Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନକଲି IPS ପାଇଁ ନାକେଦମ୍‌ ପୋଲିସ୍‌, ୧୨୦୦ କି.ମି. ପିଛା କରିବା ପରେ ଖୋଲିଲା ଅପହରଣ ନାଟକର ରହସ୍ୟ

9/10/2020 at 9:12 PM

ମୁମ୍ବାଇ ୦୯/୧୦: ୨୪ ଘଣ୍ଟାର ଅପରେସନ୍‌ ଓ ୧୨୦୦ କି.ମି. ପିଛା କରିବା ପରେ ପୋଲିସକୁ ମିଳିଛି ସଫଳତା । ନକଲି ଆଇପିଏସ୍‌ ଅଧିକାରୀକୁ ଧରିବା ସହ ଅପହରଣ ନାଟକର ପର୍ଦ୍ଦାଫାସ କରିବା ପାଇଁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଗୁଜରାଟରୁ ବାଙ୍ଗାଲୋର୍‌ ଅଭିଯୁକ୍ତର ପିଛା କରିଥିଲା । ୨୪ ଘଣ୍ଟାର ପରିଶ୍ରମ ପରେ ନକଲି ଆଇପିଏସ୍‌ ଅଧିକାରୀକୁ ଧରିବାରେ ସଫଳ ହୋଇଥିଲା କ୍ରାଇମ୍‌ ବ୍ରାଞ୍ଚ ।

ଅଭିଯୁକ୍ତ ନକଲି ଆଇପିଏସ୍‌ ଅଧିକାରୀ ଜଣକ ରାଜସ୍ଥାନ ଆଜମେର୍‌ ଜିଲ୍ଲାର ବାସିନ୍ଦା ଶିବ ଶଙ୍କର ଶର୍ମା ବୋଲି ଜଣାପଡ଼ିଛି । ନକଲି ଆଇପିଏସ୍‌ର ଅସଲି କାରନାମା ପୋଲିସ୍‌ ପାଖରେ ପହଞ୍ଚିଥିଲା ଯେତେବେଳେ ଶିବ ଶଙ୍କର ଶର୍ମା ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ସୁରଟର ଜଣେ ବ୍ୟବସାୟୀ ମହମ୍ମଦ ଅସଲମ ନାଭିଓ୍ବାଲାଙ୍କ ଠାରୁ ୧୬ ଲକ୍ଷ ଟଙ୍କା ହଡ଼ପ କରିଥିଲା । ଏତେ ପରିମାଣର ଟଙ୍କା ପାଇବା ପରେ ଅୟସ ଆରାମରେ ଜୀବନ ବିତାଉଥିଲା ଶିବ ଶଙ୍କର ଶର୍ମା।

ନକଲି ଆଇପିଏସ୍‌ ଅଧିକାରୀକୁ ଗିରଫ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି। ଶିବ ଶଙ୍କର ଶର୍ମା ଆଇପିଏସ୍‌ ଅଧିକାରୀର ପରିଚୟ ଦେଇ ନାଭିଓ୍ବାଲାଙ୍କ ନାଁ​‌ରେ ଡିଆରଆଇରେ ମାମଲା ହୋଇଥିବା ନେଇ କହିଥିଲା। ଏହାସହ ମାମଲାକୁ ରଫାଦଫା କରିବା ପାଇଁ ଏକ ହୋଟେଲକୁ ଡାକିଥିଲା ନକଲି ଆଇପିଏଏସ୍‌। ସେଠାରେ ଡିଲ୍‌ରେ ଗଡ଼ବଡ଼ ହେବାରୁ ନାଭିଓ୍ବାଲାଙ୍କ ବେକରେ ବନ୍ଧୁକ ଲଗାଇ ତାଙ୍କୁ ଗୁଜରାଟ ନେଇଯାଇଥିଲା । ସେଠାରେ ତାଙ୍କୁ ଅପମାନ କରିବା ସହ ୧୬ ଲକ୍ଷ ଟଙ୍କା ହଡ଼ପ କରିବାରେ ସଫଳ ହୋଇଥିଲେ ଶିବ ଶଙ୍କର ଶର୍ମା ଓ ତାର ସହଯୋଗୀ ।

ତେବେ ଏହି ଘଟଣା ପରେ ନାଭିଓ୍ବାଲା ପ୍ରଥମେ ଗୁଜରାଟ ପୋଲିସ ପରେ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ଏଇସି ଶାଖାକୁ ହସ୍ତାନ୍ତର ହୋଇଥିଲା। ତେବେ ଶର୍ମାର ଲୋକେସନ୍‌ରୁ ସେ ଗୁଜରାଟରେ ଥିବା ଜଣାପଡ଼ିଥିଲା। କିନ୍ତୁ ଟିମ୍‌ ସେଠାରେ ପହଞ୍ଚିବା ବେଳକୁ ଶର୍ମା ସେ ସ୍ଥାନ ଛାଡ଼ିସାରିଥିଲା। ପରେ ଟିମ୍‌ ଗୁଜରାଟରୁ ବାଙ୍ଗାଲୋର ଦୀର୍ଘ ୨୪ ଘଣ୍ଟା ଯାତ୍ରା କରିଥିଲା। ଶେଷରେ ବାଙ୍ଗାଲୋର୍‌ରୁ ମଙ୍ଗଳବାର ନକଲି ଆଇପିଏସ୍‌ ଅଧିକାରୀ ଶିବ ଶଙ୍କର ଶର୍ମାକୁ ଗିରଫ କରିବାରେ ସଫଳତା ମିଳିଥିବା ନେଇ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଶିବ ଶଙ୍କର ଶର୍ମା ପୂର୍ବରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲା। ବିଳାସପୂର୍ଣ୍ଣ ଜୀବନ ବିତାଇବା ସହ ଶିବ ଶଙ୍କର ଶର୍ମା ଆଇପିଏସ୍‌ ଅଧିକାରୀଙ୍କ ପୋଷାକ, ସର୍ଭିସ୍‌ ପିସ୍ତଲର ଖୋଳ ଆଦି କିଣି ନିଜ ପାଖରେ ରଖିଥିବା ନେଇ ସୂଚନା ମିଳିଛି। ଶିବ ଶଙ୍କର ଶର୍ମାକୁ ଗିରଫ କରି ଧାରା ୧୭୦, ୧୨୦ ବି, ୩୨୩, ୩୪୨, ୩୬୪ଏ, ୩୮୬, ୫୦୪ ଓ ୩୪ ଆଧାରରେ ମାମଲା ରୁଜୁ କରିଛି ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ।

   Related Posts