Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ୟସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଜାମିନ ଆବେଦନ ଖାରଜ

21/07/2020 at 10:16 PM

ମୁମ୍ବାଇ ୨୧।୦୭: ମୁମ୍ଵାଇର ଏକ ସ୍ଵତନ୍ତ୍ର ଅଦାଲତ ଆଜି ୟସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବ୍ୟାଙ୍କରେ ବହୁ କୋଟି ଟଙ୍କାର ଚଞ୍ଚକତା ଓ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଣା କପୁରଙ୍କୁ ଗିରଫ କରିଥିଲା।

ରାଣା କପୁର ମାମଲାର ସ୍ଥିତି ଆଧାରରେ କୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କ ଓକିଲ କହିଥିଲେ ମାମଲା ତଦନ୍ତ ପୂରା ହୋଇ ସାରିଛି, ତେଣୁ ରାଣା କପୁରଙ୍କୁ ଜେଲ୍‌ରେ ରଖିବାର କୌଣସି କାରଣ ନାହିଁ। ଅଧିକାଂଶ ପ୍ରମାଣ ଦସ୍ତାବିଜରେ ରହିଛି, ତେଣୁ ଅଭିଯୁକ୍ତଙ୍କ ତଥ୍ୟ ପ୍ରମାଣ ଦ୍ଵାରା ଗଡବଡ କରାଯାଇ ପାରିବ ନାହିଁ। ଶୁଣାଣି ପରେ ସ୍ଵତନ୍ତ୍ର ବିଚାରପତି ପିପି ରାଜବୈଦ୍ୟ ରାଣା କପୁରଙ୍କ ଯାଚିକା ଖାରଜ କରି ଦେଇଛନ୍ତି।

ରାଣା କପୁର ସଂପ୍ରତି ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଧନ ଶୋଧନ ନିବାରଣ ଅଧିନିୟମ(PMLA)ର ପ୍ରାବଧାନ ଆଧାରରେ କପୁରଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା। ଇଡି ମୁଖ୍ୟତଃ ରାଣା କପୁର, ତାଙ୍କ ପତ୍ନୀ ଓ ତିନି ଝିଅଙ୍କୁ ଦେଓ୍ଵାନ ହାଉସିଂ ଫାଇନାନ୍ସ ଲିମିଟେଡ(DHFL)କୁ ଋଣ ଦେବା ବଦଳରେ ୬୦୦ କୋଟି ଟଙ୍କା ଗ୍ରହଣ କରିବା ମାମଲାରେ ପଚରା ଉଚୁରା କରିଛି।

କେନ୍ଦ୍ରୀୟ ଏଜେନ୍ସି ଅନୁଯାୟୀ, ରାଣା କପୁର ଓ ତାଙ୍କ ପରିବାରର ସଦସ୍ୟ ଋଣ ମଞ୍ଜୁର ନାମରେ କମ୍ପାନୀଠୁ ୪୩୦୦ କୋଟି ଟଙ୍କା ଲାଭ ପାଇଛନ୍ତି। ଏହା ବ୍ୟତୀତ ଅନ୍ୟ କିଛି ସମୂହଠୁ ଋଣ ଦେବା ନାମରେ ମଧ୍ୟ ଲାଞ୍ଚ ନେଇଛନ୍ତି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସବୁକୁ ନେଇ ତଦନ୍ତ ଜାରି ରଖିଛି।

   Related Posts