା ସହ ମିହଳାମାନେ ଯୌନଶୋଷଣର ଶିକାର ହୋଇଥାନ୍ତି । ରାଜ୍ୟ ସରକାରଙ୍କ କଡ଼ା ନିୟମ ଯୋଗୁଁ ଗୋଟିଏ ବି ଡାନ୍ସ ବାର ଖୋଲିପାରୁନଥିଲା । କିନ୍ତୁ ପୁଣି ଡାନ୍ସବାର ଖୋଲିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କିଛି ସର୍ତ୍ତାବଳୀ ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି | 

{"id":74955}

ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍କୁଲ ଏବଂ ଧାର୍ମିକ ସ୍ଥଳ ଠାରୁ ଡ୍ୟାନ୍ସ ବାର ଏକ କିଲୋମିଟର ଦୂରରେ ରହିବ | ଅଶ୍ଳୀଳ ଡ୍ୟାନ୍ସର ପରିଭାଷାକୁ କୋର୍ଟ ସ୍ଥଗିତ ରଖିଛନ୍ତି | ବାର ଡ୍ୟାନ୍ସ ଅଂଚଳକୁ ଅଲଗା ରଖିବା ନିଷ୍ପତ୍ତିକୁ କୋର୍ଟ ଖାରଜ କରିଛନ୍ତି |

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ସରକାର ୨୦୧୬ ମସିହାରେ ଡ୍ୟାନ୍ସ ବାର ପାଇଁ ଏକେ ବଡ ନିୟମ ଲାଗୁ କରିଥିଲେ | ଏହି ନିୟମ ଅନୁସାରେ ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରା ଲଗାଯିବ ପାଇଁ ନିର୍ଦେଶ ଦିଆଯାଇଥିଲା | କିନ୍ତୁ କୋର୍ଟ ଏହି ନିୟମକୁ ଖାରଜ କରିଦେଇଛନ୍ତି |

{"id":74956}

ଜାଣନ୍ତୁ କୋର୍ଟ କଣ କଣ ସର୍ତ୍ତ ଲାଗୁ କରିଛନ୍ତି :

୧. କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଡ୍ୟାନ୍ସରଙ୍କୁ ଅଲଗା ଟିପ ଦିଆଯାଇପାରିବ କିନ୍ତୁ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଫୋପଡାଯାଇପାରିବ ନାହିଁ |

୨. ଡ୍ୟାନ୍ସ ବାରରେ ଅର୍କେଷ୍ଟ୍ରା ଉପରେ କୌଣସି ସର୍ତ୍ତ ଲଗାଯାଇନାହିଁ |

୩. ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରା ଲଗାଇବା ଏବଂ କେବଳ ଭଲ ଲୋକଙ୍କୁ ହିଁ ଲାଇସେନ୍ସ ଦେବା ସର୍ତ୍ତକୁ କୋର୍ଟ ଖାରଜ କରିଛନ୍ତି |

୪. ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ମୁମ୍ବାଇର ଡ୍ୟାନ୍ସ ବାରମାନଙ୍କରେ ସିସିଟିଭି ଲଗାଇବା କିଛି ଦରକାର ନାହିଁ | କାରଣ ଏହା ଲୋକଙ୍କ ବ୍ୟକ୍ତିଗତ ଜୀବନ ଅଧିକାରକୁ ଉଲଘଂନ କରିଥାଏ |

୫. ଡ୍ୟାନ୍ସ ବାରରେ ମଦ ପିଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ |

{"id":74958,"width":583,"height":324}

୬. ଅଶ୍ଳୀଳ ଡ୍ୟାନ୍ସର ପରିଭାଷା ପୂର୍ବ ଭଳି ରହିବ |

୭. ଡ୍ୟାନ୍ସ ବାରରେ ଡ୍ୟାନ୍ସର ଏବଂ ଗ୍ରାହକଙ୍କ ମଧ୍ୟରେ କାନ୍ଥ ରହିବନାହିଁ | ପୂର୍ବରୁ ନିୟମ ରହିଥିଲା ଯେ, ଡ୍ୟାନ୍ସର ଏବଂ ଗ୍ରାହକଙ୍କ ମଧ୍ୟରେ ୩ଫୁଟ ଉଚ୍ଚର ଏକ କାନ୍ଥ ରହିବ | ଯାହାଫଳରେ ଗ୍ରାହକ ଡ୍ୟାନ୍ସ ଦେଖିପାରିବେ କିନ୍ତୁ ଡ୍ୟାନ୍ସରଙ୍କ ପାଖକୁ ପହଂଚିପାରିବେ ନାହିଁ |

୮. ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ, ମୁମ୍ବାଇରେ ଡ୍ୟାନ୍ସ ବାର ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ପର୍ଯ୍ୟନ୍ତ ଖୋଲା ରହିବ |

୯. ଡ୍ୟାନ୍ସ ବାରରେ ଅଶ୍ଳୀଳତା ପ୍ରଦର୍ଶନ କରାଯିବ ଉଚିତ ନୁହେଁ |

୧୦. ସୁପ୍ରିମକୋର୍ଟ କହିଛନ୍ତି ଯେ, ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରିବ ନାହିଁ କିନ୍ତୁ କିଛି ପ୍ରତିବନ୍ଧକ ଲଗାଯାଇପାରିବ |

{"id":74960}

ଇଣ୍ଡିଆନ ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ ରାଜ୍ୟ ସରକାରଙ୍କ ନୂଆ ଆକ୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ | ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, ସମୟ ସହିତ ଧୀରେ ଧୀରେ ଅଶ୍ଳୀଳତାର ପରିଭାଷା ମଧ୍ୟ ବଦଳି ଗଲାଣି | ଏହାଛଡା କୋର୍ଟ କହିଛନ୍ତି ଯେ, ଜୀବନ ଜୀବିକା ପାଇଁ କାମ କରିବା ଅଧିକାର ସମସ୍ତଙ୍କର ରହିଛି | ଏହାପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରତିବନ୍ଧକଗୁଡିକୁ ହଟାଇ ଦେଇଥିଲେ | ଏହାପରେ ସରକାର ନୂଆ ଲାଇସେନ୍ସ ଦେବା ପାଇଁ ନୂଆ ନିୟମ ଜାରି କରିଥିଲେ | ନୂଆ ନିୟମ ଅନୁସାରେ, ବାର କେବଳ ସନ୍ଧ୍ୟା ୬.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ହିଁ ଖୋଲା ରହିବ | ଏହାଛଡା ରାଜ୍ୟର କୌଣସି ହୋଟେଲ ଏବଂ ବାରରେ ମଦ ଦିଆଯିବ ନାହିଁ ଯେଉଁଠି ଯୁବତୀମାନେ ଡ୍ୟାନ୍ସ କରୁଥିବେ | ଏହି ନିୟମକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.