ସାରା ମୁମ୍ବାଇର ପେଟ ପୁରଉଥିଲେ! ଏବେ ନିଜ ଲାଗି ପେଟପୁରା ଦାନା ଯୋଗାଡ଼ କରିପାରୁନହାନ୍ତି ‘ଡ଼ବାବାଲା’

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦।୯: କରୋନା ଲକଡାଉନ୍‌ ମୁମ୍ବାଇ ‘ଡବାବାଲା’ଙ୍କ ହାଣ୍ଡିରେ ତାଲା ଝୁଲେଇ ଦେଇଛି। ଯେଉଁମାନେ ସାରା ସହରରେ ଲୋକଙ୍କ ପେଟ ପୁରଉଥିଲେ ଏବେ ନିଜ ଲାଗି ପେଟପୁରା ଦାନା ଯୋଗାଡ କରିବାରେ ବିଫଳ ହେଉଛନ୍ତି। କୋଭିଡରେ ମୁମ୍ବାଇର ପରିଚୟ କୁହାଯାଉଥିବା ୫ ହଜାର ଡବାବାଲାଙ୍କ ଅଣ୍ଟା ଭାଙ୍ଗିଛି।  ଗତ କିଛିମାସ ହେଲା ସେମାନଙ୍କ ବେତନ ବନ୍ଦ ରହିଛି। ଫଳରେ ଡାବାବାଲାଙ୍କ ପରିବାର ଏବେ ଅନାହାରରେ ରହୁଛନ୍ତି।

{"id":327763,"width":579,"height":324,"sizeSlug":"large"}

ନିକଟରେ ମୁମ୍ବାଇ ଡବାବାଲା ସଙ୍ଗଠନ କେନ୍ଦ୍ର ସରକାରଙ୍କୁ କିଛି ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଥିଲେ। ହେଲେ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ନିବେଦନର ଜବାବ ଦେଇ ନାହାନ୍ତି। ସାରା ମୁମ୍ବାଇରେ ଡବାବାଲାଙ୍କର ୨ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି। ତେବେ ସରକାରଙ୍କ କରୋନା ଲକଡାଉନ୍‌ ଯୋଗୁ କାର୍ଯ୍ୟାଳୟ ବନ୍ଦ ରହିବା ସେମାନଙ୍କ ଦାନାପାଣି ଉଜାଡି ଦେଇଛି। ଏଣୁ ଅନୁନ୍ୟ ପ୍ରତି ଡବାବାଲା ମାସିକ ୩ହଜର ଟଙ୍କା ସହାୟତା ନିମନ୍ତେ ସଙ୍ଗଠନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲା।

{"id":327769,"width":580,"height":432,"sizeSlug":"large"}

କୋଭିଡ ଲକଡାଉନ ଘୋଷଣା ଠାରୁ ମୁମ୍ବାଇ ଲୋକାଲ ବନ୍ଦ ପଡିଛି। ଫଳରେ ଡବାବାଲାଙ୍କ କାରବାର ଗୁରୁତର ପ୍ରଭାବିତ ହୋଇଛି। ମୁମ୍ବାଇ ଲୋକାଲ ଭଳି ଡବାବାଲା ମଧ୍ୟ ଆର୍ଥିକ ରାଜଧାନୀର ଲାଇଫଲାଇନ୍‌। ଏଣୁ ଡବାବାଲାଙ୍କୁ ପୁଣି କାମରେ ଲଗାଇବା ଲାଗି ଲୋକାଲକୁ ବି ଚାଲୁ କରାଯିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି। ଲୋକାଲ ଟ୍ରେନ ଚାଲିବା ଆରମ୍ଭ କଲେ ସେମାନଙ୍କ ରୋଜଗାର ପୁଣି ଆରମ୍ଭ ହୋଇଯିବ ବୋଲି ଡାବାବାଲା କହୁଛନ୍ତି।

{"id":327766,"sizeSlug":"large"}

ଡାବାବାଲା ଟିଫିନ ଆଣି ପୁଣି ଘରେ ଫେରାଇବାରେ ମୁମ୍ବାଇ ଲୋକାଲ ବେଶ ସହାୟତା କରିଥାଏ। ହେଲେ ଲୋକାଲ ବନ୍ଦ ପଡିବା ଯୋଗୁ ଡବାବାଲାଙ୍କ କାରବାର ମଧ୍ୟ ବନ୍ଦ ପଡିଛି। ଲୋକଙ୍କ ଘରୁ ନା ଟିଫିନ ଆସୁଛି ନା ସେମାନେ ପହଞ୍ଚାଇ ପାରୁଛନ୍ତି। ଫଳରେ ଡବାବାଲାଙ୍କ ପରିବାର ଚଳାଇବା ଲାଗି ସଙ୍ଗଠନ ଏବେ ରାସ୍ତାକୁ ଓହ୍ଲାଇଛି। ଲୋକଙ୍କୁ ହାତପାତି ଯାହା ଜୁଟାଉଛନ୍ତି ସେଥିରେ ସେମାନଙ୍କର ସାମାନ୍ୟ ଖର୍ଚ୍ଚ ଚଳିଯାଉଥିବା କହୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.