Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଖୁସି ଖବର : ମୁମ୍ବାଇରେ କମୁଛି ସଂକ୍ରମଣ, କିନ୍ତୁ ମୃତ୍ୟୁସଂଖ୍ୟା ଚିନ୍ତାଜନକ

27/04/2021 at 11:37 AM

ମୁମ୍ବାଇ, ୨୭।୦୪:  ଖୁସି ଖବର । କମୁଛି ସଂକ୍ରମଣ । ମୁମ୍ବାଇରେ କାହାରୁଛନ୍ତି କମ୍ ସଂକ୍ରମିତ । ସୋମବାର ମହାରାଷ୍ଟ୍ରରେ ୪୮୭୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ ମାତ୍ର ୩୭୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟାରେ ବେଶୀ କିଛି ଫରକ୍ ପଡିନାହିଁ । ସୋମବାର ହିଁ ୫୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

୩ ସପ୍ତାହ ତଳେ ମୁମ୍ବାଇରେ ୧୧୦୦୦ ଦୈନିକ କେସ୍ ସାମ୍ନାକୁ ଆସୁଥିଲା । ଏବେ କିନ୍ତୁ ଏହା ୩୮୦୦ ତଳେ ରହିଛି । ସହରରେ ସୋମବାର ୬୦୦୦୦ ଜଣଙ୍କୁ ଟିକା ଦିଆଯାଇତିବା ବେଳେ ଗତ ଏପ୍ରିଲ ପହିଲାରୁ ୧୮ ଲକ୍ଷ ଲୋକ ଟିକା ନେଲେଣି ।

ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶାଶଙ୍କ ଯୋଶୀ କହିଛନ୍ତି ଯେ, ସ୍ଥିତିରେ ସୁଧାର ଆସିଛି । ସଂକ୍ରମଣ ରୋକିବା ପାଇଁ ଯେଉଁ ରଣନୀତି ଆପଣା ଯାଇଛି ତାହା ସଫଳ ହେଉଛି । ମୁମ୍ବାଇରେ ୪୧୦୦୦ ଟେଷ୍ଟିଂରେ ୩୭୯୨ ମାମଲା ଆସୁଛି ।

ସୂଚନାଯୋଗ୍ୟ, ଆର୍ଥିକ ରାଜଧାନୀରେ ଏପ୍ରିଲ ୪ ତାରିଖରେ ୧୧୧୬୩ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଗତ କିଛିଦିନ ହେଲା ନୂଆ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । ରବିବାର ୫୫୪୨ଟି ମାମଲା ସାମ୍ନାକୁ ଆସିଥିଲା ।

   Related Posts