ସଞ୍ଜୟ ଦତ୍ତ, ସଲମାନ ଖାନ୍‌ଙ୍କ ପରେ ଏହି ଆଇନ୍‌ଜୀବୀ ଲଢିବେ ଆର୍ଯ୍ୟନ୍‌ଙ୍କ କେସ୍ : ଜାଣନ୍ତୁ କିଏ ସେ ଆଇନ୍‌ଜୀବୀ...

Published By : Prameya-News7 Bureau | October 04, 2021 IST

ମୁମ୍ବାଇ ୦୪/୧୦: ଗତକାଲି ଏନସିବି ହେପାଜତରେ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ । ସେ ରାତି କଟିଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବ ।  ପୁଅକୁ ମୁକୁଳାଇବାକୁ ସୁଟିଂ ଛାଡ଼ି ସ୍ପେନରୁ ଫେରି ଆସିଥିବା ଶାହରୁଖ ଖାନ୍‌ ବରିଷ୍ଠ ଆଇନଜୀବୀ ସତୀଶ ମନସିନ୍ଦେଙ୍କୁ ନିଜ ଓକିଲ ରୂପେ ବାଛିଛନ୍ତି। ଏହି ହାଇପ୍ରୋଫାଇଲ୍‌ କେସ୍‌ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଆର୍ଯ୍ୟନଙ୍କୁ ମୁକୁଳାଇବାକୁ ଆଜି କି ବାଜି ପକାଇବେ ସତୀଶ ତାହା ଉପରେ ସମସ୍ତଙ୍କ ନଜର।

ମନେଶିନ୍ଦ କହିଛନ୍ତି, ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ’ରେ ଆର୍ଯ୍ୟନ ଜଣେ ସ୍ପେସାଲ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ପହଞ୍ଚିବା ପରେ ଦୁଇଥର ତାଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ତାଙ୍କ ନିକଟରୁ କୌଣସି ନିଶା ସାମଗ୍ରୀ ମିଳି ନ ଥିଲା  ।  ତାଙ୍କ ପାଖରେ ଟିକେଟ୍ କିମ୍ବା ବୋର୍ଡିଂ ପାସ୍ ମଧ୍ୟ ନାହିଁ । ଏହାବାଦ କୌଣସି ସିଟ୍ ନମ୍ବର କିମ୍ବା କ୍ୟାବିନ ନାହିଁ। ସେ କେବଳ ଜଣେ ନିମନ୍ତ୍ରୀତ ଅତିଥି ଭାବେ ସେଠାକୁ ନିଜ ସାଙ୍ଗମାନଙ୍କ  ସହ ଯାଇଥିଲେ।  ତାଙ୍କ ସାଙ୍ଗମାନଙ୍କ ସାମଗ୍ରୀ ମଧ୍ୟ ସ୍କ୍ରିନ କରାଯାଇଥିଲା ଏବଂ କିଛି ମିଳି ନ ଥିଲା।

ସତୀଶ ମନେଶିନ୍ଦେ ଦାବି କରିଛନ୍ତି ଯେ ଆର୍ଯ୍ୟନଙ୍କୁ ଯାଞ୍ଚ ବେଳେ ପୁଲିସ୍‌ ତାଙ୍କ ନିକଟରୁ ଡ୍ରଗ୍ସ ପାଇ ନାହିଁ। କେବଳ ହ୍ୱାଟସ୍‌ ଆପ୍‌ର ଚାଟ୍ ଉପରେ ଆଧାର କରି ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏନସିବି ପକ୍ଷରୁ କୁହାଯାଇଛି। ଏପରିକି ସେମାନଙ୍କ ପ୍ରଥମ ଦିନରେ ଚାଟ୍ ପୁନରୁଦ୍ଧାର ହୋଇଥିବା ଏନସିବି ପକ୍ଷରୁ କୁହାଯାଇଛି।

୧୯୯୩ର ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ସଞ୍ଜୟ ଦତ୍ତଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ସଞ୍ଜୟଙ୍କ ଲିଗାଲ ଟିମ୍‌ରେ ମେମ୍ବର ଥିଲେ ସତୀଶ ମନଶିନ୍ଦେ । ସଞ୍ଜୟଙ୍କ ଉପରେ ବହୁ ସଙ୍ଗୀନ ଦଫା ଲାଗିଥିବା ବେଳେ ସେ ତାଙ୍କୁ ବେଲ୍‌ରେ ମୁକୁଳାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ସତୀଶ ଦେଶର ଜଣେ ହାଇ ପ୍ରୋଫାଇଲ କ୍ରିମିନାଲ ଓକିଲ ଭାବେ ବେଶ୍‌ ଜଣାଶୁଣା ଚେହେରା ପାଲଟିଗଲେ।

ସେହିପରି ୨୦୦୨ ମସିହାରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ଫସିଥିବା ସଲମାନଙ୍କ ପାଇଁ ଦେବଦୂତ ସାଜିଥିଲେ ସତୀଶ । ବଲିଉଡର ଦବଙ୍ଗ ଖାନ୍‌ଙ୍କ ପାଇଁ ବେଲ୍‌ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଗତ ବର୍ଷ ଡ୍ରଗ୍ସ  କେସ୍‌ରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନିଜ ଭାଇଙ୍କ ସହ ଏନସିବି ଦ୍ୱାରା ଗିରଫ  ହୋଇଥିବା ବେଳେ ସୋଶାଲ ମିଡିଆରେ ରିଆଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଥିଲା । ଉଭୟ ଭାଇଭଉଣୀଙ୍କୁ ବେଲ୍‌ରେ ବାହାର କରିବାରେ ସମର୍ଥ ହୋଇଥିଲେ ସତୀଶ। କିନ୍ତୁ ଏବେ କିଙ୍ଗ୍‌ ଖାନ୍‌ଙ୍କ ପୁଅର କେସ୍ ଲଢିବେ ସତୀଶ ।

ବଲିଉଡ ଷ୍ଟାରଙ୍କ ପ୍ରିୟ ପସନ୍ଦିତା ଓକିଲ ୫୬ ବର୍ଷୀୟ ସତୀଶ ମନଶିନ୍ଦେଙ୍କ ପାଇଁ ଏପରି ହାଇ ପ୍ରୋଫାଇଲ କେସ୍‌ କିଛି ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସତୀଶ ସଞ୍ଜୟ ଦତ୍ତ, ସଲମାନ ଖାନ୍‌ ଓ ରିୟା ଚର୍କବର୍ତ୍ତୀଙ୍କ ପାଇଁ ଓକିଲାତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.