ଗ୍ରାହକ ସାଜି ସେକ୍ସ ରାକେଟର ପର୍ଦ୍ଦାଫାସ କଲା ପୋଲିସ, ଗୋଆକୁ ହେଉଥିଲା ଯୁବତୀ ଚାଲାଣ

Published By : Prameya-News7 Bureau | October 20, 2021 IST

ମୁମ୍ବାଇ ୧୦/୧୦: ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ଏହି ସମୟରେ ଦୁଇ ମହିଳା ଗିରଫ ହୋଇଛନ୍ତି। ଏହା ସହ ଅନ୍ୟ ଦୁଇ ମହିଳାଙ୍କୁ ଗ୍ୟାଙ୍ଗରୁ ମକ୍ତ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଗ୍ରାହକଙ୍କ ସହ ଗୋଆ ପଠାଯାଉଥିଲା। ଦେଶର ପର୍ଯ୍ୟଟନ ସ୍ଥଳୀକୁ ମୁମ୍ବାଇରୁ ଯୁବତୀ ଚାଲାଣ ହେଉଥିବା ନେଇ ପୋଲିସ ପାଖରେ ସୂଚନା ଥିଲା।

ଏହା ପରେ ପୋଲିସ ନକଲି ଗ୍ରାହକ ସାଜି ଗ୍ୟାଙ୍ଗର ସଦସ୍ୟଙ୍କ ସମ୍ପର୍କ ସ୍ଥାପନ କରିବା ସହ ସଉଦା କରିଥିଲା । ଦୁଇ ପୋଲିସ କର୍ମଚାରୀ ନକଲି ଗ୍ରାହକ ସାଜି ଯୁବତୀଙ୍କୁ ଧରି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସେକ୍ସ ରାକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମହିଳା ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଦୁଇ ଦିନ ଧାର୍ଯ୍ୟ କରୁଥିଲେ। ଏହି ସମୟରେ ଗ୍ରାହକଙ୍କୁ ପର୍ଯ୍ୟଟନସ୍ଥଳୀ ବାଛିବାକୁ ବିକଳ୍ପ ଦିଆଯାଉଥିଲା।

ଗ୍ରାହକଙ୍କ ପ୍ରଥମ ପସନ୍ଦ ଗୋଆ ଥିବା ଜଣାପଡ଼ିଛି। ଗତବର୍ଷ ଜଣେ ମହିଳାଙ୍କୁ ସେକ୍ସ ରାକେଟ ଚଳାଇବା ମାମଲାରେ ପୋଲିସ ଗିରଫ କରିଥିଲା। ଜେଲରୁ ମୁକୁଳିବା ପରେ ପୁଣି ମହିଳା ଜଣକ ଦେହ ବ୍ୟବସାୟ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.