୫୫ରୁ ଅଧିକ ବୟସର ପୋଲିସ କରିବେ ନାହିଁ ଡ୍ୟୁଟି, କରୋନା ପାଇଁ ଏପରି ନିଷ୍ପତ୍ତି ନେଲା ପୋଲିସ ବିଭାଗ

Published By : Prameya-News7 Bureau | April 28, 2020 IST

ମୁମ୍ବାଇ ୨୮।୦୪: ଦେଶରେ ମାରାତ୍ମକ କରୋନା ଭାଇରସ୍‌ରେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟର ରାଜଧାନୀ ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ମହାମାରୀ କବଳରେ ଆସି ୩ ଜଣ ପୋଲିସକର୍ମୀଙ୍କ ପ୍ରାଣହାନୀ ଘଟି ସାରିଛି। ପୋଲିସ କର୍ମଚାରୀଙ୍କୁ ଏବେ କରୋନାରୁ ବଞ୍ଚାଇବା ଲାଗି ମୁମ୍ଵାଇ ପୋଲିସ୍ ୫୫ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଡ୍ୟୁଟି ନଦେବାକୁ ନିଷ୍ପତ୍ତି ନେଇଛି।

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ କହିଛନ୍ତି ପ୍ରଶାସନ ଏହି ନିଷ୍ପତ୍ତି ନିଜର ତିନି ଜଣ ପୋଲିସ ସାଥୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ନେଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୬ ପୋଲିସକର୍ମୀ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ଏଥିରୁ ୪୦ କେବଳ ମୁମ୍ବାଇରୁ।

{"id":261430,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୫ରେ ମୁମ୍ବାଇରେ ଜଣେ ୫୭ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା। କରୋନା ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା କସ୍ତୁରବା ଡାକ୍ତରଖାନାରେ ଚାଲିଥିଲା। ପୋଲିସ କନଷ୍ଟେବଳ କରୋନା ଚିହ୍ନଟ ହେବା ପରେ ତାଙ୍କ ସହିତ ଡ୍ୟୁଟି କରିଥିବା ପୋଲିସ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ୍ କରାଯାଇ ପରୀକ୍ଷଣ କରାଯାଇଥିଲା।

ଉଲ୍ଲେଖନୀୟ ଦେଶରେ କରୋନା ଭାଇରସ୍‌ର ସବୁଠୁ ଅଧିକ ସଂକ୍ରମଣ କେସ୍ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ମହାରାଷ୍ଟ୍ରରେ କରୋନା ଭାଇରସ୍‌ର ୮ ହଜାର ୫୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.