Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଫସିଲେ ଅଭି​‌ନେତ୍ରୀ ଶିଳ୍ପା ସେଟ୍ଟୀ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଜେରା କଲା କ୍ରାଇମବ୍ରାଞ୍ଚ ଟିମ

23/07/2021 at 7:56 PM

ନୂଆଦିଲ୍ଲୀ ୨୩/୦୭ : ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶୁକ୍ରବାର ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ପୁଣି ଥରେ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛନ୍ତି । କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଶୁକ୍ରବାର ଅପରାହ୍ନରେ ଜୁହୁସ୍ଥିତ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍ ଶିଳ୍ପାଙ୍କୁ ଅଶ୍ଳୀଳତା ଉପରେ ପ୍ରଶ୍ନ କରିଛି । ରାଜ କୁନ୍ଦ୍ରାଙ୍କ ଅଧିକାଂଶ କମ୍ପାନୀରେ ଅଂଶୀଦାର ଅଛନ୍ତି ଶିଳ୍ପା ସେଟ୍ଟୀ । ତେଣୁ ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ।

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ବୃଦ୍ଧି ହେବାପରେ ପୋଲିସ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା । ପୋଲିସ ରାଜ କୁନ୍ଦ୍ରାଙ୍କ ନେଇ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଏହା ସହିତ ରାଜ କୁନ୍ଦ୍ରରଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ରାଜ କୁନ୍ଦ୍ରାଙ୍କର ଅନେକ କମ୍ପାନୀରେ ଶିଳ୍ପା ଅଂଶୀଦାର ଥିବାରୁ ତାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଇଥିଲା । ଯାହାକି ଏବେ ସତ ପ୍ରମାଣିତ ହୋଇଛି । ତେବେ ତାଙ୍କୁ ସମନ ଜାରି କରାଯାଇନଥିବା ଜଣାପଡିଛି । ତଦନ୍ତ ପ୍ରକ୍ରିୟାରେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ ଜାରି କରାଯାଇପାରେ ।
ସେପଟେ ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ରାଜ କୁନ୍ଦ୍ରା । ରାଜଙ୍କ କହିବା କଥା ଯେ ତାଙ୍କର ଗିରଫଦାରୀ ଅବୈଧ । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରୟାନ ଥୋପେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୯ ତାରିଖଷର ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ସେ ତାଙ୍କ ସୋସିଆଲ ଆପ୍‌ ହଟ୍‌ସଟ୍‌ସରେ ଅଶ୍ଳୀଳ ଭିଡିଓ ଗୁଡିକୁ ଅପଲୋଡ କରିଥିଲେ । ତାଙ୍କୁ ଗିରଫ କରିବା ପ​‌ରେ ଜୁଲାଇ ୨୩ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଥିଲା ମୁମ୍ବାଇ ପୋଲିସ । ତେବେ ଶୁକ୍ରବାର ତାଙ୍କର ନ୍ୟାୟିକ ହେପାଜତ ଶେଷ ହୋଇଥିଲା । କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ପୋଲିସ ତାଙ୍କ ହେପାଜତ ବଢାଇବାକୁ ଆବେଦନ କରିଥିଲା । ତେବେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଅର୍ଥାତ ଆସନ୍ତା ୨୭ ତାରିଖ ଯାଏଁ ରାଜ କୁନ୍ଦ୍ରା ଜେଲରେ ରହିବେ ।  

   Related Posts