Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହନିମୁନ୍‌ ପାଇଁ ମୁମ୍ବାଇରୁ କାତାର ଯାଇଥିବା ଦମ୍ପତିଙ୍କୁ ଫସାଇଦେଲା ସମ୍ପର୍କୀୟ, ଏବେ ଜେଲ୍‌ରେ ରହିବେ ୧୦ ବର୍ଷ

23/10/2020 at 9:04 PM

ନୂଆଦିଲ୍ଲୀ ୨୩/୧୦: ହନିମୁନ୍‌ ପାଇଁ ପଶ୍ଚିମ ଏସିଆ ଦେଶ କାତାର ଯାଇଥିଲେ ଦମ୍ପତି। କାତାର ଏୟାରପୋର୍ଟରେ ପହଞ୍ଚିବା ପରେ ସବୁ ଖୁସି ମିଳାଇ ଯାଇଥିଲା। ଦମ୍ପତିଙ୍କ ଲଗେଜ୍‌ରୁ ବାହାରିଥିଲା ୪ କିଲୋ ଗଞ୍ଜେଇ। ହନିମୁନ୍‌ ରହିଗଲା ଅଧାରେ ଏବେ ୧୦ ବର୍ଷ ଜେଲ୍‌ରେ କଟାଇବେ ଦମ୍ପତି। ଏୟାରପୋର୍ଟରେ ଯାଞ୍ଚ ସମୟରେ ଗଞ୍ଜେଇ ଜବତ ହେବାରୁ କାତାର ନାର୍କୋଟିକ୍ସ ଏନଫୋର୍ସମେଣ୍ଟ କମିଟି ଦମ୍ପତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏନେଇ ଜାଣିବା ପରେ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ଏବେ ଦମ୍ପତିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛି।

କାତାରରେ ଡ୍ରଗ୍ସ ମାମଲାର ଶୁଣାଣି ବହୁ ଶୀଘ୍ର କରାଯାଏ। କତରର ଏକ କୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଥିଲେ। କୋର୍ଟଙ୍କ ରାୟ ଅନୁସାରେ ଦମ୍ପତିଙ୍କୁ ୧୦ ବର୍ଷ ଜେଲ୍‌ ଓ ୬ ଲକ୍ଷ ରିୟାଲ୍‌ ଜରିମାନା ଦେବାକୁ ପଡ଼ିବ। ଦମ୍ପତିଙ୍କ ନାଁ ଯଥାକ୍ରମେ ମହମ୍ମଦ ଶରିଫ  ଓ ଉନିବା ସକିର ବୋଲି ଜଣାପଡ଼ିଛି।

ଏଭଳି ଘଟଣା ଜଣାପଡ଼ିବା ପରେ ଉନିବାଙ୍କ ପିତା କାତାର ଦୂତାବାସକୁ ଚିଠି ଲେଖିଛନ୍ତି। ତାଙ୍କ ଝିଅ ଓ ଜ୍ବାଇଁଙ୍କର କିଛି ଭୁଲ ନଥିବା ବେଳେ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଚିଠିରେ ଲେଖିଛନ୍ତି ଉନିବାଙ୍କ ପିତା। ୨୦୧୯ରେ ଉନିବାଙ୍କ ବାପା ଏନସିବି ମୁଖ୍ୟଙ୍କୁ ବି ଚିଠି ଲେଖିଥିଲେ। ଏଥିରେ ଜଣେ ସମ୍ପର୍କୀୟ ତବସୁମ ରିୟାଜ ନାଁ ସେ ଉଲ୍ଲେଖ କରିଥିଲେ। ତବସୁମ ଦମ୍ପତିକୁ ଏକ ବ୍ୟାଗ ଦେଇଥିଲେ । କହିଥିଲେ ଏହି ବ୍ୟାଗ୍‌କୁ କାତାରର ଜଣେ ଲୋକକୁ ଦେବା ପାଇଁ। ତେବେ ବ୍ୟାଗ୍‌ରେ ଜର୍ଦ୍ଦା ଓ ପାନ ମସଲା ଥିଲା ବୋଲି କହିଥିଲେ ତବସୁବ। କିନ୍ତୁ ବ୍ୟାଗ୍‌ରେ ଡ୍ରଗ୍ସ ଥିଲା ବୋଲି ଉନିବାଙ୍କ ବାପା ପତ୍ରରେ ଲେଖିଥିଲେ।

ଏହାପରେ ଏନସିବି ତଦନ୍ତ ଆରମ୍ଭ କରିବାକୁ ଜଣାପଡ଼ିଲା ତବସୁମ ଡ୍ରଗ୍ସ ବେପାରୀଙ୍କ ସମ୍ପର୍କରେ ରହିଛି। ତବସୁମର ପଶ୍ଚିମ ଏସିଆ ଦେଶର କିଛି ଡ୍ରଗ୍ସ ବେପାରୀଙ୍କ ସହ ମଧ୍ୟ ଭଲ ସମ୍ପର୍କ ଥିଲା। ଏବେ ଏନସିବି କାତାର ପ୍ରଶାସନ ସହ ଆଲୋଚନା କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ଯେ ଦମ୍ପତି ନିର୍ଦୋଷ। ସେମାନଙ୍କୁ ଭାରତ ଫେରାଇବା ନେଇ ରାଜନୈତିକ ସ୍ତରରେ ମଧ୍ୟ ଏନସିବି ଆଲୋଚନା କରୁଥିବା ଜଣାପଡ଼ିଛି।   

   Related Posts