Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

TRP ସ୍କାମରେ ବି ଜଡ଼ିତ ଅଛି ବାଝେ! BARCଙ୍କଠୁ ନେଇଛି ୩୦ଲକ୍ଷ ଟଙ୍କା ଲାଞ୍ଚ

11/04/2021 at 10:32 PM

ମୁମ୍ବାଇ ୧୧।୪: ଏଣ୍ଟିଲିଆ ବିସ୍ଫୋରକ ଏସୟୁଭି ମାମଲାରେ ଏନଆଇଏ ଦ୍ୱାରା ଗିରଫ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏପିଆଇ ସଚ୍ଚିନ ବାଝେ ଛୋଟମୋଟ ଖେଳାଳି ନୁହେଁ, ଏହାର ପ୍ରମାଣ ଏବେ ମିଳିବାରେ ଲାଗିଲାଣି। ଭିଭିନ୍ନ ତଦନ୍ତରୁ ତାର ଅସୁଲି ଶୃଙ୍ଖଳ ଖୋଲିବାରେ ଲାଗିଛି। ଏଥିରେ ଟେଲିଭିଜନ ଟିଆରପି ସ୍କାମରେ ସେ ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ (ବାର୍କ)ଙ୍କ ଠାରୁ ୩୦ ଲକ୍ଷଟଙ୍କା ବିଭିନ୍ନ ମାଧ୍ୟମରେ ଅସୁଲ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ତଦନ୍ତରୁ ଜଣାପଡିଛି। ଜଣେ ପୋଲିସ ଅଫିସରଙ୍କ ମାଧ୍ୟମରେ ବାର୍କ ଅଧିକାରୀଙ୍କୁ ହଇରାଣ ନ କରିବା ସର୍ତ୍ତରେ ବାଝେ ଏହି ବିପୁଳ ଟଙ୍କା ହଡପ କରିଛି। 

ଦେଶରେ ଫେକ୍‌ ଟିଆରପି ସ୍କାମ ଗତବର୍ଷ ସାମ୍ନାକୁ ଆସିଥିଲା। ବିଜ୍ଞାପନ ଦର ବୃଦ୍ଧି ଲାଗି କେତେକ ଘରୋଇ ଟେଲିଭିଜନ ସଂସ୍ଥା ଟିଆରପି ହେରଫେର କରୁଥିବା ଜଣାପଡିଥିଲା। ତେବେ ଇଡିଙ୍କ ତଦନ୍ତରେ ବାର୍କ ଅଧିକାରୀମାନଙ୍କୁ ହଇରାଣ ନ କରିବା ଲାଗି ବାଝେ ଲାଞ୍ଚ ନେଇଥିବା କଥା ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଛି। ଇଡି ପଚରା ଉଚରାରେ ବାର୍କର ଜନୈକ ଅଧିକାରୀ ଘଟଣାର ପୁଷ୍ଟି କରିଛନ୍ତି। ଏଥିରେ ବାଝେ  କାଉନସିଲଙ୍କଠାରୁ ୫ଟି ପର୍ଯ୍ୟାୟରେ ୩୦ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି। ମାମଲାରେ ଏବେ ବାଝେକୁ ଇଡି  ପଚରା ଉଚରା କରିବେ। 

ତେବେ ଏହି ଦେୟକୁ ବାର୍କ ତାଙ୍କ କାଗଜପତ୍ରରେ ନିର୍ମାଣ କାର୍ଯ୍ୟ ବାବଦେ ବିଲ ଭାବେ ପ୍ରଦର୍ଶିତ କରିଛନ୍ତି। ଡେମୋ କମ୍ପାନୀକୁ ଦେୟ ପୈଠ କରାଯାଇଥିବା ବେଳେ ଏଥିରୁ ୪ଟି ସେଲ କମ୍ପାନୀଙ୍କୁ ଟଙ୍କା ଦିଆଯାଇଛି। ସେଲ କମ୍ପାନୀମାନଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବା ପରେ ହାୱାଲା ମାଧ୍ୟମରେ ଅପରେଟରମାନେ ଟଙ୍କା ନେଇ ବାର୍କଙ୍କୁ ଦେବା ପରେ ତାହା ବାଝେଙ୍କୁ ନଗଦ ଆକାରରେ ଦିଆଯାଇଥିଲା।

ଟିଆରପି ଅନିୟମିତତା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବାଝେ ତାର ଖେଳ ଆରମ୍ଭ କରିଥିଲା। ଫୋନ କରି ବାର୍କ ଅଧିକାରୀମାନଙ୍କୁ ପଚରା ଉଚରା ଲାଗି କମିଶନରଙ୍କ କାର୍ଯ୍ୟାଳୟକୁ ଡକାଇବା ଆରମ୍ଭ କରିଥିଲା। ଏଥିରେ ବାର୍କର ଯେଉଁ ଅଧିକାରୀ କମିଶନର ଅଫିସକୁ ଯାଉଥିଲେ ସେମାନଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲା। କେବେ କେବେ ସେମାନଙ୍କୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବସାଇ କାଲି ଆସ କହି ପଠାଇ ଦେଉଥିଲା। ପଚରା ଉଚରା ସେ ମାରପିଟ କରେ ବୋଲି ବାର୍କ ଅଧିକାରୀଙ୍କୁ ଡରାଉଥିଲା। ଏଥିରେ ବାର୍କ ଚାପରେ ଆସିଯାଇଥିବା ବେଳେ ୩୦ଲକ୍ଷ ଟଙ୍କା ଦେଲେ ଅଧିକାରୀଙ୍କୁ ଆଉ ହଇରାଣ କରିବନି ବୋଲି କହି ମାମଲା ସମ୍ଭାଳିନେଇଥିଲା। ଏବେ ଟିଆରପି କେସ୍‌ ରେ ଏହି ଲାଞ୍ଚ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ହେବ ଓ ଖୁବ୍ ଶୀଘ୍ର ମାମଲାରେ ପ୍ରଥମ ଚାର୍ଜ ସିଟ୍‌ ଦାଖଲ କରିବ ବୋଲି ଜଣାପଡିଛି।

   Related Posts